ETV Bharat / bharat

ସନ୍ଧ୍ୟା ସୁଦ୍ଧା ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ! ଆଜି ବସିବ ବିଧାୟକ ଦଳ ବୈଠକ

author img

By ETV Bharat Odisha Team

Published : Dec 12, 2023, 7:46 AM IST

Rajasthan CM Suspense: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ସସପେନ୍ସ । ଆଜି ବସିବ ବିଧାୟକ ଦଳ ବୈଠକ । ଅଧିକ ପଢନ୍ତୁ

ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ
rajasthan cm face

ଜୟପୁର(ରାଜସ୍ଥାନ): ଛତିଶଗଡ, ମଧ୍ୟପ୍ରଦେଶ ପରେ ଆଜି ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ଏଠାରେ ଆଦିବାସୀ, ଓବିସି ନା ଆଉ କେଉଁ ଚେହେରାକୁ ଭରସା କରିବ ଦଳ ! କାହାକୁ ମିଳିବ ରାଜ୍ୟ କମାଣ ଦାୟିତ୍ବ ? ପୁରୁଣା ନା ନୂଆ ଚେହେରା ! ଏହି ସବୁ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିବାକୁ ଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି(ମଙ୍ଗଳବାର) ବସିବ ବିଜେପିର ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଚୟନ କରିବେ । ଜୟପୁରରେ ଅପରାହ୍ନ 4ଟାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ।

ରାଜ୍ୟର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ସଦସ୍ୟ ସରୋଜ ପାଣ୍ଡେ ଏବଂ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଦେ ଆଜି ସକାଳ 10ଟା ସମୟରେ ଜୟପୁରରେ ପହଞ୍ଚିବେ । ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି । ବୈଠକରେ ବିଧାୟକଙ୍କ ସହ ଆଲୋଚନା ପରେ ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ । ଛତିଶଗଡରେ ଦଳ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିବା ବେଳେ ମଧ୍ୟପ୍ରଦେଶରେ ଓବିସି ବର୍ଗର ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଥିଲା । ରାଜସ୍ଥାନରେ ମଧ୍ୟ ସେପରି କିଛି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ବାଦ ପଡିଲେ ଶିବରାଜ, ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନେକ ଦାବିଦାର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସସପେନ୍ସ ଲାଗି ରହିଛି । ନିର୍ବାଚନ ଫଳାଫଲକୁ ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ ଚୟନ ହୋଇପାରି ନାହିଁ । ଏଥିପାଇଁ ଅନେକ ଦାବିଦାରଙ୍କ ନାମ ସାମ୍ନାକୁ ଆସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଚୟନ କରିବାରେ ସଫଳ ହୋଇପାରିନି ବିଜେପି । ଏନେଇ ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତି କରି ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନିର୍ଦ୍ଦେଶ ଦେଇଛି ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନେକ ଭେଟେରାନଙ୍କ ନାମ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସିଏମ୍ ରେସରେ ରହିଛନ୍ତି ରାଜସ୍ଥାନର ପୂର୍ବତନ ସିଏମ୍ ବସୁନ୍ଧରା ରାଜେ, ଦୀୟା କୁମାରୀ, ବାଲକନାଥ, ଗଜେନ୍ଦ୍ର ସିଂ ଶେଖୱତ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଓମ୍ ମଥୁର, କିରୋରୀ ଲାଲ ମୀନା, ଅର୍ଜୁନ ରାମ ମେଘୱାଲ, ରାଜୀବର୍ଦ୍ଧନ ସିଂ ରାଠୋର । ତେବେ ଦଳ କାହା ଉପରେ ଭରସା କରିବ ତାହା ଆଜିର ବୈଠକ ପରେ ସ୍ପଷ୍ଟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.