ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ବିସ୍ଫୋରଣ ଜାରି ରହିଛି । ଫଳରେ ପରିସ୍ଥିତି ଭୟାନକ ପରିସ୍ଥିତି ଉପୁଜିଛି । ଏହି ସମୟରେ ଦିଲ୍ଲୀ ପ୍ରଦେଶ ବିଜେପିକୁ ଝଟକା ଲାଗିଛି । ବିଜେପିର ମହିଳା ନେତ୍ରୀ ସନ୍ତୋଷ ଗୋୟଲ କୋରୋନାରେ ସଂକ୍ରମିତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ସାମାଜିକ କାର୍ଯ୍ୟ କରିବାରେ ସନ୍ତୋଷ ଗୋୟେଲଙ୍କର ବହୁତ ଆଗ୍ରହ ଥିଲା । ଲକଡାଉନ ସମୟରେ ସେ ଅନେକ ଗରିବ ଲୋକଙ୍କ ପାଇଁ ଖାଦ୍ୟ,ରାସନ ସାମଗ୍ରୀ ଓ ହଜାର ହଜାର ଲୋକଙ୍କୁ ପାଇଁ ହାତ ତିଆରି ମାସ୍କ ବଣ୍ଟନ କରିଥିଲେ । ସେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ଖୋଜୁଥିଲେ । ତାଙ୍କର ହଠାତ ବିୟୋଗରେ ପାର୍ଟି କର୍ମଚାରୀ ଓ ସାଧାରଣ ଲୋକ ଚକିତ ହୋଇଛନ୍ତି । ତାଙ୍କ ଦେହାନ୍ତରେ ବିଜେପି ଦଳ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