ETV Bharat / bharat

ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ସମାଧାନ କରିବ ବାୟୋଗ୍ୟାସ କାରଖାନା, ଉଦଘାଟନ କଲେ ଜାଭଡେକର

author img

By

Published : Nov 7, 2020, 3:32 PM IST

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । ଏଥିଲାଗି ପୁନେରେ ଏକ ବାୟୋଗ୍ୟାସ କାରଖାନାକୁ ଉଦଘାଟନ କରିଛନ୍ତି ଯାହାକି ନଡା ଜଳିବା ଦ୍ବାରା ହେଉଥିବା ପ୍ରଦୂଷଣକୁ ରୋକିପାରିବ । ଅଧିକ ପଢନ୍ତୁ...

Biogass plant will solve stubble burning problems: Minister Javedkar
ନଡା ଜଳିବା ସମସ୍ୟାର ସମାଧାନ କରିବ ବାୟୋଗ୍ୟାସ କାରଖାନା: ମନ୍ତ୍ରୀ ଜାଭେଦକର

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପୁନେରେ ଜୈବ ଉତ୍ପାଦନ ପାଇଁ ଏକ ସଙ୍କୋଚିତ ବାୟୋଗ୍ୟାସ୍ ଉତ୍ପନ୍ନ କାରଖାନାକୁ ଉଦଘାଟନ କରିଛନ୍ତି । 'ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ରୋକିବାର ଏକ ସ୍ଥାୟୀ ସମାଧାନ' ସଂପର୍କରେ ଆୟୋଜିତ ସଭାରେ ଏହି କାରଖାନାକୁ ଉଦଘାଟନ କରାଯାଇଥିବା ସୂଚନା ମିଳିଛି ।

ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି । ଦିନକୁ ଦିନ ସେଠାରେ ପ୍ରଦୂଷଣ ମାତ୍ରା ବଢିବାରେ ଚାଲିଛି । ଫଳରେ ଲୋକମାନଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଛି । ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।

ଏ ନେଇ ଶୁକ୍ରବାର ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ପୁନେରେ ଜୈବ ଉତ୍ପାଦନ ପାଇଁ ଏକ ସଙ୍କୋଚିତ ବାୟୋଗ୍ୟାସ୍ ଉତ୍ପନ୍ନ କାରଖାନାକୁ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ କହିଥିଲେ," କେନ୍ଦ୍ର ସରକାର ଦିଲ୍ଲୀ ଓ ଉତ୍ତର ପାର୍ଶ୍ବ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆମେ ଏହି ଦିଗରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବୁ । ତେବେ ଆମେ ପୁଣେରେ ଏକ ପ୍ରଦର୍ଶନୀ କାରଖାନା ଆରମ୍ଭ କରିଛୁ, ଯାହା ବାୟୋମାସ(ଅକ୍ଷୟ ଜୈବ ପଦାର୍ଥ ଯାହା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କଠାରୁ ଆସିଥାଏ)ରୁ ବାୟୋଗ୍ୟାସ୍ ଉତ୍ପାଦନ କରିଥାଏ । "

ଏହି ବାୟୋଗ୍ୟାସ କାରଖାନା ଉତ୍ତର ଦିଲ୍ଲୀରେ ନଡା ଜଳିବା ଦ୍ବାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ କହିଛନ୍ତି । ତେବେ ଏହି ସଭାରେ କେନ୍ଦ୍ର ପରିବେଶ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବ ସରକାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.