ETV Bharat / bharat

ଛତିଶଗଡର ନବମ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ବଭୂଷଣ ହରିଚନ୍ଦନ

ଛତିଶଗଡର ନବମ ରାଜ୍ୟପାଳ ଭାବେ ଶପଥଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ । 2019 ରେ 26ତମ ଆନ୍ଧ୍ର ରାଜ୍ୟପାଳ ଭାବେ ଗ୍ରହଣ କରିଥିଲେ ଦାୟିତ୍ବ । ଅଧିକ ପଢନ୍ତୁ

author img

By

Published : Feb 23, 2023, 7:17 PM IST

ଛତିଶଗଡର ନବମ ରାଜ୍ୟପାଳ ଭାବେ ଶପଥଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡର 9ମ ରାଜ୍ୟପାଳ ଭାବେ ଆଜି ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି । ଆଜି (ଗୁରୁବାର) ରାଜଭବନର ଦରବାର ହଲରେ ଆୟୋଜିତ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ଛତିଶଗଡ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୂପ କୁମାର ଗୋସ୍ବାମୀ ହରିଚନ୍ଦନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସମାରୋହରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ବିରୋଧୀ ଦଳ ନେତା ନାରାୟଣ ଚାନ୍ଦେଲ, ରାଜ୍ୟ ବିଜେପି ସଭାପତି ଅରୁଣ ସାଓ ପ୍ରମୁଖ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହା ପୂର୍ବରୁ ହରିଚନ୍ଦନ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଦାୟିତ୍ବରେ ଥିଲେ ।

ଓଡିଶାର ବରିଷ୍ଠ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ହରିଚନ୍ଦନ 2019 ମସିହା ଫେବୃଆରୀ 22ରେ ଆନ୍ଧ୍ର ପ୍ରଦେଶର 24ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ନିକଟରେ ରାଜ୍ୟପାଳଙ୍କ ସ୍ତରରେ କେନ୍ଦ୍ର ସରକାର ଅଦଳ ବଦଳ କରିବା ସହ କିଛି ନୂଆ ନିଯୁକ୍ତି ମଧ୍ୟ ଦେଇଥିଲେ । ଏହି ନୂଆ ବିଜ୍ଞପ୍ତିରେ ସର୍ବୋଚ୍ଚ କୋର୍ଟଙ୍କ ପୂର୍ବତନ ବିଚାରପତି ତଥା ଅଯୋଧ୍ୟା ମାମଲା ଖଣ୍ଡପୀଠରେ ସଦସ୍ୟ ଥିବା ଜଷ୍ଟିସ ଅବଦ୍ଦୁଲ ନାଜିର ମଧ୍ୟ ରହିଥିଲେ । ନାଜିର ହରିଚନ୍ଦନଙ୍କ ସ୍ଥାନରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବେ ।

1934 ମସିହା ଅଗଷ୍ଟ 3 ତାରିଖରେ ଓଡିଶାରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ ହରିଚନ୍ଦନ । ପିତା ପର୍ଶୁରାମ ହରିଚନ୍ଦନ ଥିଲେ ଜଣେ ସୁସାହିତ୍ୟିକ । 1971 ରେ ହରିଚନ୍ଦନ ଭାରତୀୟ ଜନସଂଘରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଓଡିଶା ରାଜନୀତିରେ ବେଶ କେତେ ଦଶନ୍ଧି ଧରି ସକ୍ରିୟ ଥିବା ହରିଚନ୍ଦନ ରାଜଧାନୀ ଭୁବନେଶ୍ବର ଓ ଚିଲିକା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ 5ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଛନ୍ତି ।

ସେ ଓଡିଶାର ପ୍ରଥମ ପ୍ରଦେଶ ବିଜେପି ସଭାପତି ମଧ୍ୟ ଥିଲେ । ଜଣେ ରାଜନେତା ବ୍ୟତୀତ ତାଙ୍କର ସାହିତ୍ୟରେ ମଧ୍ୟ ରୁଚି ରହିଛି । କାବ୍ୟ ଓ କବିତା ରଚନା ପାଇଁ ତାଙ୍କୁ 2021ରେ ଓଡିଶାର ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଦୀର୍ଘ ରାଜନୈତିକ ଜୀବନ ପରେ 2019 ମସିହାରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ବ ମିଳିଥିଲା । ନିଜର ରାଜ୍ୟପାଳ କାର୍ଯ୍ୟକାଳ ସମୟରେ ମଧ୍ୟ ତାଙ୍କର କାର୍ଯ୍ୟଶୈଳୀ ନିର୍ବିବାଦୀୟ ଥିଲା । ଗତକାଲି ତାଙ୍କୁ ବିମାନ ବନ୍ଦରରେ ବିଦାୟ ଦେବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଯାହା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା । ହରିଚନ୍ଦନ ଆଜି ଛତିଶଗଡର 9ମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.