ETV Bharat / bharat

ବାର୍ଡଫ୍ଲୁ ଆତଙ୍କ, ଦେଶର 5 ରାଜ୍ୟରେ ଆଲର୍ଟ ଜାରି - bird flu in india

କୋରୋନା ଭ୍ୟାକସିନ ଆସିବା ଖବର ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିବାବେଳେ ଏବେ ପୁଣି ବାର୍ଡଫ୍ଲୁ ଭୟ ଘାରିଛି ଲୋକଙ୍କୁ । ଯାହାକୁ ନେଇ ଦେଶର 5 ରାଜ୍ୟରେ 144 ଧାରା ଲାଗୁ କରାଯାଇଛି ।

ବାର୍ଡଫ୍ଲୁ ନେଇ ଆଲର୍ଟ
ବାର୍ଡଫ୍ଲୁ ନେଇ ଆଲର୍ଟ
author img

By

Published : Jan 5, 2021, 3:50 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସଙ୍କଟ ଭିତରେ ବାର୍ଡଫ୍ଲୁ ଆତଙ୍କ । କୋରୋନା ଭ୍ୟାକସିନ ଆସିବା ଖବର ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିବାବେଳେ ଏବେ ପୁଣି ବାର୍ଡଫ୍ଲୁ ଭୟ ଘାରିଛି ଲୋକଙ୍କୁ । ଯାହାକୁ ନେଇ ଦେଶର 5 ରାଜ୍ୟରେ 144 ଧାରା ଲାଗୁ କରାଯାଇଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏବେ ହିମାଚଳ ପ୍ରଦେଶ, ଗୁଜୁରାଟ ଏବଂ କେରଳ ଯାଏଁ ବାର୍ଡଫ୍ଲୁ ଆତଙ୍କ ଖେଳିଯାଇଛି । ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ରହିବା ସହ 144 ଧାରା ଜାରି କରାଯାଇଛି ।

ମଧ୍ୟପ୍ରଦେଶରେ ଗତ 23 ଡିସେମ୍ବରରୁ ଜାନୁଆରୀ 3 ପର୍ଯ୍ୟନ୍ତ ପାଖାପାଖି 376 ଟି କାଉ ମୃତ୍ୟୁ ହୋଇସାରିଛି । ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ 142 ଟି କାଉ ଇନ୍ଦୋରରୁ ଥିବା ଜଣାପଡିଛି ।

ଏହାକୁ ନେଇ ପ୍ରାଣୀସମ୍ପଦ ମନ୍ତ୍ରୀ ପ୍ରେମ ସିଂହ ପଟେଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୃତ କାଉର ସାମ୍ପୁଲ ପରୀକ୍ଷା ପାଇଁ ଭୋପାଳର ଷ୍ଟେଟ ଡି.ଆଇ ଲ୍ୟାବକୁ ପଠାଯାଇଛି । ଅନ୍ୟପଟେ ଇନ୍ଦୋର ଓ ମନ୍ଦସୌରରୁ ପଠାଯାଇଥିବା ନୂଆ ସାମ୍ପୁଲରେ ବାର୍ଡଫ୍ଲୁ ସ୍ପଷ୍ଟ ହୋଇଛି ।

ବାର୍ଡଫ୍ଲୁ ସ୍ପଷ୍ଟ ହୋଇଥିବା ବି ଏବେସୁଦ୍ଧା କୁକୁଡ଼ାମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ, ତଥାପି କୁକୁଡ଼ା ଏବଂ କୁକୁଡ଼ା ଉତ୍ପାଦ ବଜାର, ଚାଷଜମି, ଜଳଭଣ୍ଡାର ଏବଂ ପ୍ରବାସୀ ପକ୍ଷୀମାନଙ୍କ ଉପରେ ବିଶେଷ ନଜର ରଖିବାକୁ ପ୍ରାଣୀସମ୍ପଦ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.