ଡେରାଡୁନ: ଜାରି ରହିଛି ଉତ୍ତରାଖଣ୍ଡ ଭିଧାନସଭା ନିର୍ବାଚନ ଭୋଟ ଗଣତି ପକ୍ରିୟା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆପ୍ ପ୍ରାର୍ଥୀଙ୍କଠାରୁ ପଛରେ ରହିଛନ୍ତି । ଏହାସତ୍ତ୍ବେ ଉତ୍ତରାଖଣ୍ଡରେ ସକରାତ୍ମକ ଫଳ ଆଶା ରଖିଛି ବିଜେପି । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରାଖଣ୍ଡ ବିଜେପି ପ୍ରଭାରୀ ପ୍ରହ୍ଲାଦ ଯୋଶୀ ।
ଉତ୍ତରାଖଣ୍ଡ ବିଜେପି ପ୍ରଭାରୀ ପ୍ରହ୍ଲାଦ କହିଛନ୍ତି ଯେ, "ପ୍ରଧାନ ମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ବରେ ଆମେ ବହୁ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛୁ । ଏହାର ଫଳ ମଧ୍ୟ ଲୋକେ ପାଇଛନ୍ତି । ଆମେ ସକରାତ୍ମକ ଫଳାଫଳ ପାଇଁ ଆଶାବାଦୀ ହୋଇ ରହିଛୁ ।"
ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରେ ୪୪ଟି ଆସନରେ ବିଜେପି ଟ୍ରେଣ୍ଡିଂରେ ରହିଛି । ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡିଂରେ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢ଼ୁଛି ।
@ani