ETV Bharat / bharat

ଖୁସି ଖବର: ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, AAI ର ଗ୍ରୀନ ସିଗନାଲ

author img

By

Published : Oct 22, 2022, 5:22 PM IST

Updated : Oct 22, 2022, 9:46 PM IST

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କୋଲକାତାରୁ ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ (Biju Patnaik plane to be back odisha)। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ରଖାଯିବ ଡାକୋଟା ବିମାନ । ଏଥିନିମନ୍ତେ ଏକ ଏକର ପରିମତି ଅଞ୍ଚଳରେ ନିର୍ମିତ ହେବ ଏକ ସ୍ମାରକ ସ୍ଥଳି । ଏଠାରେ ଡାକୋଟା ବିମାନକୁ ପ୍ରଦର୍ଶିତ କରାଯିବ । ଏନେଇ AAI ଗ୍ରୀନ ସିଗନାଲ ଦେଇଛି । ଅଧିକ ପଢନ୍ତୁ

ବଙ୍ଗରୁ ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ବର ଫେରାଇ ଆଣିବା ପାଇଁ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଛି (Biju Patnaik plane to be back odisha)। କୋଲକାତାରୁ ବିମାନ ଫେରାଇ ଅଣାଯିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସ୍ମାରକ ପ୍ରତିଷ୍ଠା କରି ଏହାକୁ ପ୍ରଦର୍ଶନୀ ପାଇଁ ସଂରକ୍ଷିତ ରଖାଯିବ । ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (AAI) ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ପ୍ରାୟ ଏକ ଏକର (1.1 acre) ପରିମିତ ସ୍ଥାନ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ।

ଖୁସି ଖବର: ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, AAI ର ଗ୍ରୀନ ସିଗନାଲ

ବିମାନଟି ବର୍ତ୍ତମାନ କୋଲକାତାରେ ପଡିରହିଛି । ଗତ ଦୁଇ ବର୍ଷ ଧରି ଏହି ବିମାନକୁ କୋଲକାତାରୁ ଭୁବନେଶ୍ବରକୁ ଅଣାଯିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ଓଡିଶା ସରକାର । ତେବେ କୋଭିଡ ମହାମାରୀ କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ସମସ୍ତ ସର୍ତ୍ତବଳୀ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ତେବେ ଏହି ଐତିହାସିକ ବିମାନର ସଂରକ୍ଷଣ ପାଇଁ ବିମାନ ବନ୍ଦର ପରିସରରେ ପ୍ରାୟ 1.01 ଏକର ପରିମିତ ସ୍ଥାନ ଦେବା ପାଇଁ ପ୍ରାଧିକରଣ ସହମତି ପ୍ରକାଶ କରିଛନ୍ତି ।

ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁସାରେ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅନୁମତି ପରେ ବିମାନ ବନ୍ଦରରେ ଏକ ସ୍ମାରକ ପ୍ରତିଷ୍ଠା କରାଯାଇ ବିଜୁଙ୍କ ଏହି ଐତିହାସିକ ବିମାନକୁ ପ୍ରଦର୍ଶନୀ ପାଇଁ ରଖାଯିବ । ବିମାନଟିକୁ କୋଲକାତାରୁ ଅଣାଯାଇ ଭୁବନେଶ୍ବର ବିମାନ ବନ୍ଦର ପରିସରରେ ରଖାଯିବ । ଏହାକୁ ସାଧାରଣ ଲୋକେ ମଧ୍ୟ ଦେଖିପାରିବାର ସୁଯୋଗ ପାଇବେ ।

ସୂଚନାଯୋଗ୍ୟ ଯେ, ବିଜୁବାବୁଙ୍କ ଏହି ଐତିହାସିକ ଡାକୋଟା ବିମାନଟିର ଲମ୍ବ 64 ଫୁଟ 8 ଇଞ୍ଚ ରହିଥିବା ବେଳେ ଦୁଇ ଡେଣାର ପ୍ରସ୍ଥ ରହିଛି 95 ଫୁଟ । ଏହା ବର୍ତ୍ତମାନ କୋଲକାତା ବିମାନ ବନ୍ଦରରେ ଥିବା ବେଳେ ଏହାକୁ ସଡକ ପଥରେ ଭୁବନେଶ୍ବର ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଏହାର ଅଂଶବିଶେଷକୁ ସାମାନ୍ୟ ମରାମତି ପରେ ପୁଣି ସମ୍ମିଳୀତ କରାଯିବ ।

ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ରାଜନୀତିରେ ପ୍ରବେଶ ପୂର୍ବରୁ ଦକ୍ଷ ପାଇଲଟ ଥିଲେ । ପରେ ସେ ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେ ଉଡାଉଥିବା ଡାକୋଟା ବିମାନ ଏକାଧିକ ଜାତୀୟ ମିଶନରେ ମଧ୍ୟ ଅଂଶଗ୍ରହଣ କରିଛି । ଏପରିକି ବିଜୁବାବୁ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଡଚଙ୍କ କବଳରୁ ଉଦ୍ଧାର କରି ଡକୋଟା ବିମାନରେ ଆଣିଥିଲେ । ଏଥିଯୋଗୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଭୂମୀପୁତ୍ର ସମ୍ମାନରେ ସମ୍ମାନୀତ ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2022, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.