ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ଦଳ ସମସ୍ତ ୬୦ ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ଏନ.ବିରେନ ସିଂ ହିଗଙ୍ଗ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସରକାରର ପୂର୍ତ୍ତମନ୍ତ୍ରୀ ଥାଙ୍ଗମ ବିଶ୍ୱଜିତ ସିଂ ଥଙ୍ଗଜୁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ ପାଇଛନ୍ତି ।
-
BJP announces candidates for all 60 Assembly seats in Manipur, CM N Biren Singh to contest from Heingang constituency
— ANI (@ANI) January 30, 2022 " class="align-text-top noRightClick twitterSection" data="
(File photo) pic.twitter.com/XF0HoESeye
">BJP announces candidates for all 60 Assembly seats in Manipur, CM N Biren Singh to contest from Heingang constituency
— ANI (@ANI) January 30, 2022
(File photo) pic.twitter.com/XF0HoESeyeBJP announces candidates for all 60 Assembly seats in Manipur, CM N Biren Singh to contest from Heingang constituency
— ANI (@ANI) January 30, 2022
(File photo) pic.twitter.com/XF0HoESeye
ସେହିପରି ଏହି ପ୍ରାର୍ଥୀ ତାଲିକାରେ ବେଶ ଭାରସାମ୍ୟ ରଖିବାକୁ ଚେଷ୍ଟା କରିଛି ଦଳ । ଏଥିରେ ମହିଳା, ଡାକ୍ତର, ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କ୍ରିଡାବିତଙ୍କୁ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ମାର୍ଶଲ ଆର୍ଟ ଖେଳାଳି ଯୁମନମ କେମଚାନ୍ଦ ସିଂଙ୍କୁ ଟିକେଟ ଦିଆଯାଇଛି । ବିଜେପି ତିନିଜଣ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ଟିକେଟ ପ୍ରଦାନ କରିଛି । ସେମାନଙ୍କ ମଧ୍ୟରେ ନିକଟରେ ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସକ ରଘୁମଣି ସିଂ, ୟେଙ୍ଗଖୋମ ସୁରଚନ୍ଦ୍ର ସିଂ ଏବଂ ଡିଙ୍ଗାଙ୍ଗଲୁଙ୍ଗ ଗାଙ୍ଗମେଇ (ଦିପୁ)ଙ୍କ ନାମ ସାମିଲ ରହିଛି ।
ତେବେ ଚଳିତ ନିର୍ବାଚନରେ ୩ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ବିଜେପି । ପୂର୍ବ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କ ଟିକେଟ ମଧ୍ୟ କଟାଯାଇଛି । ଆଜି ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ଦଳର ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର ଦଳ ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସମ୍ବିତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ ସମୟରେ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା ।
ଲୋକେ ପୁଣିଥରେ ବିଜେପିକୁ ଶାସନ କରିବାର ଅବସର ଦେବେ । ଦୁଇ ତୃତୀୟାଂଶ ଆସନ ତଥା ୬୦ ରୁ ୪୦ ଆସନରେ ଦଳ ବିଜୟୀ ହୋଇ ସରକାର ଗଠନ କରିବା ନେଇ କହିଛନ୍ତି ସମ୍ବିତ । ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ NDA ମେଣ୍ଟ ରାଜ୍ୟରେ କ୍ଷମତାରେ ରହିଛି । ଗତ ନିର୍ବାଚନରେ ବିଜେପି 30 ଆସନରେ ଜିତିଥିବା ବେଳେ NPP ର ତିନିଜଣ ବିଧାୟକ ଏବଂ ଚାରିଜଣ NDF ବିଧାୟକ ଏବଂ ତିନିଜଣ ସ୍ବାଧୀନ ବିଧାୟକଙ୍କୁ ନେଇ ମେଣ୍ଟ ସାହାଯ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । 2017 ରେ ବିରେନ ସିଂ ମଣିପୁରରେ ସରକାର ଗଠନ କରିଥିଲେ।
ଜୁନ୍ 2020 ରେ ଏହା ଏକ ବଡ଼ ଧରଣର ରାଜନୈତିକ ସଙ୍କଟ ମଧ୍ୟ ସାମ୍ନା କରିଥିଲା ଶାସନାଧୀନ NDA । ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାରୁ ସରକାରର ସ୍ଥାୟୀତ୍ବ ଉପରେ ସଙ୍କଟ ଦେଖିବାକୁ ମିଳିଥିଲା । ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ଦ୍ବାରା ଚାରିଜଣ ଏନପିପି ବିଧାୟକଙ୍କ ସମର୍ଥନରେ ସରକାର ବଞ୍ଚାଇବାରେ ସକ୍ଷମ ହୋଇଥିଲା NDA ।
ଚଳିତ ଥର ମଣିପୁରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଫେବୃଆରୀ 27 ତାରିଖ ଏବଂ ମାର୍ଚ୍ଚ 3 ତାରିଖରେ ସମସ୍ତ 60 ଟି ବିଧାନସଭା ଆସନରେ ମତଦାନ ହେବା ସହ ମାର୍ଚ୍ଚ ୧୦ ତାରିଖରେ ଜନାଦେଶ ପ୍ରକାଶ ପାଇବ । ବର୍ତ୍ତମାନ ମଣିପୁରରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ANI