ETV Bharat / bharat

ବଦଳିଲେ ଏକାଧିକ ରାଜ୍ୟ ବିଜେପି ସଭାପତି: କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ଦାୟିତ୍ବ, ପୁରନ୍ଦେଶ୍ବରୀଙ୍କୁ ଆନ୍ଧ୍ରପ୍ରଦେଶ - ଭାରତୀୟ ଜନତା ପାର୍ଟିରେ ସାଙ୍ଗଠନିକ ପରିବର୍ତ୍ତନ

ଏକାଧିକ ରାଜ୍ୟର ସଭାପତି ପରିବର୍ତ୍ତନ କଲା ଭାରତୀୟ ଜନତା ପାର୍ଟି । କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ଦାୟିତ୍ବ । ପୁରନ୍ଦେଶ୍ବରୀଙ୍କୁ ଆନ୍ଧ୍ର ଓ ନିକଟରେ ଦଳରେ ସାମିଲ ହୋଇଥିବା ସୁନିଲ ଜାଖଡଙ୍କୁ ପଞ୍ଜାବ ଦାୟିତ୍ବ । ଅଧିକ ପଢନ୍ତୁ

ବଦଳିଲେ ଏକାଧିକ ରାଜ୍ୟର ବିଜେପି ସଭାପତି: କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ଦାୟିତ୍ବ

author img

By

Published : Jul 4, 2023, 4:18 PM IST

ହାଇଦ୍ରାବାଦ: ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ଯରେ ସାଙ୍ଗଠନିକ ଅଦଳବଦଳ କରିଛି ଭାରତୀୟ ଜନତା ପାର୍ଟି । ଏକାଧିକ ରାଜ୍ୟର ସଭାପତି ପରିବର୍ତ୍ତନ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ପ୍ରଦେଶ ବିଜେପି ସଭାପତି ଭାବେ ଦାୟିତ୍ବ ମିଳିଛି । ସେହିପରି ଡି ପୁରନ୍ଦେଶ୍ବରୀ ଆନ୍ଧ୍ର ପ୍ରଦେଶର ଦଳର ସଭାପତି ଭାବେ ଚୟନ ହୋଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ସୁନିଲ ଜାଖଡଙ୍କୁ ପଞ୍ଜାବ ପ୍ରଦେଶ ବିଜେପି ଅଧ୍ଯକ୍ଷ କରାଯାଇଛି । ସେହିପରି ଝାଡଖଣ୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ।

  • G Kishan Reddy has been appointed as BJP state president of Telangana, D Purandeshwari appointed as the state president of Andhra Pradesh BJP, former CM Babulal Marandi becomes the state president of Jharkhand, Sunil Jakhar - the party's state president of Punjab. pic.twitter.com/j4QSxZbFim

    — ANI (@ANI) July 4, 2023 " class="align-text-top noRightClick twitterSection" data=" ">

ତେଲେଙ୍ଗାନାରେ ଏବେ ବିଜେପିର ସାଂସଦ ବଣ୍ଡି ସଞ୍ଜୟ ସଭାପତି ଭାବେ ଦାୟିତ୍ବରେ ରହିଛନ୍ତି । ରାଜ୍ୟରେ ଚଳିତ ଥର ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ତେଣୁ ବିଜେପି କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ନୂଆ ରାଜ୍ୟ ମୁଖିଆ ଭାବେ ଦାୟିତ୍ବ ପ୍ରଦାନ କରିଛି । ସେହିପରି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ ଦଳୀୟ ବିଧାୟକ ଏତଲା ରାଜେନ୍ଦ୍ରଙ୍କୁ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ମିଳିଛି । ଆନ୍ଧ୍ର ପ୍ରଦେଶରେ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏପଟେ ଏହି ଘୋଷଣା ପରେ ତେଲେଙ୍ଗାନା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସାଂସଦ ବଣ୍ଡି ସଞ୍ଜୟ ।

ଆନ୍ଧ୍ର ପ୍ରଦେଶର ନୂଆ ବିଜେପି ମୁଖ୍ୟ ହେବାକୁ ଯାଉଥିବା ପୁରନ୍ଦେଶ୍ବରୀ ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେ ଏବେ ଓଡିଶାର ଦଳର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ପଞ୍ଜାବରେ ଗତ ବର୍ଷ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ସୁନିଲ ଜାଖଡ । ତାଙ୍କୁ ପ୍ରଦେଶ ୟୁନିଟ ଦାୟିତ୍ବ ମିଳିଛି । ତେଲେଙ୍ଗାନାରେ ଚଳିତ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ କେସିଆର ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ ସୁଦ୍ଧା ବର୍ତ୍ତମାନ ସ୍ଥିତିରେ ନୀରବ ନଜର ଆସୁଛନ୍ତି । ଏହି କ୍ରମରେ ତେଲେଙ୍ଗାନାରେ ଦଳ କ୍ଷମତାକୁ ଆସିବା ପାଇଁ ପ୍ରୟାସ କରୁଛି । ନିକଟରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଓରାଙ୍ଗଲରେ ପ୍ରଧାନମନ୍ତ୍ରୀ ରେଳ ଓ୍ବାଗନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକାଧିକ ଜାତୀୟ ରାଜପଥର ଲୋକାର୍ପଣ ମଧ୍ୟ କରିବେ । ଏହା ପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.