ETV Bharat / bharat

TMC ନେତାଙ୍କ ଅଜବ ଯୁକ୍ତି: ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ କରୁଛି ବିରିୟାନୀ, ଦୋକାନ ବନ୍ଦ ଦାବି - ଟିଏମସି ନେତା ରବୀନ୍ଦ୍ରନାଥ ଘୋଷ

ବିରିୟାନୀ ଦୋକାନ ବିରୁଦ୍ଧରେ ଟିଏମସି ନେତାଙ୍କ ସାଙ୍ଘାତିକ ଅଭିଯୋଗ । ବିରିୟାନୀ ଖାଇବା ଦ୍ବାରା ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ହେଉଥିବା ନେଇ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

ବିରିୟାନୀ ଦୋକାନ ବନ୍ଦ ପାଇଁ TMC ନେତାଙ୍କ ଦାବି, ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ନେଇ ଅଭିଯୋଗ

author img

By

Published : Oct 24, 2022, 7:10 AM IST

କୋଲକାତା: ଟିଏମସି ନେତା ରବୀନ୍ଦ୍ରନାଥ ଘୋଷ (TMC leader Rabindranath Ghosh) କୁଚବିହାରରେ ଏକ ବିରିୟାନୀ ଦୋକାନକୁ ଜୋରଜବରଦସ୍ତ ବନ୍ଦ କରିଛନ୍ତି । ଏହି ବିରିୟାନୀ ଦୋକାନରୁ ବିରିୟାନୀ କିଣି ଖାଇବା ଦ୍ବାରା ଏଥିରେ ବ୍ୟବହୃତ ହେଉଥିବା ମସଲା ପୁରୁଷଙ୍କ ଉପରେ ପ୍ରଭାବ ପକାଉଥିବା ସେ ଅଭିଯୋଗ କରିଛନ୍ତି । ଏହି ମସଲା ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ (male sexual drive) କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀମଣ୍ଡଳର ଉତ୍ତର ବଙ୍ଗଳା ବିକାଶ ମନ୍ତ୍ରୀ କହିଛନ୍ତି, "ବିଭିନ୍ନ ମହଲରୁ ଅଭିଯୋଗ ଆସିଛି ଯେ ସୁସ୍ବାଦୁ ଖାଦ୍ୟରେ ବ୍ୟବହାର କରାଯାଉଥିବା ଉପାଦାନ ଏବଂ ମସଲା ପୁରୁଷଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରିଥାଏ ଏବଂ ତେଣୁ ଆମେ ଏହାକୁ ବନ୍ଦ କରିଛୁ ।" ପୌରସଂସ୍ଥାର ସୂତ୍ର ଅନୁଯାୟୀ, କୁଚବିହାର ମ୍ୟୁନିସିପାଲିଟି ଅଞ୍ଚଳରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅନେକ ଦୋକାନ ବିରୋଧରେ ଅଭିଯୋଗ ଆସିଛି । ସେମାନେ କେତେକ ଉପାଦାନ ବ୍ୟବହାର କରୁଛନ୍ତି ଯାହା ମନୁଷ୍ୟର ପ୍ରଜନନ କ୍ଷମତା ହ୍ରାସ କରୁଛି ।

ଏହା ବି ପଢନ୍ତୁ- ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ ଭାରତୀୟ ତଟରକ୍ଷୀ ବାହିନୀ

ଏନେଇ ଘୋଷ କହିଛନ୍ତି ବିରିୟାନୀ ରାନ୍ଧୁଥିବା ଦୋକାନୀ ବିହାର କିମ୍ବା ଉତ୍ତରପ୍ରଦେଶରୁ ଆସିଛନ୍ତି । ଏହି ଦୋକାନ ଗୁଡ଼ିକ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହୁଛି । ଏଠାରେ ଲୋକେ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି । ଏଠାରେ ସେମାନେ ମଦ୍ୟପାନ କରିବା ସହିତ ପରିବେଶକୁ ମଧ୍ୟ ପ୍ରଦୂଷଣ କରୁଛନ୍ତି । ଏମାନଙ୍କୁ କୌଣସି ଟ୍ରେଡ ଲାଇସେନ୍ସ ମଧ୍ୟ ଦିଆଯାଉନଥିବା ସେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଉପରେ ତଦନ୍ତ କରାଯିବ ।

ମିଳିଥିବା ସୂଚନା ଅନୁସାରେ ଦୋକାନୀଙ୍କ ନାମ ପପୁ ଖାନ ବୋଲି ଜଣାପଡ଼ିଛି । ପପୁ ଗଣମାଧ୍ୟମ ସମ୍ପର୍କରେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ପପୁ ପୂଜା ପୂର୍ବରୁ ଏଠାରେ ଦୋକାନ ଖୋଲିଛନ୍ତି ଏବଂ ଏଠାରେ ବହୁ ମାତ୍ରାରେ ବ୍ୟବସାୟ ମଧ୍ୟ ହେଉଛି । ମାତ୍ର ସେମାନଙ୍କୁ ଲାଇସେନ୍ସ ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.