ETV Bharat / bharat

91 ବର୍ଷରେ ପାଦ ଦେଲେ ‘ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ - HUMAN COMPUTER

‘ମାନବ-କମ୍ପ୍ୟୁଟର’ ଭାବରେ ପରିଚିତ ଭାରତର ମହିଳା ଗଣିତଜ୍ଞ ଶକୁନ୍ତଳା ଦେବୀ 4 ନଭେମ୍ବର 1929 ରେ ଜନ୍ମଗ୍ରହଣ କରିଥିଲେ ଏବଂ 21 ଏପ୍ରିଲ 2013 ରେ ମୃତ୍ୟୁ ବରଣ କରିଥିଲେ।

ଶକୁନ୍ତଳା ଦେବୀ
ଶକୁନ୍ତଳା ଦେବୀ
author img

By

Published : Nov 4, 2020, 4:58 PM IST

ହାଇଦ୍ରାବାଦ: ‘ମାନବ-କମ୍ପ୍ୟୁଟର’ ଭାବରେ ପରିଚିତ ଭାରତର ମହିଳା ଗଣିତଜ୍ଞ ଶକୁନ୍ତଳା ଦେବୀ 4 ନଭେମ୍ବର 1929 ରେ ଜନ୍ମଗ୍ରହଣ କରିଥିଲେ ଏବଂ 21 ଏପ୍ରିଲ 2013 ରେ ମୃତ୍ୟୁ ବରଣ କରିଥିଲେ। ଶକୁନ୍ତଳା ଦେବୀ ତାଙ୍କର ସ୍ବାଧୀନ ବିଚାରଧାରା ପାଇଁ ଜଣାଶୁଣା । 1950ର ଏକ ସାକ୍ଷାତକାରରେ ଦେବୀ ଘୋଷଣା କରିଥିଲେ ଯେ, ‘ମୁଁ କୌଣସି ପୁରୁଷଙ୍କୁ କହିବାକୁ ସୁଯୋଗ ଦେବାକୁ ଚାହେଁ ନାହିଁ ଯେ ଯଦି ମୁଁ କିଛି ନାଁ କରେ ତେବେ ଏହା ତାଙ୍କ ସାହାଯ୍ୟ ହେତୁ ହୋଇଥଲା ’।

HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ
HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ

ଯେତେବେଳେ ସେ ବିବାହ କରିଥିଲେ ସେତେବେଳେ ସେ ତାଙ୍କ ସ୍ବାମୀଙ୍କ ନାଁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ଏହା ବଦଳରେ କହିଥିଲେ, ‘ମୁଁ ଚାହୁଁଛି ଯେ ମୋ ନାଁରେ ରାସନ କାର୍ଡ ପ୍ରସ୍ତୁତ କରାଯାଉ। ମୋତେ ଜଣେ ସମ୍ପୁର୍ଣ୍ଣ ବ୍ୟକ୍ତି ଭାବରେ ଗ୍ରହଣ କରାଯାଉ ’। ଶକୁନ୍ତଳା ଦେବୀ କୋଲକାତା ସ୍ଥିତ ଆଇଏଏସ୍ ଅଫିସର୍ ପରିତୋଶ ବାନାର୍ଜୀଙ୍କୁ 1960 ରେ ବିବାହ କରିଥିଲେ। ତାଙ୍କ ଝିଅଙ୍କ ନାଁ ଅନୁପମା ବାନାର୍ଜୀ ।

HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ
HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ସେମାନଙ୍କର ଯୌନ ସମ୍ପର୍କ ଆଧାରରେ ଲୋକଙ୍କୁ ଅସମ୍ମାନ କରନ୍ତି, ଭେଦଭାବ କରନ୍ତି ଏବଂ ପରିହାସ କରନ୍ତି ସେମାନେ ପ୍ରକୃତରେ ଅନୈତିକତା ନିଜ ଭିତରେ ଦେଖିବା ଉଚିତ୍ । ସମଲିଙ୍ଗୀ ଉପରେ ତାଙ୍କର ପ୍ରଥମ ଅଧ୍ୟୟନ ଥିଲା । 1982 ମସିହାରେ ଶକୁନ୍ତଳା ଦେବୀଙ୍କ ପ୍ରତିଭା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଲା। କୌଣସି କମ୍ପ୍ୟୁଟରର ବିନା ସାହାଯ୍ୟରେ 28 ସେକେଣ୍ଡରେ ଦୁଇଟି 13 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ସମାଧାନ କରିବାରେ ସଫଳ ହୋଇଥିଲା ।

HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ

ମାନସିକ କାଲକୁଲେଟର ଭାବରେ କାର୍ଯ୍ୟ କରିବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଜ୍ୟୋତିଷ ତଥା ରୋଷେଇ ପୁସ୍ତକ ଏବଂ ଉପନ୍ୟାସ ସମେତ ଅନେକ ପୁସ୍ତକର ଲେଖିକା ଥିଲେ। ସେ ଦୁଇଟି 13 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବହୁଗୁଣିତ କରିବା ସହ 28 ସେକେଣ୍ଡରେ ଉତ୍ତର ଦେବାରେ ସକ୍ଷମ ହୋଇଥିଲେ ।

HUMAN COMPUTER
ମାନବ-କମ୍ପ୍ୟୁଟର’ ଶକୁନ୍ତଳା ଦେବୀ

ସେ ସେହି ସମୟରେ ଦୁନିଆର ଦ୍ରୁତତମ କମ୍ପ୍ୟୁଟର ମଧ୍ୟରୁ UNIVAC 1101 କମ୍ପ୍ୟୁଟର ଅପେକ୍ଷା 201 ଅଙ୍କ ବିଶିଷ୍ଟ ସଂଖ୍ୟାର 23 ତମ ମୂଳକୁ ଗଣନା କରିବାରେ ସକ୍ଷମ ହୋଇଥିଲେ । ସେ ସାରା ବିଶ୍ବରେ ଶୋ’ କରିଥିଲେ ଏବଂ ଇନ୍ଦିରା ଗାନ୍ଧୀ ତାଙ୍କୁ ଥରେ ଭାରତ ପାଇଁ ‘ଏକ ସ୍ବତନ୍ତ୍ର ରାଷ୍ଟ୍ରଦୂତ’ବୋଲି କହିଥିଲେ।

ଶକୁନ୍ତଳା ଦେବୀ ସଂଖ୍ୟା, ଗଣିତ ଏବଂ ସମଲିଙ୍ଗୀ ସମ୍ପର୍କ ଉପରେ ମଧ୍ୟ ପୁସ୍ତକ ଲେଖିଥିଲେ। ଜ୍ୟୋତିଷ ଶାସ୍ତ୍ର, ସଂଖ୍ୟା ଗୁଡିକକୁ ନେଇ ପୁସ୍ତକ, ସଂଖ୍ୟା ଗୁଡିକର ଚମତ୍କାର, ଗଣିତ, ପିଲାଙ୍କ ଗଣିତ ପ୍ରତିଭା, ପଜଲ୍, ସୁପର ମେମୋରୀ ଓ ସମଲିଙ୍ଗୀ ଆଦି ବହି ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.