ETV Bharat / bharat

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବେ ନୀତିଶ କୁମାର, ମେ' ୫ରେ ଆସିପାରନ୍ତି ଓଡ଼ିଶା

ବିରୋଧିଙ୍କୁ ଏକାଠି କରିବାକୁ ଉଦ୍ୟମ ଜାରି ରଖିଛନ୍ତି ନୀତିଶ କୁମାର । ଏଥିପାଇଁ ସେ ଖୁବଶୀଘ୍ର ଓଡ଼ିଶା ଆସି ନବୀନଙ୍କୁ ଭେଟି ପାରନ୍ତି । ଅଧିକ ପଢନ୍ତୁ

author img

By

Published : May 3, 2023, 9:06 AM IST

Updated : May 3, 2023, 9:41 AM IST

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବେ ନୀତିଶ କୁମାର

ପାଟନା: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକଜୁଟ ହେଉଛନ୍ତି ବିରୋଧି ଦଳ । ବିରୋଧିଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥିପାଇଁ ନୀତିଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ନବୀନଙ୍କୁ ଭେଟିବାକୁ ଜେଡିୟୁ ସୁପ୍ରିମୋ ଖୁବଶୀଘ୍ର ଓଡି଼ଶା ଆସିବେ । ତେବେ ଆସନ୍ତା ୫ ତାରିଖରେ ନୀତିଶ କୁମାର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏନେଇ ମୁଖ୍ୟମନ୍ତ୍ରୀ ସଚିବାଳୟ କିମ୍ବା ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ନିକଟରେ ନୀତିଶ କୁମାର କୋଲକାତା ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଲକ୍ଷ୍ନୌ ଯାଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଆଲୋଚନା କରିଥିଲେ । ଏବେ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ନୀତିଶ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଥିଲେ । ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧିମାନଙ୍କୁ କିପରି ଏକଜୁଟ କରାଯିବ ସେନେଇ ଆଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Karnataka Assembly Election: ଟେନସନରେ ଟାଣୁଆ ନେତା, ସମାନ ନାମରେ ରହିଛନ୍ତି ବିରୋଧୀ ପ୍ରାର୍ଥୀ

ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ନୀତିଶ ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ନିର୍ବାଚନର ତୁରନ୍ତ ବାଦ୍ ବିହାରରେ ବିରୋଧି ଦଳଗୁଡିକର ଏକ ବଡ ବୈଠକ ବସିବାକୁ ଯାଉଛି । ଏଥିରେ ନୀତିଶ କୁମାର କଂଗ୍ରେସ ନେତୃତ୍ବରେ ବିଜେପି ବିରୋଧି ମିଳିତ ମଞ୍ଚ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସେ ବିଭିନ୍ନ ରାଜ୍ୟ ବୁଲି ବିରୋଧି ଦଳଗୁଡିକୁ ମନାଇବାକୁ ଉଦ୍ୟମ ଜାରି କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅଖିଳେଶ ଯାଦବ ପରେ ଏହି କ୍ରମରେ ସେ ଜଲଦି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଉଛନ୍ତି । ସୂତ୍ରରୁ ପ୍ରାପ୍ତ ସୂଚନା ମୁତବାକ, ନୀତିଶ କୁମାର ଫୋନରେ ନବୀନଙ୍କ ସହ କଥାବାର୍ତ୍ତା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ତାଙ୍କୁ ସାକ୍ଷାତ କରି ବିରୋଧି ଦଳ ବୈଠକ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚାପ ନା ରାଜନୈତିକ ଗୋଟି ! ନିଷ୍ପତ୍ତି ବଦଳାଇ ପାରନ୍ତି ପାଓ୍ବାର, ନେବେ 2 ରୁ 3 ଦିନ ସମୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2023, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.