ETV Bharat / bharat

Bihar Politics: କ’ଣ ରହିଛି ବିହାର ସଂଖ୍ୟା ସମୀକରଣ, ମେଣ୍ଟ ଭାଙ୍ଗିଲେ ବିଜେପିର ହେବ କି କ୍ଷତି ? - ବିହାର ରାଜନୀତି ତାଜା ଖବର

Bihar Politics ବିହାର ପାଇବ ଖୁବ ଶୀଘ୍ର ନୂଆ ସରକାର । ବଦଳିବ ସରକାର । ହେଲେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନର ମେଣ୍ଟ ସହ ସମ୍ପର୍କ ଶେଷ କରି ପୁଣି ଥରେ ପୁରୁଣା ସମ୍ପର୍କକୁ ଫେରିଯିବେ ବିହାରୀ ବାବୁ ନୀତିଶ କୁମାର । ଲାଲୁ-ରାବଡୀ ନନ୍ଦନ ପୁଣି ଥରେ ଫେରିବେ ସରକାରକୁ । ବିହାର ଦେଖିବ ନୂଆ ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 8, 2022, 10:52 PM IST

ନୂଆଦିଲ୍ଲୀ: Bihar Politics ବିହାର ପାଇବ ଖୁବ ଶୀଘ୍ର ନୂଆ ସରକାର । ବଦଳିବ ସରକାର । ହେଲେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନର ମେଣ୍ଟ ସହ ସମ୍ପର୍କ ଶେଷ କରି ପୁଣି ଥରେ ପୁରୁଣା ସମ୍ପର୍କକୁ ଫେରିଯିବେ ବିହାରୀ ବାବୁ ନୀତିଶ କୁମାର । ଲାଲୁ-ରାବଡୀ ନନ୍ଦନ ପୁଣି ଥରେ ଫେରିବେ ସରକାରକୁ । ବିହାର ଦେଖିବ ନୂଆ ସରକାର । ଗଠନ ନୂଆ ସମୀକରଣ । ଜାତୀୟ ରାଜନୀତିରେ ଘଟିବ ବଡ ଘଟଣା । ଆସନ୍ତା ସାଧାରଣ ନିର୍ବାଚନ (General Election 2024 ) ଲଢେଇ ପାଇଁ ପ୍ରସ୍ତୁତ ହେବ ନୂଆ ରଣନୀତି । ଏବେ ବିରୋଧୀ ଗୋଷ୍ଠୀର ନେତୃତ୍ବ ନେବେ ନୀତିଶ । ମୋଦିଙ୍କୁ ଦେବେ ଟକ୍କର । 24 ଲଢେଇ ପାଇଁ ପ୍ରସ୍ତୁତ ନୀତିଶ କୁମାର ।

ବିହାରରେ ମେଣ୍ଟ ସରକାର ଗଠନ କରି ଶାସନ କରୁଥିବା ବିଜେପି-ଜେଡିୟୁ ସମ୍ପର୍କରେ ଫାଟ । ଫାଟ ଏତେ ଗଭୀର ଯେ ଆଉ କୌଣସି ଆଶ୍ବାସନ ଭରସା ଏହାକୁ ଯୋଡି ପାରିବ ନାହିଁ । ଏହି ଫାଟ ଗତ କିଛି ମାସ ହେବ ବଢି ବଢି ଚାଲିଥିଲା । ଯେତେବେଳେ ଜାତି ଆଧାରିତ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Nitish Kumar) ବିଜେପି ଠାରୁ ନିଜକୁ ଦୂରେଇ ରଖିଥିଲେ, ସେତେବେଳେ ଏହା ଆରମ୍ଭ ହୋଇଥିଲା । ନୀତିଶ ବିରୋଧୀ ଦଳଙ୍କୁ ନେଇ ଜାତି ଆଧାରିତ ଜନଗଣନା ଦାବି କରିଥିଲେ । ଗତ କିଛି ମାସ ଧରି ନୀତିଶ ବିଜେପି ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଛି। କାରଣ ନୀତିଶ ଅନୁଭବ କରୁଛନ୍ତି ସରକାର ଚଳାଇବା ପାଇଁ ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳୁନାହିଁ । ଯାହାକୁ ନେଇ ଲଗାତାର ନୀତିଶ ବିଜେପି ଓ କେନ୍ଦ୍ର ସରକାରଙ୍କ ଠାରୁ ଦୂରେଇ ରହି ଆଗାମୀ ରଣନୀତି ରଚନା କରୁଥିଲେ ।

