ETV Bharat / bharat

Birbhum violence: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ - ବୀରଭୂମ ହିଂସାରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ହିଂସା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କଲା କଂଗ୍ରେସ । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିବେଦନ କଲେ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

Birbhum violence: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

author img

By

Published : Mar 23, 2022, 10:29 PM IST

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ହିଂସାରେ 9ଜଣଙ୍କୁ ହତ୍ୟା କରାଯିବା ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟରେ ଟିଏମସି ଶାସନରେ ଆଇନ ଶଙ୍ଖଳା ବିପର୍ଯ୍ୟସ୍ଥ ହୋଇଥିବା ଦର୍ଶାଇ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗରେ ସମ୍ବିଧାନର ଧାରା 355 ଲାଗୁ ଅର୍ଥାତ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିବେଦନ କରିଛନ୍ତି ।

  • West Bengal Congress chief and MP Adhir Ranjan Chowdhury writes to President Ram Nath Kovind, requesting him to invoke Article 355 of the Constitution "to ensure that the Government of West Bengal is carried on in accordance with the provision of the Constitution." pic.twitter.com/EfDWLVsRnt

    — ANI (@ANI) March 23, 2022 " class="align-text-top noRightClick twitterSection" data=" ">

ଭାରତୀୟ ସମ୍ବିଧାନର ଧାରା 355 ଅନୁସାରେ, ଦେଶର କୌଣସି ରାଜ୍ୟ କିମ୍ବା ସ୍ଥାନରେ ହିଂସା ଓ ଆଭ୍ୟନ୍ତରୀଣ ଅରାଜକତା ଦେଖିବାକୁ ମିଳିଲେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ପ୍ରାବଧାନ ଥାଏ । ତେବେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅନୁଭବ କଲେ ରାଷ୍ଟ୍ରପତି ଏହି ଶାସନ ଲାଗୁ କରିବା ସହ ରାଜ୍ୟ ସରକାରଙ୍କ କ୍ଷମତାଚ୍ୟୁତ କରିପାରିବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ମମତାଙ୍କ ଟିଏମସି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ଲାଗି ରହିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ଗତକାଲି ଘଟିଥିବା ଗଣହତ୍ୟା ପରେ ପୁଣି ସାରା ଦେଶର ନଜରକୁ ଆସିଛି ପଶ୍ଚିମବଙ୍ଗର ଜଙ୍ଗଲରାଜ ପରିସ୍ଥିତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.