ETV Bharat / bharat

ବଙ୍ଗ ହିଂସା ଉପରେ ନଡ୍ଡାଙ୍କ ବୟାନ, ଭାରତ ବିଭାଜନ କାଳରେ ହୋଇଥିଲା ଏଭଳି ହିଂସା - ବଙ୍ଗ ହିଂସା

ବଙ୍ଗ ହିଂସାରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତା ପରିବାର ବର୍ଗଙ୍କୁ ଭେଟିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

ବଙ୍ଗ ହିଂସା ଉପରେ ନଡ୍ଡାଙ୍କ ବୟାନ, ଭାରତ ବିଭାଜନ କାଳରେ ହୋଇଥିଲା ଏଭଳି ହିଂସା

author img

By

Published : May 4, 2021, 8:12 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ଗୋଷଣା ହେବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଟିଛି ହିଂସା । ଏହି ହିଂସାରେ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ତେବେ ବଙ୍ଗ ହିଂସାରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତା ପରିବାର ବର୍ଗଙ୍କୁ ଭେଟିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ମଙ୍ଗଳବାର କୋଲକାତା ପହଞ୍ଚିଥିବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ କରିଛନ୍ତି ଟାର୍ଗେଟ । ବିଜେପି ଗଣତାନ୍ତ୍ରିକ ପଦ୍ଧତିରେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ନଡ୍ଡା ।

ଜେପି ନାଡ୍ଡା କହିଛନ୍ତି, ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଦେଖିଥିବା ଘଟଣା ଆମକୁ ଆଶ୍ଚର୍ଯ୍ୟ କରିଛି। ମୁଁ ଶୁଣିଥିଲି ଯେ ଭାରତ ବିଭାଜନ ସମୟରେ ଏଭଳି ଘଟଣା ଘଟିଥିଲା। ସ୍ବାଧୀନ ଭାରତରେ ନିର୍ବାଚନ ଫଳାଫଳ ପରେ ଆମେ ଏ ପର୍ଯ୍ୟନ୍ତ ଏଭଳି ଅସହିଷ୍ଣୁତା ଦେଖିନଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.