ନୀତିଶ ଗତ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ନୈଶ୍ୟ ଭୋଜିରେ ସାମିଲ ହୋଇନଥିଲେ । ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ଏହା ପୂର୍ବରୁ ଗୃହମନ୍ତ୍ରୀ ଡାକିଥିବା ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ସାମିଲ ହୋଇନଥିଲେ । ଏହାବଦା ଗତକାଲି ଗୁରୁତ୍ବପୂର୍ଣ୍ଣ ନୀତି ଆୟୋଗଙ୍କ ସପ୍ତମ ପରିଷଦ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏତତ ବ୍ୟତୀତ ମୋଦି ମନ୍ତ୍ରୀ ମଣ୍ଡଳରେ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ଆରସିପି ସିଂଙ୍କୁ ମଧ୍ୟ ନୀତିଶ ଆଉ ରାଜ୍ୟସଭା ପଠାଇନଥିଲେ । ଫଳରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ସହ ଦଳ ମଧ୍ୟ ଛାଡିଛନ୍ତି ଆରସିପି ସିଂ ।

କଣ ରହିଛି ବିହାର ରାଜନୀତି ସମୀକରଣ...

ବିହାର ବିଧାନସଭା (Bihar Assembly) ରେ ମୋଟ ଆସନ ସଂଖ୍ୟା ହେଉଛି 243 । ବହୁମତ ତଥା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରହିଛି 122 । ବର୍ତ୍ତମାନର ସ୍ଥିତି ଅନୁସାରେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal ) ଏବେ ସର୍ବବୃହତ ଦଳର ମାନ୍ୟତା ପାଇଛି । ଦଳ ପାଖରେ ଏବେ 79 ବିଧାୟକ ଥିବା ବେଳେ, ବିଜେପି (Bharatiya Janata Party) ପାଖରେ 77 ବିଧାୟକ ରହିଛନ୍ତି । ଏହାବାଦ ନୀତିଶଙ୍କ ନେତୃତ୍ବାଧୀନ ଜେଡିୟୁ (Janata Dal (United) ର 45 ବିଧାୟକ ରହିଛନ୍ତି । କଂଗ୍ରେସ ପାଖରେ 19 ଜଣ ବିଧାୟକ ଥିବା ବେଳେ, କମ୍ୟୁନିଷ୍ଟ ପାର୍ଟିର 12, AIMIM ର ଜଣେ, ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା ପାଖରେ 4 ଜଣ ବିଧାୟକ ରହିଛନ୍ତି।

କେମିତି ହେବ ନୂଆ ସମୀକରଣ?

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ନିଜର 45 ବିଧାୟକ ରହିଛନ୍ତି । ନୂଆ ସରକାର ଗଠନ କରିବାକୁ ହେଲେ 77 ବିଧାୟକଙ୍କ ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଯଦି ନୀତିଶଙ୍କୁ ସମର୍ଥନ କରେ ତେବେ ଉଭୟ ଦଳର ବିଧାୟକ ସଂଖ୍ୟା 124 ରେ ପହଞ୍ଚିଯିବ । ଏହାସହ ବିନା ଦ୍ବିଧାରେ ମଧ୍ୟ ନୂଆ ସରକାର ଗଠନ ହୋଇପାରିବ । ଯାହା ମଧ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏତତ ବ୍ୟତୀତ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି, ମଧ୍ୟ ଗଠବନ୍ଧନ ସରକାରଙ୍କୁ ସମର୍ଥନ ଦେବେ । ଏହା ହେଲେ ସରକାର ଆହୁରି ସୁଦୃଢ ହୋଇଯିବ । ହେଲେ ବିଜେପିର ରଣନୀତି କଣ ହେବ ତାହା ଉପରେ ନୂଆ ସରକାରର ସ୍ଥିତି ନିର୍ଭର କରୁଛି । ବିଜେପି କିଛି ବଡ ଧରଣର ବିଭାଜନ ଘଟାଇବାର ମଧ୍ୟ ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.