ETV Bharat / bharat

ଆସନ୍ତାକାଲି ଟିଏମସି ବିରୋଧରେ ବିଜେପିର ଦେଶବ୍ୟାପୀ ଧାରଣା

ତୃଣମୂଳ କଂଗ୍ରେସ ସରକାର ବିଜେପି ଦଳୀୟ କର୍ମୀଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ କରି ମେ 5ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ଅଧିକ ପଢନ୍ତୁ..

author img

By

Published : May 4, 2021, 8:37 AM IST

ଟିଏମସି ବିରୋଧରେ ବିଜେପିର ଦେଶବ୍ୟାପୀ ଧାରଣା
ଟିଏମସି ବିରୋଧରେ ବିଜେପିର ଦେଶବ୍ୟାପୀ ଧାରଣା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜିଠୁ(ମଙ୍ଗଳବାର) ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେଠାରେ ତୃଣମୂଳ କଂଗ୍ରେସ ସରକାର ଦଳୀୟ କର୍ମୀଙ୍କ ଉପରେ ଆତ୍ୟାଚାର କରିଥିବା ଅଭିଯୋଗ କରି ମେ 5ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ ।

ସେଠାରେ ନିର୍ବାଚନୀ ହିଂସାରେ ପ୍ରଭାବିତ ହୋଇଥିବା ବିଜେପି କର୍ମୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବେ ନଡ୍ଡା । ଗଣତାନ୍ତ୍ରିକ ନିୟମ ଅନୁସାରେ ମେ 5ରେ ହିଂସା ଘଟାଇଥିବା ଦଳ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏ ନେଇ ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ବିବୃତ୍ତିରେ ସୂଚନା ଦେଇଛନ୍ତି ।

ନିର୍ବାଚନ ଫଳ ବାହାରିବାର 24ଘଣ୍ଟା ଭିତରେ ଅନେକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ଅନେକ କର୍ମୀଙ୍କ ଘର ଓ ଦୋକାନକୁ ଜାଳି ଦିଆଯାଇଛି । ମମତାଙ୍କ ବିଜୟ ସହିତ ତୃଣମୂଳ କଂଗ୍ରେସର ବିଜୟ ହୋଇଛି । ଟିଏମସି ଏହି ବିଜୟ ଉତ୍ସବକୁ ରକ୍ତ ଓ ହିଂସାରେ ପାଳନ କରୁଛି । ଯାହାକୁ ବିଜେପି ଦୃଢ ନିନ୍ଦା କରିଛି । ଟିଏମସିର ଏହି ହିଂସା ପାଇଁ ବିଜେପି ମେ 5ରେ ଦେଶବ୍ୟାପୀ ଧାରଣା ଦେବା ନେଇ ଏକ ସୁତ୍ରରୁ ଜଣାପଡିଛି । କୋଭିଡ ନିୟମ ପାଳନ କରି ବିଜେପିର ସମସ୍ତ ସାଂଗଠନିକ ଆଦେଶରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ପ୍ରକାଶ ଥାଉ କି, ଭଟପାରା ଘୋଷପରା ରାସ୍ତାରେ ଥିବା ବିଜେପି କାର୍ଯ୍ୟାଳୟ ଏବଂ କିଛି ଦୋକାନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହିତ ସୋମବାର ସେହି ଅଞ୍ଚଳରେ 13ଟି ବୋମା ଫିଙ୍ଗିଥିଲେ । ଏହି ଆକ୍ରମଣ ପଛରେ ଟିଏମସିର ହାତ ଥିବା ବିଜେପି ସମର୍ଥକ ଅଭିଯୋଗ କରିଥିଲେ । ମାତ୍ର ଟିଏମସିର ସ୍ଥାନୀୟ ନେତା ଏହାକୁ ଅସ୍ବୀକାର କରିବା ସହିତ ଓଲଟା ବିଜେପି ଉପରେ ଦୋଷ ଲଦିଥିଲେ । ଟିଏମସିର ଏହି ହିଂସାକୁ ବିରୋଧ କରି ଆସନ୍ତାକାଲି ଦେଶବ୍ୟାପୀ ଧାରଣାର ଡାକରା ଦେଇଛି ଭାରତୀୟ ଜନତା ପାର୍ଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.