ETV Bharat / bharat

Bilkis Bano gang rape case: ଦୁଷ୍କର୍ମୀଙ୍କୁ ମୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ବାନୋ

author img

By

Published : Nov 30, 2022, 4:48 PM IST

ଦୁଷ୍କର୍ମୀଙ୍କୁ ମୁକ୍ତି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହେଲେ 2002 ଗୋଧ୍ରା ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋ । ସମସ୍ତ 11ଦୁଷ୍କର୍ମୀଙ୍କୁ ମୁକ୍ତ କରିଛନ୍ତି ଗୁଜୁରାଟ ସରକାର (Bilkis Bano Challenges In Supreme Court)। ଅଧିକ ପଢନ୍ତୁ

Bilkis Bano gang rape case: ଦୁଷ୍କର୍ମୀଙ୍କୁ ମୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ବାନୋ
Bilkis Bano gang rape case: ଦୁଷ୍କର୍ମୀଙ୍କୁ ମୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ବାନୋ

ହାଇଦ୍ରାବାଦ: ବହୁଚର୍ଚ୍ଚିତ 2002 ଗୋଧ୍ରା ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋ ନିଜ ଦୁଷ୍କର୍ମୀଙ୍କୁ ମୁକ୍ତି ବିରୋଧରେ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି (Bilkis Bano Rapists Release case) । ଘଟଣାରେ ଦୋଷୀ ସାବ୍ୟସ୍ତ 11ଦୁଷ୍କର୍ମୀଙ୍କୁ ଗୁଜୁରାଟ ସରକାର ଜେଲରୁ ମୁକ୍ତ କରି ସାରିଛନ୍ତି ।

ସର୍ବୋଚ୍ଚ କୋର୍ଟଙ୍କ ଗୁଜୁରାଟ ସରକାରଙ୍କୁ ନିର୍ଣ୍ଣୟ ନେବା ନେଇ ନିର୍ଦ୍ଦେଶ ଦେବା ପରେ ସମସ୍ତ ଦୋଷୀଙ୍କୁ ଅଗଷ୍ଟ 15ରେ ଜେଲରୁ ମୁକ୍ତ କରାଯାଇଛି । ତେବେ ଏହି ଦୁଷ୍କର୍ମୀମାନଙ୍କୁ ଜେଲରୁ ଛଡାଗଲା ପରେ କିଛି ସଂଗଠନ ସେମାନଙ୍କୁ ସ୍ବାଗତ ମଧ୍ୟ କରିଥିଲେ । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା ମଧ୍ୟ କରାଯାଇଥିଲା ।

ଜଣେ ଦୋଷୀ କରିଥିବା କ୍ଷମା ଆବେଦନ ନେଇ ବିଚାର କରିବାକୁ ସର୍ବୋଚ୍ଚ କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 1992 କ୍ଷମା ନୀତି (1992 remission policy) ଆଧାରରେ ଗୁଜୁରାଟ ସରକାର ଏହି ଆବେଦନର ନିଷ୍ପତ୍ତି ନେଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ । ତେବେ ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି (Bilkis Bano Challenges In Supreme Court)।

କ’ଣ ଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା:-

2002 ରେ ଗୁଜୁରାଟ ଗୋଧ୍ରାରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ 21ବର୍ଷୀୟା ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏଥିରେ ବାନୋଙ୍କ ପରିବାରର 9ଜଣଙ୍କୁ ନିର୍ମମ ହତ୍ୟା ମଧ୍ୟ କରାଯାଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାନୋଙ୍କ 3ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଥିଲା । ପରେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତଥ୍ୟ ପ୍ରମାଣ ଆଧାରରେ 11ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.