ETV Bharat / bharat

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଟିମ - ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ଦାବି କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେବା ପରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ସାଂସଦମାନେ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଦାବି ରଖିଛନ୍ତି । ଅଧିକ ପଢନ୍ତୁ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି: ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ

author img

By

Published : Dec 7, 2021, 12:19 PM IST

ନୂଆଦିଲ୍ଲୀ: ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ଦାବି କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ଯାହାର ଦୃଢ଼ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ସାଂସଦ ମାନେ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

୨୦୧୭ ଅକ୍ଟୋବର ୨୩ରେ ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଭୁବନେଶ୍ବରରେ ଏକ ପ୍ରେସମିଟରେ ଘୋଷଣା କରିଥିଲେ ଯେ, ଅଷ୍ଟମ ଶ୍ରେଣୀ NCERT ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଯେ କେନ୍ଦ୍ର ସରକାର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା 4.5 କୋଟି ରାଜ୍ୟବାସୀଙ୍କୁ ଆଘାତ ଦେଇଛି ବୋଲି କହିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ସେପଟେ ଓଡିଶାର ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ରାଜ୍ୟର ଅନୁରୋଧକୁ ଆନ୍ତରିକତାର ସହ ମୋଦି ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ରାଷ୍ଟ୍ରମନ୍ତ୍ରୀ ।

ଆହୁରି ପଢନ୍ତୁ: ପୁଣିଥରେ ନିରାଶ କଲା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତକୁ ଦେଲାନି ଶାସ୍ତ୍ରୀୟ ମାନ୍ୟତା

୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ପାଇକ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.