ETV Bharat / bharat

Birbhum Violence: ମୋଦିଙ୍କ ଉଦବେଗ, କହିଲେ ଅପରାଧୀଙ୍କୁ କ୍ଷମା ଦେବେ ନାହିଁ ରାଜ୍ୟବାସୀ - ବୀରଭୂମ ହିଂସାକାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ପଶ୍ଚିମବଙ୍ଗର ବୀରଭୂମରେ କାଣ୍ଡରେ ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉ ପ୍ରଦେଶ ସରକାର। ଅଧିକ ପଢନ୍ତୁ

Birbhum violence: ପ୍ରଧାନମନ୍ତ୍ରୀଙ୍କ ଉଦବେଗ, କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

author img

By

Published : Mar 23, 2022, 9:07 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ରାଜୈନତିକ ହିଂସା ଓ 9 ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଘଟଣାରେ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କାଣ୍ଡରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ସେହିପରି ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ତ୍ବରିତ ପଦକ୍ଷେପ ନେବା ନେଇ ମଧ୍ୟ ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ବେଙ୍ଗଲବାସୀ ମଧ୍ୟ ଏପରି ଜଘନ୍ୟକାଣ୍ଡରେ ସାମିଲ ଅପରାଧୀଙ୍କୁ କ୍ଷମା ଦେବେ ନାହିଁ ବୋଲି ମଧ୍ୟ ସେ କହିଥିଲେ।

ସୂଚନା ଅନୁସାରେ, ଜଣେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଘର ପୋଡିଦିଆଯିବା ସହ 8ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ। ଘଟଣା ପରେ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ସଂସଦରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଥିଲା। ରାଜ୍ୟରେ ମମତା ଶାସନରେ ଆଇନଶଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ ବିଜେପି ସାଂସଦ ।

ସେହିପରି ବର୍ତ୍ତମାନ ଏହି ଘଟଣାରେ 22 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି । ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ ଜାରି ରହିଥିବା ସହ ଗିରଫଦାରୀ ଆହୁରି ବଢିବା ନେଇ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ କୁହାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । ଘଟଣାରେ ସମ୍ପୃକ୍ତ ସମସ୍ତ ରାଜନୈତିକ ଦଳର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଥିବା ମୁଖ୍ୟମନ୍ତ୍ରୀ ମମତା କାଲି ଘଟଣାସ୍ଥଳକୁ ଗସ୍ତ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.