ETV Bharat / bharat

ବିଲକିସ ବାନୋ ମାମଲା: ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଲେ 3 ଦୋଷୀ - ସୁପ୍ରିମକୋର୍ଟରେ ବିଲକିସ ବାନୋ ମାମଲା

Bilkis Bano Case: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇ ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଲେ 3 ଦୋଷୀ । ଅଧିକ ପଢନ୍ତୁ

Bilkis Bano Case
ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା
author img

By ETV Bharat Odisha Team

Published : Jan 18, 2024, 11:52 AM IST

ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ପହଞ୍ଚିଲେ 3 ଦୋଷୀ ସାବ୍ୟସ୍ତ । ଏହାସହ ଆତ୍ମସମର୍ପଣ ଅବଧି ବଢ଼ାଇବା ପାଇଁ କୋର୍ଟକୁ ନିବେଦନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଅଧିକ ସମୟ ମାଗିଛନ୍ତି ଅଭିଯୁକ୍ତ । ଆସନ୍ତା 21 ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ସମୟ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା 11 ଜଣକୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରିବା ନିଷ୍ପତ୍ତି ଉପରେ ଗତ 8 ତାରିଖରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ବି. ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଳ ଭୁୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଥିଲେ । 11 ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମୋକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

11ଜଣ ଦେଷୀଙ୍କ ମଧ୍ୟରୁ 3ଜଣ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ସହିତ ଆତ୍ମସମର୍ପଣ ଅବଧି ବୃଦ୍ଧି କରିବା ପାଇଁ ଆବେଦନ କରିଛନ୍ତି । ଜଣେ 4 ସପ୍ତାହର ଅବଧି ମାଗିଥିବା ବେଳେ ଅନ୍ୟ ଦୁଇଜଣ 6 ସପ୍ତାହର ଅବଧି ମାଗିଛନ୍ତି । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅବଧି ବୃଦ୍ଧି କରିବା ପାଇଁ ଅପିଲ କରିଛନ୍ତି ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ :ବିଲକିସ ବାନୋ ମାମଲାରେ ଗୁଜୁରାଟ ସରକାରଙ୍କୁ 'ସୁପ୍ରିମ' ଝଟକା, 11 ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

2002 ଗୁଜୁରାଟ ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଘଟିଥିଲା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା । ବୋନୋ 5 ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ୍ 14 ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ 14 ବର୍ଷ ଜେଲରେ ରହିବା ପରେ ଅଗଷ୍ଟ 2022ରେ ଗୁଜରାଟ ସରକାର ଆଇନ ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗତ 8 ତାରିଖରେ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଗୁଜରାଟ ସରକାରଙ୍କ ନିଷ୍ପତିକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ଏହାସହିତ ସମସ୍ତ 11ଜଣଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଆଜି ତାଙ୍କ ପାଇଁ ପ୍ରକୃତର ନୂଆବର୍ଷ ବୋଲି କହିଥିଲେ ବାନୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.