ETV Bharat / bharat

ବେଆଇନ ବାଲି ଖନନକୁ ନେଇ ବିହାରରେ ଗୁଳିକାଣ୍ଡ: ୪ ମୃତ, ୯ ଆହତ - ବିହାର ଗୁଳିକାଣ୍ଡରେ ୪ ମୃତ

ବେଆଇନ ବାଲି ଖନନକୁ ନେଇ ବିହାରରେ ଗୁଳିମାଡ । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ । ଅଧିକ ପଢନ୍ତୁ

ବେଆଇନ ବାଲି ଖନନକୁ ନେଇ ବିହାରରେ ଗୁଳିକାଣ୍ଡ: ୪ ମୃତ, ୯ ଆହତ

author img

By

Published : Sep 30, 2022, 9:50 AM IST

ପାଟନା: ବେଆଇନ ବାଲି ଖନନକୁ ନେଇ ବିହାରରେ ଫୁଟିଲା ଗୁଳି । ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଗତକାଲି(ଗୁରୁବାର) ବିହାରର ବିହଟା ଥାନା ଅନ୍ତର୍ଗତ ମନେର ଅଞ୍ଚଳରେ ବାଲି ଖନନକୁ(illegal sand mining) ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏପରି ଗୁଳି ବିନିମୟ ହୋଇଛି । ଯେଉଁ କାରଣରୁ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଖୋଜାଖୋଜି କରୁଛି । ମୃତକଙ୍କ ମଧ୍ୟରୁ ୩ ଜଣ ପାଟନା ଜିଲ୍ଲା ମନେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଭୋଜପୁର ଜିଲ୍ଲାର ଶ୍ରମିକ ହୋଇଥିବା ପରିଚୟ ମିଳିଛି ।

ଏହାମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ମିଆଁମାର

ସୂଚନା ଅନୁଯାୟୀ, ବିହାଟ ଥାନା ଅଧିନ ଅମନାବାଦର ସୋନ ନଦୀପଠାରେ ଦୁଇ ବାଲି ମାଫିଆ ଗୋଷ୍ଠୀ ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି । ତେବେ ଏହା କେବଳ ପ୍ରଥମ ଘଟଣା ନୁହେଁ । ନଦୀପଠାରୁ ବାଲି ଉଠାଣକୁ ନେଇ ଏଠାରେ ଅନେକ ସମୟରେ ବାଲି ମାଫିଆଙ୍କ ମଧ୍ୟରେ ଗୁଳିମାଡ ହେଉଥିବା କୁହାଯାଉଛି । ଗତକାଲି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଏକ ପୋଲିସ ଟିମ୍ ସୋନ ନଦୀଘାଟରେ ପହଞ୍ଚି ପାଣି ଭିତରେ ମୃତଦେହ ଖୋଜାଖୋଜି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.