ETV Bharat / bharat

ଦଳ ସହ ବଢୁଛି ଦୂରତା ! ବିଜେପି ଛାଡିବେ ବରୁଣ ଗାନ୍ଧୀ ! - National Executive BJP

ବରୁଣ ଗାନ୍ଧୀ ଏବେ ଉତ୍ତର ପ୍ରଦେଶ ପିଲିଭିତ ସଂସଦୀୟ କ୍ଷେତ୍ରରୁ ସାଂସଦ ଅଛନ୍ତି (Varun Gandhi Pilibhit Loksabha MP) । ଲଗାତାର ଦ୍ବିତୀୟ ଥର ପାଇଁ ବିଜେପି ଟିକେଟରେ ଏହି ଆସନରୁ ଜିତିଛନ୍ତି । 2019 ନିର୍ବାଚନ ପରଠାରୁ ହଠାତ ବରୁଣ ଗାନ୍ଧୀ ଦଳ ବିରୋଧରେ ନିଜ ଆଭିମୁଖ୍ୟକୁ କଠୋର ରଖିଛନ୍ତି । ଲକ୍ଷ୍ମୀପୁର ଖେରୀ ଦୁର୍ଘଟଣା ବେଳେ ବରୁଣ ସରକାରଙ୍କ ବିରୋଧରେ ମନଇଛା ବର୍ଷିଥିଲେ । ଅଧିକ ପଢନ୍ତୁ

ବରୁଣ ଗାନ୍ଧୀ
Varun gandhi
author img

By

Published : Dec 26, 2022, 5:49 PM IST

ହାଇଦ୍ରାବାଦ: ବିଜେପି ଛାଡିବେ ପିଲିଭିତ ସାଂସଦ ବରୁଣ ଗାନ୍ଧୀ (Pilibhit MP Varun gandhi) ! ଧୀରେଧୀରେ ଦଳଠାରୁ ଦୂରେଇ ଯାଉଛନ୍ତି । ଦଳ ଛାଡିବାର ପ୍ରକ୍ରିୟା 2024 ନିର୍ବାଚନ ପୂର୍ବରୁ ଶେଷ କରି ପାରନ୍ତି ବରୁଣ । ଏହି ଚର୍ଚ୍ଚା ଆଲୋଚନା ଏବେ ୟୁପିରୁ ଦିଲ୍ଲୀ ଯାଏଁ ଜାରି ରହିଛି । ପୂର୍ବରୁ ଦଳ ବିରୋଧରେ ଏକାଧିକ ଥର ବୟାନ ଦେଇଥିବା ବରୁଣ ଆଜି ନିଜର ଚ୍ବିଟର ବାୟୋରୁ ଭାରତୀୟ ଜନତା ପାର୍ଟି ହଟାଇ ଦେଇଛନ୍ତି । ଯାହା ଦଳ ଛାଡିବାର ଆଉ ଏକ ପଦକ୍ଷେପ ବୋଲି କହୁଛନ୍ତି ରାଜନୀତି ବିଶାରଦ ।

ଏହାବି ପଢନ୍ତୁ- BJD @26Years: ଫୋକସରେ 2024 ଫାଇଟ, ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ବରୁଣ ଗାନ୍ଧୀ ବିଭିନ୍ନ ସମୟର ବିଭିନ୍ନ ପ୍ରସଙ୍ଗରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଖୋଲା ସମାଲୋଚନା କରିଥାଆନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ମଧ୍ୟ ସମାଲୋଚନା କରିଥାଆନ୍ତି । ଏପରିକି ଗତବର୍ଷ କେନ୍ଦ୍ର ସରକାର ଆଣିବା 3ଟି କୃଷି ଆଇନକୁ ବରୁଣ ଯୋରଦାର ବିରୋଧ କରିଥିଲେ । ଯାହା ବିଜେପିକୁ ଆହୁରି ଅଡୁଆରେ ପକାଇଥିଲା । ଭାରତୀୟ ଜନତା ପାର୍ଟି ବିରୋଧରେ ବୟାନ ଦେବା ବରୁଣ ଗାନ୍ଧୀଙ୍କ ପାଇଁ ନୂଆ ନୁହେଁ । କୁହାଯାଉଛି ବରୁଣ ଗାନ୍ଧୀ ଖୁବ ଶୀଘ୍ର ବିଜେପି ବିରୋଧରେ ଗଠନ ହେବାକୁ ଥିବା ଏକ ଗଠବନ୍ଧନରେ ସାମିଲ ହେବେ । ବିଜେପି ମଧ୍ୟ ବରୁଣ ଗାନ୍ଧୀଙ୍କ ସମସ୍ତ ପଦକ୍ଷେପ ଉପରେ ନଜର ରଖିଥିବା ଜଣାପଡିଛି।

