ETV Bharat / bharat

ବିହାରରେ ବନ୍ୟା ବିଭୀଷିକା; 26 ଜିଲ୍ଲା ପ୍ରଭାବିତ, ଦୁଃଖ ବଖାଣିଲେ ଲୋକେ - ବିହାର ହାଜିପୁର

ମହାମାରୀ କାଳରେ ବିହାରରେ ପ୍ରକୃତିର ତାଣ୍ତବ । ବିହାରର ହାଜିପୁର ଏବଂ ସରାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେବି ସ୍ଥିତି ସଙ୍ଗୀନ ରହିଛି । ଅଧିକ ପଢନ୍ତୁ...

Bihar: Floods leave people displaced in Hajipur, damage crops in Saran
ବିହାରରେ ବନ୍ୟା ବିଭିଷିକା; 26 ଜିଲ୍ଲା ପ୍ରଭାବିତ, ଦୁଃଖ ବଖାଣିଲେ ଲୋକେ
author img

By

Published : Aug 22, 2021, 10:59 AM IST

ପାଟନା: ମହାମାରୀ କାଳରେ ବିହାରରେ ପ୍ରକୃତିର ତାଣ୍ତବ । ବିହାରର ହାଜିପୁର ଏବଂ ସରାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେବି ସ୍ଥିତି ସଙ୍ଗୀନ ରହିଛି । ଏକାଧିକ ଘର ବନ୍ୟାରେ ଭାଙ୍ଗିରୁଜି ଯାଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ଫସଲ ନଷ୍ଟ ହୋଇଯାଇଛି । ଘରେ ବନ୍ୟା ଜଳ ପ୍ରବେଶ ଫଳରେ ହାଜିପୁରରେ ଲୋକମାନେ ସେମାନଙ୍କର ଗୃହପାଳିତ ପଶୁ ଏବଂ ପରିବାର ସହିତ ଘର ଛାଡି ଉଚ୍ଚ ସ୍ଥାନରେ ବସବାସ କରୁଛନ୍ତି ।

ହାଜିପୁରର ଜଣେ ବନ୍ୟା ପୀଡିତ ଇନ୍ଦୁ ଦେବୀ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ବନ୍ୟାରେ ସ୍ଥିତି ସଙ୍ଗୀନ ଥିବାରୁ ଆମକୁ ଘର ଛାଡିବାକୁ ପଡିଥିଲା । ଆମେ ପରିବାର, ପିଲା ଏବଂ ଗୋରୁ ନେଇ ବାହାରକୁ ଆସିଥିଲୁ । କିନ୍ତୁ ଏଠାରେ ବଞ୍ଚିବା କଷ୍ଟସାଧ୍ୟ ହୋଇପଡିଛି । ବେଳେବେଳେ ଆମକୁ ଖାଦ୍ୟ ମିଳୁ ନ ଥିବାରରୁ ଅନେକ ଥର ଭୋକରେ ରହିବାକୁ ପଡେ ବୋଲି ସେ କହିଛନ୍ତି । ଗଙ୍ଗା ନଦୀରେ ବନ୍ୟା ଆସିବାରୁ ଘରେ ପାଣି ପଶି ଯାଇଛି । 12 ରୁ 2ଟା ମଧ୍ୟରେ ଆମକୁ ଖାଦ୍ୟ ଯୋଗାଉଛନ୍ତି । ଗୋପାଳନ କରିବାରେ ଆମେ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କହିଛନ୍ତି ଅନ୍ୟ ଜଣେ ବନ୍ୟା ପୀଡିତ ।

ସେପଟେ, ଅନ୍ୟ ଜଣେ ସ୍ଥାନୀୟ ଲୋକ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳରେ ବଞ୍ଚିବା ଆମ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଛି । ଆମେ ଗତ ୧୦ ଦିନ ଧରି ଏଠାରେ ରହି ଆସିଛୁ । କାରଣ ବନ୍ୟାରେ ଘର ବୁଡି ଯାଇଛି । ଦିନେ ଦିନେ ଖାଦ୍ୟ ବହୁ ବିଳମ୍ବରେ ମିଳିଥାଏ କିନ୍ତୁ ଗୃହପାଳିତ ପଶୁଙ୍କୁ କୌଣସି ଖାଦ୍ୟ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ବନ୍ୟା ସମୟରେ ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିଲା । ପୂର୍ବରୁ ବନ୍ୟା ଜଳର ମାତ୍ରା ବହୁତ ଅଧିକ ଥିଲା । ବର୍ତ୍ତମାନ ଏହା ଟିକେ ହ୍ରାସ ପାଇଛି । କିନ୍ତୁ ଅବସ୍ଥା ଅତ୍ୟନ୍ତ ଖରାପ । ଆମେ ଆମର ଦୈନନ୍ଦିନ କାର୍ଯ୍ୟ କରିବାକୁ ସଂଘର୍ଷ କରୁଛୁ ବୋଲି ଅନ୍ୟ ଜଣେ ବନ୍ୟା ପୀଡିତ କହିଛନ୍ତି ।

ଅନ୍ୟପଟେ ସରନର ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ନିଜ ଦୁଃଖ ବଖାଣିଛନ୍ତି । ବନ୍ୟା ପାଇଁ ବିଦ୍ୟାଳୟ, ଡାକ୍ତରଖାନା, ମନ୍ଦିରଗୁଡିକ ବନ୍ୟା ଜଳରେ ବୁଡ଼ି ଯାଇଛି । ବର୍ତ୍ତମାନ ଜଳ ସ୍ତର ହ୍ରାସ ପାଇଛି। କିନ୍ତୁ ଅବସ୍ଥା ଖରାପ ରହିଛି । ଆମେ ଯେଉଁ ବିହନ ବୁଣିଥିଲୁ। ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଯାଇଛି । ଆମେ ଏପର୍ଯ୍ୟନ୍ତ ସରକାରଙ୍କଠାରୁ କୌଣସି ସହାୟତା ପାଇନାହୁଁ । ଆମକୁ କୁହାଯାଇଥିଲା ଯେ ସରକାର ବନ୍ୟା ପୀଡିତଙ୍କୁ ସହାୟତା ପଠାଇବେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସହାୟତା ପାଇନାହାଁନ୍ତି । ଅଗଷ୍ଟ 18ରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିମାନ ସର୍ଭେରେ ଖାଗରିଆ ଏବଂ ଭାଗଲପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଲଗାତାର ବର୍ଷା ହେତୁ ବିହାରର ପ୍ରାୟ 26 ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.