ETV Bharat / bharat

ତିନି ରାଜ୍ୟ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଘୋଷଣା: ବାଛିବେ ମୁଖ୍ୟମନ୍ତ୍ରୀ ! - ବିଧାନସଭା ନିର୍ବାଚନ

BJP Observers for three states: କିଏ ହେବେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ମୁଖ୍ୟମନ୍ତ୍ରୀ? ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର 5 ଦିନ ପରେ ବି ଜାରି ରହିଛି ସସପେନ୍ସ । ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ପର୍ଯ୍ୟବେକ୍ଷକ ଟିମ୍ ଘୋଷଣା କରିଛନ୍ତି ବିଜେପି ହାଇକମାଣ୍ଡ। କେଉଁ ରାଜ୍ୟ ପାଇଁ କେଉଁମାନେ ହୋଇଛନ୍ତି ବିଜେପିର ପର୍ଯ୍ୟବେକ୍ଷକ ! ଅଧିକ ପଢ଼ନ୍ତୁ,

ତିନି ରାଜ୍ୟ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଘୋଷଣା : ବାଛିବେ ମୁଖ୍ୟମନ୍ତ୍ରୀ !

author img

By ETV Bharat Odisha Team

Published : Dec 8, 2023, 1:25 PM IST

Updated : Dec 8, 2023, 1:31 PM IST

ନୂଆଦିଲ୍ଲୀ: ଡିସେମ୍ବର 3 ତାରିଖରେ ପ୍ରକାଶ ପାଇଥିଲା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ। ରେଜଲ୍ଟ ଘୋଷଣାର 5 ଦିନ ପରେ ମଧ୍ୟ କିଏ କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକମାନଙ୍କ ନାଁ ଘୋଷଣା କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ । ପ୍ରତି ରାଜ୍ୟ ପାଇଁ ତିନି ଜଣିଆ ସଦସ୍ୟ ବିଶିଷ୍ଟ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରାଯାଇଛି।

ରାଜସ୍ଥାନ ପର୍ଯ୍ୟବେକ୍ଷକ: ରାଜସ୍ଥାନରେ ବିଜେପି ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଗଠନ କରାଯାଇଛି ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ । ଏଥିରେ ଅଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ସଦସ୍ୟ ସରୋଜ ପାଣ୍ଡେ ଏବଂ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଦେ ।

ମଧ୍ୟପ୍ରଦେଶ ପର୍ଯ୍ୟବେକ୍ଷକ: ମଧ୍ୟପ୍ରଦେଶ ପାଇଁ ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ଗଠନ କରିଛି ଭାରତୀୟ ଜନତା ପାର୍ଟି । ଟିମରେ ସ୍ଥାନ ପାଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ଓବିସି ମୋର୍ଚ୍ଚା ଜାତୀୟ ସଭାପତି ଡକ୍ଟର କେ. ଲଷ୍ମଣ ଏବଂ ବିଜେପି ଜାତୀୟ ସଂପାଦକ ଆଶା ଲାକ୍ରା ।

ଛତିଶଗଡ଼ ପର୍ଯ୍ୟବେକ୍ଷକ: ଛତିଶଗଡ଼ ପାଇଁ ବିଜେପି ଘୋଷଣା କରିଛି ତିନି ଜଣିଆ ପର୍ଯ୍ୟବେକ୍ଷକ ଟିମ୍ । ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବିଜେପି ଜାତୀୟ ସାଧାରଣ ସଂପାଦକ ଦୁଷ୍ୟନ୍ତ କୁମାର ଗୌତମ ।

ଏହା ମଧ୍ଯ ପଢ଼ନ୍ତୁ: ମିଜୋରାମରେ ଲାଲଦୁହୋମାଙ୍କ ରାଜ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଏହା ମଧ୍ଯ ପଢ଼ନ୍ତୁ: ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ବିଜେପି ଘୋଷଣା କରିଛି ତିନି ଜଣିଆ ଲେଖାଏଁ ପର୍ଯ୍ୟବେକ୍ଷକ ତାଲିକା । ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ରାଜ୍ୟ ଗସ୍ତ କରି ବିଜେପିର ନବ ନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିବେ । ବିଜେପି ବିଧାୟକ ଦଳ ବୈଠକ ବସି, ନେତା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ । ପରେ ପର୍ଯ୍ୟବେକ୍ଷକ ଟିମ୍ ନିଷ୍ପତ୍ତି ସଂପର୍କରେ ବିଜେପି ନେତତ୍ବଙ୍କୁ ସୂଚନା ଦେବେ । ତା ପରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ତାଲିକା ବଢ଼ି ବଢ଼ି ଚାଲିଛି । ତିନିଟି ଯାକ ରାଜ୍ୟରେ ନୂଆ ମୁହଁଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ମଧ୍ଯ ଚାଲିଛି । ତେବେ ତିନିଟି ଯାକ ରାଜ୍ୟରେ ସିଏମ୍ ରେସରେ ଅଛନ୍ତି ଭେଟେରାନ୍ ଲିଡର । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ରାଜେ ଆଗରେ ଥିବା ବେଳେ, ମଧ୍ୟ ପ୍ରଦେଶରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମୁଖ୍ୟ ଦାବିଦାରଙ୍କ ମଧ୍ୟରେ ଅଛନ୍ତି ।

ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆଲୋଚନା-ପର୍ଯ୍ୟାଲୋଚନା ସରିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ବସୁନ୍ଧରା ରାଜେ ସିନ୍ଧିଆ, ଗତକାଲି ନୂଆଦିଲ୍ଲୀ ଗସ୍ତ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2023, 1:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.