ETV Bharat / bharat

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ - ବିଜେପିର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ଡ. ତାରିକ ମନସୁର ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ବିରୋଧୀ କହିଲେ ସାଧାରଣ ନିର୍ବାଚନରେ ମୁସଲିମ ଭୋଟ ପାଇଁ । ଅଧିକ ପଢନ୍ତୁ

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

author img

By

Published : Jul 29, 2023, 10:07 PM IST

ହାଇଦ୍ରାବାଦ: ଆଜି ଭାରତୀୟ ଜନତା ପାର୍ଟି ତାର କେନ୍ଦ୍ରୀୟ ସାଙ୍ଗଠନିକ ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି । ଏଥିରେ ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (AMU)ର ପୂର୍ବତନ କୁଳପତି ଡ.ତାରିକ ମନସୁରଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛି । ଏହାପୂର୍ବରୁ ବିଜେପି ଡ.ତାରିକ ମନସୁରଙ୍କୁ ବିଧାନ ପରିଷଦ ସଦସ୍ୟ (ଏମଏଲସି) ଭାବେ ମନୋନୀତ କରିଥିଲା । ତେବେ ଏବେ ସଂଗଠନରେ ତାଙ୍କୁ ଜାତୀୟ ଉପାଧ୍ୟକ୍ଷ କରି ମୁସଲମାନ ସମ୍ପ୍ରଦାୟର ଉନ୍ନତି ଏବଂ ସେମାନଙ୍କର ତୃଣମୂଳ ସ୍ତରର ବିକାଶକୁ ନେଇ ବିଜେପି ଗମ୍ଭୀର ଥିବା ଏକ ବଡ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ।

ଡ.ତାରିକ ମନସୁରଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତିକୁ ନେଇ ରାଜନେତା ଓ ଲୋକଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ରହିଛି । ଅନେକ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛନ୍ତି । କିନ୍ତୁ, 2024 ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନରେ ସାମିଲ କରି ବିଜେପି ତାଙ୍କୁ ଏକ ବଡ଼ ଦାୟିତ୍ବ ମଧ୍ୟ ଦେଇଛି । ସମାଜବାଦୀ ପାର୍ଟିର ଦୁଇଥର ବିଧାୟକ ହାଜି ଜାମିରଉଲ୍ଲା ଖାନ କହିଛନ୍ତି ଯେ, ଏହି ପଦକ୍ଷେପ ଦର୍ଶାଉଛି ଯେ, ବିଳମ୍ବରେ ହେଲେ ପଛେ ବିଜେପି ମୁସଲମାନମାନଙ୍କ ବିଷୟରେ ଚିନ୍ତା କଲା । ତାଙ୍କୁ ଦଳ ଦାୟିତ୍ବ ତ ଦେଇଛି । ହେଲେ କେବଳ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନୂଆ ଟିମ୍ ଘୋଷଣା କରିଛନ୍ତି । ଏହି ୩୮ ଜଣିଆ ନୂଆ ଟିମରେ ପୁଣିଥରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ଜଣ ସାଧାରଣ ସମ୍ପାଦକ, ଜଣେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ଜଣେ ରାଷ୍ଟ୍ରୀୟ ସହ-ସଂଗଠନ ମହାମନ୍ତ୍ରୀ, ୧୩ ଜଣ ରାଷ୍ଟ୍ରୀୟ ସଚିବ, ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ସମେତ ଉତ୍ତର ପ୍ରଦେଶ ସାଂସଦ ରେଖା ବର୍ମା, ଲକ୍ଷ୍ମୀକାନ୍ତ ବାଜପେୟୀ,ଉତ୍ତର ପ୍ରଦେଶର ବିଧାନ ପରିଷଦ ସଦସ୍ୟ ତାରିକ ମନସୁର, ମଧ୍ୟ ପ୍ରଦେଶର ସୌଦାନ ସିଂହ, ଛତିଶଗଡର ସାଂସଦ ସରୋଜ ପାଣ୍ଡେ, ତେଲେଙ୍ଗାନାର ଡିକେ ଅରୁଣା, ନାଗାଲାଣ୍ଡର ଏମ ଚୌବା ଏଓ, କେରଳର ଅବଦୁଲ୍ଲା କୁଟ୍ଟି, ଛତିଶଗଡର ଲତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବିଜେପିର ନୂଆ ଟିମ୍: ଫୋକସରେ ଲୋକସଭା ଲଢେଇ, ପୁଣି ଥରେ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଓଡିଶାରୁ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଦଳର କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ଭାବେ ସ୍ଥାନ ମିଳିଛି । ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ । ତାଙ୍କ ବ୍ୟତୀତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.