ETV Bharat / bharat

Bihar: ଦଳିତ ମହିଳାଙ୍କୁ ଉଲଗ୍ନ କରି ସଂଘବଦ୍ଧ ଆକ୍ରମଣ, ଉପରେ ପରିସ୍ରା କଲେ

author img

By ETV Bharat Odisha Team

Published : Sep 24, 2023, 8:54 PM IST

ଉଧାର ଟଙ୍କା ପାଇଁ ଜଣେ ମହାଦଳିତ ମହିଳାଙ୍କୁ ଉଲଗ୍ନ କରି ମାଡ ମାରି ଉପରେ ପରିସ୍ରା କଲେ 6 ଅଭିଯୁକ୍ତ । ପୀଡିତା ହସ୍ପିଟାଲରେ ଭର୍ତ୍ତି । ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Bihar: ଦଳିତ ମହିଳାଙ୍କୁ ଉଲଗ୍ନ କରି ସଂଘବଦ୍ଧ ଆକ୍ରମଣ, ଉପରେ ପରିସ୍ରା କଲେ
Bihar: ଦଳିତ ମହିଳାଙ୍କୁ ଉଲଗ୍ନ କରି ସଂଘବଦ୍ଧ ଆକ୍ରମଣ, ଉପରେ ପରିସ୍ରା କଲେ

ପାଟନା: ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲା ପରେ ଏବେ ବିହାରରେ ଦେଖିବାକୁ ମିଳିଛି ପରିସ୍ରା କାଣ୍ଡ ପରି ଚରମ ବର୍ବରତା । ହେଲେ ଏଥିରେ ଶିକାର ହୋଇଛନ୍ତି ଜଣେ ମହାଦଳିତ ମହିଳା । ବିହାର ରାଜଧାନୀ ପାଟନାରୁ ଏପରି ଅମାନବୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି । ଜଣେ ମହାଦଳିତ ବର୍ଗର ମହିଳାଙ୍କୁ ପ୍ରାୟ 6 ଜଣ ଅଭିଯୁକ୍ତ ସଂଘବଦ୍ଧ ନିବସ୍ତ୍ର କରି ମାଡ ମାରିବା ସହ ଉପରେ ପରିସ୍ରା ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଏପରି କାଣ୍ଡ ଉଧାର ଟଙ୍କା ମାମଲାକୁ ନେଇ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ରାଜଧାନୀ ପାଟନାର ଖୁସରୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଏପରି ବର୍ବରତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ସ୍ଥାନୀୟ ଜଣେ ମୁଷ୍ଟିମେୟ ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା ଉଧାର ସୂତ୍ରରେ ନେଇଥିଲେ । ହେଲେ ସେ ପରେ ସୁଧ ସହ ପରିଶୋଧ ମଧ୍ୟ କରିଦେଇଥିଲେ । ହେଲେ ସେହି ବ୍ୟକ୍ତିଜଣକ ତାଙ୍କୁ ଆହୁରି ଟଙ୍କା ଫେରାଇବା ପାଇଁ ଦାବି କରୁଥିଲା ।

ଗତକାଲି (ଶନିବାର) ରାତି ପ୍ରାୟ 10ଟା ବେଳେ ଉକ୍ତ ବ୍ୟକ୍ତି ନିଜର ପୁଅ ଏବଂ ପ୍ରାୟ 4 ସହଯୋଗୀଙ୍କ ସହ ମହିଳାଙ୍କ ଘରେ ପଶି ଆକ୍ରମଣ ଅତର୍କିତ କରିଥିଲେ । ସମସ୍ତ ଅଭିଯୁକ୍ତ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ନିବସ୍ତ୍ର କରି ମାଡ ମାରିବା ସହ ଉପରେ ପରିସ୍ରା ମଧ୍ୟ କରିଥିଲେ । ମହିଳାଙ୍କୁ ଜଣକ ଆହତ ଅବସ୍ଥାରେ ସେଠାରୁ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଆସି ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- UP: ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ, ଡାକ୍ତରଙ୍କୁ ପିଟି ପିଟି ହତ୍ୟା

ଏବେ ପୀଡିତା ଜଣକ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତେବେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉଠିଛି । ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଛି । ସମ୍ପୃକ୍ତ ଅଭିଯୁକ୍ତ ସପରିବାର ଫେରାର ହୋଇଯାଇଛି । ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଗିରଫ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.