ETV Bharat / bharat

ମାର୍ଚ୍ଚ 1ରେ ଗୁଜୁରାଟ ରାଜ୍ୟସଭା ଉପନିର୍ବାଚନ, ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା - ଉପନିର୍ବାଚନ

ମାର୍ଚ୍ଚ 1ରେ ଗୁଜୁରାଟର ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ । ଉପନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା ।

BJP Announces Candidates For Bypolls For 2 Rajya Sabha Seats In Gujarat
ମାର୍ଚ୍ଚ 1ରେ ଗୁଜୁରାଟର ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ,ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ
author img

By

Published : Feb 16, 2021, 6:04 PM IST

ଗାନ୍ଧୀନଗର : ଗୁଜୁରାଟରେ ଦୁଇଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଆସନ୍ତା ମାର୍ଚ୍ଚ 1 ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ଚଳିତଥର ବିଜେପି ଦୁଇଟି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେମାନେ ହେଉଛନ୍ତି ବିଜେପି ଓବିସି ମୋର୍ଚ୍ଚାର ସଭାପତି ଦିନେଶ ଅନାଭଦିୟ ଓ ରାମ ମୋକାରିଆ । ବନାସ୍କାନ୍ତ ଜିଲ୍ଲାର ଜଣେ ବରିଷ୍ଠ ଦଳର ନେତା ହେଉଛନ୍ତି ଦିନେଶ ଅନାଭଦିୟ । ସେ 2014-17 ମଧ୍ୟରେ ଗୁଜୁରାଟ ରାଜ୍ୟ ସଡକ ପରିବହନ ନିଗମର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।

ରାମ ମୋକାରିୟା ଦୀର୍ଘ 4 ଦଶନ୍ଧି ଧରି ଦଳରେ କାର୍ଯ୍ୟ କରି ଆସୁଛନ୍ତି । ଗତ 45 ବର୍ଷ ଧରି ଦଳର କର୍ମୀ ଥିଲି ଓ ଦଳ ତାଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ ଭାବରେ ମନୋନୀତ କରିଥିବାରୁ ସେ ଖୁସି ଥିବା କହିଛନ୍ତି। କଂଗ୍ରେସ ନେତା ଅହମ୍ମଦ ପଟେଲ ଏବଂ ବିଜେପି ନେତା ଅଭୟ ଭରଦ୍ବାଜଙ୍କ ଦେହାନ୍ତ ପରେ ଗୁଜରାଟରେ ଦୁଇଟି ରାଜ୍ୟସଭା ଆସନ ଖାଲି ପଡିଥିଲା । ଅହମ୍ମଦ ପଟେଲ ଓ ଅଭୟ ଭରଦ୍ବାଜଙ୍କ କାର୍ଯ୍ୟକାଳ ଯଥାକ୍ରମେ ଅଗଷ୍ଟ 2023 ଓ ଜୁନ୍ 2026 ରେ ଶେଷ ହୋଇଥାନ୍ତା । କିନ୍ତୁ ଉଭୟ ନେତାଙ୍କର ନଭେମ୍ବର 25 ଓ ଡିସେମ୍ବରେ 1ରେ କୋରୋନାରେ ଦେହାନ୍ତ ଘଟିଥିଲା । ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ମାର୍ଚ୍ଚ 1ରେ ଦୁଇଟି ଆସନପାଇଁ ମତଦାନ ଅଲଗା ଅଲଗା ହେବ । ଭୋଟ ଗଣତି ସେହିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ବିଜେପି ଏବଂ କଂଗ୍ରେସ ଯଥାକ୍ରମେ ଗୁଜରାଟ ବିଧାନସଭାରେ 111 ଏବଂ 65 ଜଣ ବିଧାୟକ ଅଛନ୍ତି।

.

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.