ETV Bharat / bharat

Momo Eating Challenge: ଚ୍ୟାଲେଞ୍ଜ ଜିତିବାକୁ ଖାଇଲେ 150ଟି ମୋମୋ, ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Jul 15, 2023, 10:17 PM IST

ବନ୍ଧୁମାନଙ୍କ ସହିତ ବାଜି ଲଗାଇ ଖାଇଲେ 150 ମୋମୋ । ଅକାଳରେ ଚାଲିଗଲା ବିହାରର 25 ବର୍ଷୀୟ ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ

momos eating challenge
momos eating challenge

ପାଟନା: ଖେଳ ଖେଳରେ ଚାଲିଗଲା ଜୀବନ । ମୋମୋ ଖାଇବା ପାଇଁ ଲାଗିଥିଲା ବାଜି । ଏହି ବାଜି ନିଶାରେ ବିହାରର 25 ବର୍ଷୀୟ ଯୁବକ ଜଣକ ଖାଇଥିଲେ 150ଟି ମୋମୋ । ଯାହା ଫଳରେ ଫୁଡ ପଏଜନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇପାରିଥାଏ ବୋଲି କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ । ଏହି ଘଟଣାଟି ବିହାର ସିୱାନ ଜିଲ୍ଲା ବାଧାରିଆ ପୋଲିସ ଥାନା ଅଞ୍ଚଳରେ ଘଟିଛି ।

ପୋଲିସର କହିବା ଅନୁସାରେ ଜଣେ ଯୁବକଙ୍କ ମୃତଦେହ ସିୱାନ ଜିଲ୍ଲା ଗୋପାଳଗଞ୍ଜ ସୀମା ନିକଟରେ ରାସ୍ତାକଡ଼ରେ ପଡ଼ିଥିଲା । ଏ ନେଇ ଖବର ପାଇବା ପରେ ଉକ୍ତ ମୃତଦେହକୁ ଜବତ କରାଯାଇଥିଲା । ଏହାପରେ ମୃତଦେହର ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତକ ଜଣକ ସିହୋରୱା ଗ୍ରାମର 25 ବର୍ଷୀୟ ବିପିନ ମାଞ୍ଝୀ ବୋଲି ଜଣାପଡ଼ିଛି । ସେ ବଧାରିଆ ପୋଲିସ ଷ୍ଟେସନ ଅଧୀନସ୍ଥ ଗିଆନ ମୋର ଅଞ୍ଚଳେର ଏକ ମୋବାଇଲ ଦୋକାନ ଚଲାଉଥିଲା ।

ଏହା ବି ପଢନ୍ତୁ- ଶୀତରେ ପୋଖରୀରେ ପହଁରିବା ନେଇ ଲାଗିଲା ବାଜି, ଯୁବକ ମୃତ

ସେପଟେ ମୃତ ଯୁବକ ବିପିନଙ୍କ ପିତା ସନ୍ଦେହ କରିଛନ୍ତି ଯେ ତାଙ୍କ ପୁଅର ଫୁଡ ପଏଜନିଂ ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କ କହିବା ଅନୁସାରେ, "2 ଜଣ ଯୁବକ ମୋ ପୁଅକୁ ଦୋକାନରୁ ଡାକିଥିଲେ । ଏହାପରେ ତାଙ୍କୁ ସାଥୀରେ ନେଇ ଚାଲିଯାଇଥିଲେ। ଏହାପରେ ମୋ ପୁଅ ଆଉ ଫେରିନାହିଁ । କିଛି ଲୋକ ମୋ ପୁଅର ମୃତଦେହକୁ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଆମେ ଖବର ପାଇବା ପରେ ବଧାରିଆ ପୋଲିସ ଷ୍ଟେସନରେ ପହଞ୍ଚିଥିଲୁ । ହେଲେ ସେମାନେ ମୃତଦେହ ଜବତ କରିବା ଲାଗି ମନା କରିଥିଲେ । ଏହି ମାମଲା ଥାୱେ ପୋଲିସ ଷ୍ଟେସନ ଅଞ୍ଚଳରେ ଆସୁଥିବା କହିଥିଲେ ।"

ତେବେ ଥାୱେ ପୋଲିସ ମୁଖ୍ୟ ଅଧିକାରୀ ଶାଶି ରଞ୍ଜନ କହିଛନ୍ତି ଯେ ମୃତ ଯୁବକ ବିପିନ ନିଜର କିଛି ବନ୍ଧୁଙ୍କ ସହିତ ବାଜି ଲଗାଇଥିଲା । ଏହି ବାଜି ମୁତାବକ ସେ ଗିଆନ ମୋର ଅଞ୍ଚଳରେ 150ଟି ମୋମୋ ଖାଇଥିଲା । ଏହି ମୋମୋ ଖାଇବା ପରେ ହଠାତ ତାର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାକୁ ବନ୍ଧୁମାନେ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଗଟିଛି । ହେଲେ ହସ୍ପିଟାଲରୁ ମୃତଦେହ ରାସ୍ତାକଡ଼କୁ କିପରି ଆସିଲା ସେ ନେଇ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.