ETV Bharat / bharat

Bihar Journalist Murder: ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୪ ଗିରଫ - ବିହାର ସାମ୍ବାଦିକ ହତ୍ୟାକାଣ୍ଡ

ବିହାରରେ ସାମ୍ବାଦିକଙ୍କୁ ହତ୍ୟା ଘଟଣା । ୨୪ ଘଣ୍ଟା ଭିତରେ ୪ ଜଣଙ୍କୁ ବାନ୍ଧିଲା ବିହାର ପୋଲିସ । ଅଧିକ ପଢନ୍ତୁ

Bihar Journalist Murder
Bihar Journalist Murder
author img

By

Published : Aug 19, 2023, 1:24 PM IST

ପାଟନା: ବିହାରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି କରୁଛି । ଏନେଇ ଆଜି ସକାଳେ ବିହାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଭୋର୍ ସମୟରେ ଦୁର୍ବତ୍ତମାନେ ସାମ୍ବାଦିକ ବିମଳ କୁମାର ଯାଦବଙ୍କ ଘରେ ପଶି ହତ୍ୟା କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ଏନେଇ ମୃତ ସାମ୍ବାଦିକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେ ୮ ଜଣଙ୍କ ନାଁରେ ଏତଲା ଦେଇଥିବା ବେଳେ ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ବିହାର ପୋଲିସ । ଅଭିଯୁକ୍ତମାନେ ୨୦୧୯ରେ ବିମଳଙ୍କ ଭାଇକୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ସେ ଏକମାତ୍ର ସାକ୍ଷୀ ଥିଲେ ଏବଂ ତାଙ୍କୁ ନିଜର ସାକ୍ଷ୍ୟ ବଦଳାଇବା ପାଇଁ ଚାପ ପଡୁଥିବା ଅଭିଯୋଗ ହୋଇଛି । ଘରେ ଭିତରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯିବା ନେଇ ବିହାରରେ ରାଜନୀତି ଜୋର ଧରିଛି ।

ଲୋକ ଜନଶକ୍ତ ଦଳର ନେତା ଚିରାଗ ପାଶୱନ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଟାର୍ଗେଟ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ ସାମ୍ବାଦିକ ବିମଳଙ୍କ ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଖବର ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିହାରରେ ସାମ୍ବାଦିକଙ୍କୁ ହତ୍ୟା: ଘରେ ପଶି ଗୁଳି କଲେ ଦୁର୍ବୃତ୍ତ, ଭାଇ ହତ୍ୟାର ଥିଲେ ମୁଖ୍ୟ ସାକ୍ଷୀ

ଏହାମଧ୍ୟ ପଢନ୍ତୁ: West Bengal: ପତ୍ନୀ ଓ ଝିଅକୁ ହତ୍ୟା କରି ଜୀବନ ହାରିଲେ ଅବସରପ୍ରାପ୍ତ ଯବାନ

ପ୍ରକାଶ ଥାଉକି, ଶୁକ୍ରବାର ସକାଳେ ବିହାରର ଅରରିୟା ଜିଲ୍ଲା ରାନିଗଞ୍ଜ ସ୍ଥିତ ସାମ୍ବାଦିକଙ୍କ ଘରେ ତାଙ୍କୁ ହତ୍ୟା କରାଯାଇଥିଲା । ସକାଳୁ କିଛି ଦୁର୍ବୃତ୍ତ ଅଚାନକ ତାଙ୍କ ଘରେ ପଶିଥିଲେ ଏବଂ ବିମଳଙ୍କ ଉପରକୁ ଆଖିବୁଜା ଗୁଳି ଚଲାଇଥିଲେ । ଗୁଳି ତାଙ୍କ ଛାତିରେ ବାଜିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣାକୁ ନେଇ ବିହାରରେ ଜଙ୍ଗର ରାଜ ଚାଲିଛି ବୋଲି ଅରରିୟା ସାଂସଦ ପ୍ରଦୀପ କୁମାର ସିଂହ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.