ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମୈଦାନରେ ଏଥର ରହିଛନ୍ତି ୪ଜଣ ଏଲୋପାଥି ଓ ଦୁଇଜଣ ଆୟୁର୍ବେଦିକ ଡାକ୍ତର । ହିମାଚଳର ବିଖ୍ୟାତ ନ୍ୟୁରୋ ସର୍ଜନ ଡାକ୍ତର ଜନକ ରାଜ (Neuro Surgeon Dr Janak Raj) ବିଜେପି ଟିକେଟରେ ଚମ୍ବାର ଭରମୋର ବିଧାନସଭା ଆସନରୁ(Bharmour assembly seat) ନିର୍ବାଚନ ଲଢୁଛନ୍ତି । ପ୍ରଚାର ପାଇଁ ଡାକ୍ତର ରାଜ ଭରମୋରର ବନ୍ଦଲା ଅଞ୍ଚଳରେ ଥିବାବେଳେ କିଛି ଏପରି କରିଛନ୍ତି ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତର ରାଜ ନିଜ ପାଇଁ ଭୋଟ ମାଗୁଥିବାବେଳେ, ଜଣେ ବରିଷ୍ଠ ମହିଳାା ନିଜର ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ତାଙ୍କଠାରୁ ଉପଚାର ପାଇଁ ପରାମର୍ଶ ମାଗିଥିଲେ ।
ସାଧାରଣତଃ ରାଜନେତାମାନେ ନିର୍ବାଚନ ସମୟରେ ପ୍ରଚାର ଉପରେ ବେଶୀ ଗୁରୁତ୍ବ ଦିଅନ୍ତି । ତେବେ ଡାକ୍ତର ଜନକରାଜ ସେଠାରେ ଯାହା କରିଥିଲେ, ସେଥିରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଡାକ୍ତର ଜନକରାଜ ସେଠାରେ ମହିଳାଙ୍କର କିଛି ସାଧାରଣ ଯାଞ୍ଚ କରିଥିଲେ ଓ ପରେ ପିଠିର ଏମାଆରଆଇ(MRI) କରିବା ଜରୁରୀ ବୋଲି କହିଥିଲେ । ଏହି ସମୟରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିଲେ (Himachal pradesh assembly election 2022) । ଚିକିତ୍ସା ପାଇଁ କିଛି ଉପକରଣର ଆବଶ୍ୟକତା ରହିଥାଏ, ମାତ୍ର ଏହାର ଉପଲବ୍ଧତା ନଥିବାରୁ ଡାକ୍ତର ରାଜ ନିଜର ମୋବାଇଲରେ ବରିଷ୍ଠ ମହିଳାଜଣଙ୍କର ଗୋଡ ଏବଂ ହାତ ପରୀକ୍ଷା କରିଥିଲେ । ପରେ କିଛି ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ପ୍ରେସ୍କିପସନରେ ଲେଖିଥିଲେ ଓ ଏମଆରଆଇ କରିବାକୁ କହିଥିଲେ । ମହିଳା ଜଣଙ୍କ ସାଥିରେ ଥିବା ପରିବାର ସଦସ୍ୟ ଡାକ୍ତର ଜନକ ରାଜଙ୍କ ଠାରୁ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ନେଇଥିଲେ । ମହିଳାଙ୍କ ଚିକିତ୍ସା କାଙ୍ଗଡାର ଡାକ୍ତର ରାଜେନ୍ଦ୍ର ପ୍ରସାଦ ମେଡିକାଲ କଲେଜରେ ହେଉଛି ।
ଉଲ୍ଲେଖନୀୟ ଯେ, ଡାକ୍ତର ଜନକ ରାଜ ନର୍ସରୀରେ ମାଷ୍ଟର ଡିଗ୍ରୀ ସହିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ନ୍ୟୁରୋ ସର୍ଜରୀରେ ସୁପର ସ୍ପେଶାଲାଇଜେସନ ଅର୍ଥାତ ଏମସିଏଚ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଜନକରାଜ ହିମାଚଳର ସବୁଠୁ ବଡ ହସ୍ପିଟାଲ ଆଇସିଏମସିର ଏମ୍ସ ଓ ନ୍ୟୁରୋ ସର୍ଜରୀ ଡିପାର୍ଟମେଣ୍ଟର ମୁଖ୍ୟ ରହିଛନ୍ତି । ଡାକ୍ତର ଜନକରାଜ ନିଜ ପଦରୁ ଇସ୍ତଫା ଦେବାପରେ ବିଜେପି ତାଙ୍କୁ ଭରମୋର ଆସନରୁ ପ୍ରାର୍ଥୀ କରିଛି । ଡାକ୍ତର ଜନକରାଜ ଏବେ ପ୍ରଚାର ସମୟରେ ସ୍ଥାନୀୟ ଭାଷାରେ ଲୋକଙ୍କ ସହ କଥା ହେଉଛନ୍ତି ଓ ଲୋକଙ୍କୁ ବୁଝାଉଛନ୍ତି ଯେ ସେ କାହିଁକି ଡାକ୍ତରୀ ଛାଡି ରାଜନୀତିରେ ଆସିଛନ୍ତି ।
ଡାକ୍ତରୀ ଛାଡି ରାଜନୀତିରେ କାହିଁକି ବରିଷ୍ଠ ଡାକ୍ତର: ଡାକ୍ତର ଜନକଙ୍କ କହିବା କଥା ଯେ ନିଜ ଅଞ୍ଚଳର ବିକାଶ ପାଇଁ ସେ ଆରମ୍ଭରୁ ଚିନ୍ତିତ ଥିଲେ । ଜନସଭାରେ ଲୋକଙ୍କ ସହ ଚର୍ଚ୍ଚା କରୁଛନ୍ତି ଯେ, ସେ ଅଞ୍ଚଳର ବିକାଶ କରିବାକୁ ଚାହାନ୍ତି । ସେଥିପାଇଁ ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ସେ ରାଜନୀତିରେ ପାଦ ଦେଇଛନ୍ତି । ଯେଉଁ ମାଟି ତଙ୍କୁ ଏତେ ଦକ୍ଷ ବନାଇଛି ତାର ଋଣ ପରିଶୋଧ କରିବାକୁ ଚାହାନ୍ତି ।
ତେବେ ପ୍ରଚାର ସମୟରେ ଗାଁ ଗାଁ ବୁଲିବା ସମୟରେ ଲୋକେ ନିଜ ରୋଗର ଚିକିତ୍ସା ପାଇଁ ତାଙ୍କୁ ଅନୁରୋଧ କରୁଛନ୍ତି । ପୂର୍ବରୁ ଡାକ୍ତର ରାଜ ଘୋଷଣା କରିସାରିଛନ୍ତି ଯେ, ସେ ରାଜନୀତି ସହ ଡାକ୍ତରୀ ପେଷାର ଗାରିମା ରକ୍ଷା କରିବେ । ଅବସର ମିଳିଲେ ମେଡିକାଲରେ ଏମରଜେନ୍ସି କେସ୍ ମଧ୍ୟ ଡିଲ୍ କରିବେ । ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ଆସନ୍ତା ମାଲସ ୧୨ ତାରିଖରେ ଅର୍ଥାତ ନଭେମ୍ବର ୧୨ରେ ମତଦାନ ହେବ ।