ପାଟନା: ବିହାରର ସମସ୍ତିପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଚାଷୀ ଦାମୀ କାର ବିଏମଡବ୍ଲୁ ଚଲାଉଛନ୍ତି । ବିଏମଡବ୍ଲୁ କାରରେ ଗାଈ ଚାରା ନେଇ ଆସୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ଚାଷୀ ଜଣକ ହେଉଛନ୍ତି ସମସ୍ତିପୁରରେ ଉପକଣ୍ଠ ଜିତବରପୁର ନିବାସୀ ଅଂଶୁ କୁମାର ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଂଶୁ ନିଜ ବିଏମଡବ୍ଲୁ କାରରେ ଗାଈ ପାଇଁ ଚାଷ ଜମିରୁ ସବୁଜ ଘାସ ନେଇ ଘରକୁ ଯାଉଛନ୍ତି । ଏହି ସମୟରେ କିଛି ଲୋକ କ୍ୟାମେରାରେ କଏଦ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ବର୍ତ୍ତମାନ ଏହି ଚାଷୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଉକ୍ତ ବିଏମଡବ୍ଲୁ କାରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହୋଇଥିବା କୁହାଯାଉଛି । କିନ୍ତୁ ଗାଡ଼ିରେ ନମ୍ବର ପ୍ଲେଟ ନାହିଁ । ଭାଇରାଲ ଭିଡ଼ିଓ ଉପରେ ସୋସିଆଲ ମିଡ଼ିଆ ୟୁଜର୍ସ ନିଜର ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, 'ଏହି କାରଟି ଚୋରି ହୋଇଥିବା ଭଳି ଲାଗୁଛି । ତେଣୁ ଏହାର ନମ୍ବର ପ୍ଲେଟ ହଟାଇ ଦିଆଯାଇଛି । ଗାଡ଼ିଟି ବ୍ୟବହାର ହେଉନଥିବା ଭଳି ମନେ ହେଉଛି ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏହା ବିହାର ଅଟେ, ଏଠାରେ କିଛି ବି ସମ୍ଭବ ।'
ଏହା ମଧ୍ୟ ପଢ଼ନ୍ତୁ: Watch Video: ନଥିଲା ହ୍ବିଲଚେୟାର ଆହତ ପୁଅକୁ ସ୍କୁଟିରେ ବସାଇ ଲିଫ୍ଟରେ ଗଲେ ବ୍ୟକ୍ତି
ତେବେ ଏହି ଭିଡ଼ିଓକୁ ନେଇ ଚାଷୀ ଅଂଶ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ଅଂଶୁ ଟୁର ଆଣ୍ଡ ଟ୍ରାଭେଲ୍ସର ବ୍ୟବସାୟ କରନ୍ତି । ତାଙ୍କ ପାଖରେ ସ୍କୋର୍ପିଓ, ଥର ଭଳି ଅନେକ ଗାଡ଼ି ଅଛି । ଏହାସହ ସେ ଜଣେ ଚାଷୀ । ସମସ୍ତିପୁର ସହରରେ ସବୁଜ ଚାରା ମିଳେନାହିଁ । ସେଥିପାଇଁ ଘରଠାରୁ ଦୂରକୁ ଆସି ନେବାକୁ ପଡ଼େ ବୋଲି ଅଂଶୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଖରା ହେଉଛି ବାଇକ ନେଇ ଚାରା ଆଣିବା ଅସମ୍ଭବ । ତେଣୁ ସେ କାର ବ୍ୟବହାର କରନ୍ତି । ୭ରୁ ୮ ବର୍ଷ ହେବ ତାଙ୍କ ପାଖରେ ଏହି ବିଏମଡବ୍ଲୁ କାର ଥିବା ଅଂଶୁ କହିଛନ୍ତି । ତେଣୁ ଏ କାରଟି ତାଙ୍କର ବୋଲି ସେ କହିଛନ୍ତି ।