ETV Bharat / bharat

ବନ୍ୟାରେ ବେହାଲ ବିହାର, 11 ଜିଲ୍ଲାରେ ଜଳ ପ୍ରଳୟ

author img

By

Published : Jul 4, 2021, 10:11 PM IST

କୋରୋନା ସଙ୍କଟ ମଧ୍ୟରେ ବନ୍ୟାରେ ବେହାଲ ବିହାରର ସ୍ଥିତି । ରାଜ୍ୟର ସୀତାମଢୀ, ମୁଜାଫରପୁର, ସମସ୍ତୀପୁର, ଖଗଡିୟା, ଚମ୍ପାରଣ ସମେତ 11 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ବନ୍ୟାରେ ବେହାଲ ବିହାର, 11 ଜିଲ୍ଲାରେ ଜଳ ପ୍ରଳୟ
ବନ୍ୟାରେ ବେହାଲ ବିହାର, 11 ଜିଲ୍ଲାରେ ଜଳ ପ୍ରଳୟ

ପାଟନା: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବନ୍ୟାରେ ବେହାଲ ବିହାରର ସ୍ଥିତି । ଘରଦ୍ବାରଠୁ ନେଇ ବିଲ ସଡକ ସବୁକିଛି ବନ୍ୟାପାଣିରେ ବୁଡିରହିଛି । ଅନେକ ଗାଁ ଜଳବନ୍ଦୀ ହୋଇଛି ।

ବିହାରରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ବଢିଚାଲିଛି । ରାଜ୍ୟର ସୀତାମଢୀ, ମୁଜାଫରପୁର, ସମସ୍ତୀପୁର, ଖଗଡିୟା, ଚମ୍ପାରଣ ସମେତ 11 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି ।

ସେପଟେ ବନ୍ୟା ଯୋଗୁଁ ଦରଭଙ୍ଗାରେ ଘର ଭାଙ୍ଗିଥିବା ଦେଖିବାକୁମିଳିଛି । ସେହିପରି ଜଳସ୍ତର ବଢୁଥିବାରୁ ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ ଓ ସାରଣର ସ୍ଥିତି ସଙ୍ଗୀନ ହୋଇଚାଲିଛି । ଖିରୋଇ, ବାଗମତୀ, କମଳା, ଲାଲବକେୟା ଓ ଅଧୱାରରେ ମଧ୍ୟ ନଦୀଗୁଡିକ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ।

ସୁପୌଲ ଜିଲ୍ଲାରେ ଅନେକ ଗାଁ ବନ୍ୟା ବିଭୀଷିକା ଯୋଗୁଁ ବିପର୍ଯ୍ୟସ୍ତ ହୋଇଛି । ନେପାଳ ଜଳଗ୍ରହଣ କ୍ଷେତ୍ରରେ ଗତ କିଛି ଦିନରୁ ପ୍ରବଳ ବର୍ଷା ପରେ ବ୍ୟାରେଜରୁ 2 ଲକ୍ଷ 31 ହଜାର କ୍ୟୁସେକ ଜଳ ଛଡାଯାଇଛି । ଏଥିଯୋଗୁଁ ତଳମୁଣ୍ଡରେ ବନ୍ୟା ତାଣ୍ଡବ ରଚୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.