ଏହାବି ପଢନ୍ତୁ- ସୁରଟରେ ତ୍ରିପଲ ମର୍ଡର: ଚାକିରିରୁ ବିଦା ହେବାରୁ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଯୁବକ

ବରୁଣ ଗାନ୍ଧୀ ଏବେ ଉତ୍ତର ପ୍ରଦେଶ ପିଲିଭିତ ସଂସଦୀୟ କ୍ଷେତ୍ରରୁ ସାଂସଦ ଅଛନ୍ତି (Varun Gandhi Pilibhit Loksabha MP) । ଲଗାତାର ଦ୍ବିତୀୟ ଥର ପାଇଁ ବିଜେପି ଟିକେଟରେ ଏହି ଆସନରୁ ଜିତିଛନ୍ତି । 2019 ନିର୍ବାଚନ ପରଠାରୁ ହଠାତ ବରୁଣ ଗାନ୍ଧୀ ଦଳ ବିରୋଧରେ ନିଜ ଆଭିମୁଖ୍ୟକୁ କଠୋର କରିଛନ୍ତି । ଲକ୍ଷ୍ମୀପୁର ଖେରୀ ଦୁର୍ଘଟଣା ବେଳେ ବରୁଣ ସରକାରଙ୍କ ବିରୋଧରେ ମନଇଛା ବର୍ଷିଥିଲେ । ସେହିପରି କୃଷକ ସମସ୍ୟା, ମଣ୍ଡି ସମସ୍ୟା ସହ ବେରୋଜଗାରୀକୁ ନେଇ ନିଜ କଡା ଆଭିମୁଖ୍ୟ ଦେଖାଇ ଆସୁଛନ୍ତି । ବରୁଣ ଗାନ୍ଧୀଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବିଜେପି ଜାତୀୟ କାର୍ଯ୍ୟକାରୀଣି ( National Executive BJP)ରୁ ଉଭୟ ମା ପୁଅଙ୍କ ବାଦ ଦେଇଥିଲା । ବରୁଣ ଗାନ୍ଧୀଙ୍କ ମା ମେନକା ଗାନ୍ଧୀ ଏବେ ସୁଲତାନପୁର ସାଂସଦ ଅଛନ୍ତି (Sultanpur Mp Menaka Gandhi) ।

ଏହାବି ପଢନ୍ତୁ- Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ଆଉ ଏକ ବିଶ୍ବସ୍ତ ସୂତ୍ର ଅନୁସାରେ ଉତ୍ତର ପ୍ରଦେଶ ବିଜେପି ପିଲିଭିତ ଓ ସୁଲତାନପୁର ପାଇଁ ବିକଳ୍ପ ପ୍ରାର୍ଥୀ ସ୍ଥିର କରିସାରିଛି । ଆଗାମୀ ନିର୍ବାଚନରେ ଉଭୟ ଆସନରେ ଦଳ ମେନକା ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କୁ ଟିକେଟ ଦେବନାହିଁ । ଏଥିପାଇଁ ବିକଳ୍ପ ପ୍ରାର୍ଥୀ ଉପରେ ଦଳ ରଣନୀତି ଆରମ୍ଭ କରିଛି । ବରୁଣ ଗାନ୍ଧୀ ମଧ୍ୟ ବିଜେପି ଛାଡିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି । ଯଦି ଆଗାମୀ କିଛି ମାସ ମଧ୍ୟରେ ଏମିତି କିଛି ହୁଏ, ତେବେ ଏହା ଭାରତୀୟ ରାଜନୀତିରେ ଏକ ବଡ ଘଟଣା ହେବ । କାରଣ କଂଗ୍ରେସ ଖାନଦାନରୁ ବାହାରି ମେନକା ଗାନ୍ଧୀ ବିଜେପି ସହ ଆସିଥିଲେ । ସମୟକ୍ରମେ ନିଜ ପୁଅ ବରୁଣ ଗାନ୍ଧୀଙ୍କୁ ମଧ୍ୟ ରଜନୀତିରେ ପ୍ରବେଶ କରାଇଥିଲେ । ହେଲେ କୌଣସି କାରଣକୁ ନେଇ ଉଭୟ ମା ପୁଅ ବିଜେପିରେ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି । ମେନକା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳିରେ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ଥିଲେ । ହେଲେ ଦ୍ବିତୀୟ ପାଳିରେ ମୋଦି ଆଉ ମେନକାଙ୍କୁ ନେଇନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.