ETV Bharat / bharat

CBI ସ୍କାନରରେ ସିସୋଦିଆ: BJP ନେତା କହିଲେ 2ଟି ୱିକେଟ ଖସିଛି, ତୃତୀୟ ଚୋର ଶୀଘ୍ର ଧରାପଡିବ

author img

By

Published : Aug 19, 2022, 12:09 PM IST

ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ପରେ ଆପ୍‌କୁ ଘେରିଲା ବିଜେପି । ଦୁଇଟି ୱିକେଟ୍ ଖସି ସାରିଛି । ଦିଲ୍ଲୀକୁ ଲୁଟୁଥିବା ଲୋକଙ୍କୁ ଜେଲ୍ ଯିବାକୁ ପଡିବ କହିଲେ ବିଜେପି ନେତା । ଅଧିକ ପଢନ୍ତୁ

ସିସୋଦିଆଙ୍କ ଘରେ ରେଡ୍: ଦୁଇଟି ୱିକେଟ୍ ଖସିଛି, ତୃତୀୟ ଚୋର ଜଲ୍‌ଦି ଧରାପଡିବ କହିଲେ ବିଜେପି ନେତା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଛି ବିଜେପି । ବିଜେପି ନେତା କପିଲ ମିଶ୍ରା କହିଛନ୍ତି, ''ସତ୍ୟନ୍ଦ୍ର ଜୈନ ପୂର୍ବରୁ ଧରା ପଡିସାରିଛନ୍ତି । ଏବେ ସିସୋଦିଆଙ୍କ ଦୁର୍ନୀତି ଲୋକଲୋଚନକୁ ଆସୁଛି । ଅବକାରୀ ନୀତି ଆଳରେ କୋଟି କୋଟି ଟଙ୍କା ଲୁଟ୍ ଘଟଣାର ଏହା ଆରମ୍ଭ ମାତ୍ର । ସତେନ୍ଦ୍ର ଜୈନ, ସିସୋଦିଆ ଓ କେଜ୍ରିୱାଲ ଦୁର୍ନୀତି ପାଇଁ ଜେଲ୍ ଯିବେ ବୋଲି ମୁଁ ପୂର୍ବରୁ କହିଛି । ବର୍ତ୍ତମାନ ଦୁଇଟି ୱିକେଟ ଖସି ସାରିଛି, ଖୁବଶୀଘ୍ର ତୃତୀୟ ଚୋର ବି ଧରା ପଡିବ । କେଜ୍ରିୱାଲ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି । ଦିଲ୍ଲୀକୁ ଲୁଟୁଥିବା ଲୋକଙ୍କୁ ଜେଲ୍ ଯିବାକୁ ହେବ।''

  • सिसोदिया जी चोर कभी यह नहीं कहता कि मैंने चोरी की है और आप दोनों की जुगल जोड़ी तो वो है जो दिल्ली के Taxpayers के पैसे को डकार गए, अपने शराब मित्रों में बांट दिया, हवाला कारोबार करते हो शर्म नहीं आती क्या बिल्कुल भी भ्रष्टों! https://t.co/xryLHYbyja

    — Parvesh Sahib Singh (@p_sahibsingh) August 19, 2022 " class="align-text-top noRightClick twitterSection" data=" ">

ବିଜେପି ମୁଖପାତ୍ର ହରୀଶ ଖୁରାନା କେଜ୍ରିୱାଲଙ୍କ ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ''ଯଦି ମନୀଷ ସିସୋଦିଆ ସଚ୍ଚୋଟ ତାହାହେଲେ କାହିଁକି ଡର ଲାଗୁଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଘରେ ରେଡ୍ କରାଯାଇଛି ।'' ସେହିପରି ବିଜେପି ସାଂସଦ ପ୍ରବେଶ ସାହିବ ସିଂହ ସିସୋଦିଆଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଚୋର ଚୋରି କରିଛି ବୋଲି କେବେ ମାନେନି । ଆପଣଙ୍କ ଯୋଡି କେବଳ ଦିଲ୍ଲୀ କରଦାତାଙ୍କ ଟଙ୍କା ଗିଳୁଛନ୍ତି । ହୱାଲା କାରବାର କରିବାକୁ ଟିକେ ଲଜ୍ଜା ଲାଗୁନାହିଁ ବୋଲି ସାଂସଦ କହିଛନ୍ତି ।

  • सत्येंद्र जैन, मनीष सिसोदिया , अरविंद केजरीवाल तीनों भ्रष्टाचार में जेल जाएँगे

    दो के घोटाले पकड़े जा चुके हैं और तीसरा चोर भी बहुत जल्दी पकड़ा जाएगा : कपिल मिश्रा pic.twitter.com/ubzP27x8Sb

    — Kapil Mishra (@KapilMishra_IND) August 19, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍

ପ୍ରକାଶଥାଉ କି, ନୂଆ ଅବକାରୀ ନୀତିରେ ଅନିୟମିତତା ନେଇ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଯାହାକି ଅବକାରୀ ବିଭାଗ ଦାୟିତ୍ବ ସମ୍ଭାଳୁଥିବା ସିସୋଦିଆଙ୍କୁ ଅଡୁଆରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.