ETV Bharat / bharat

ବିବାଦ ପରେ ଆପତ୍ତିଜନକ ମନ୍ତବ୍ୟ ନେଇ କ୍ଷମା ମାଗିଲେ ନୀତିଶ କୁମାର, କହିଲେ ଶଦ୍ଦ ଫେରାଇ ନେଉଛି - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମନ୍ତବ୍ୟ ରଖିବା ବେଳେ ମହିଳାଙ୍କୁ ନେଇ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ନିନ୍ଦିତ ହେବା ପରେ କ୍ଷମା ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢ଼ନ୍ତୁ

Nitish kumar apologized After Controversy
ଆପତ୍ତିଜନକ ମନ୍ତବ୍ୟ ନେଇ କ୍ଷମା ମାରିଲେ ନୀତିଶ କୁମାର
author img

By ETV Bharat Odisha Team

Published : Nov 8, 2023, 12:38 PM IST

Updated : Nov 8, 2023, 1:46 PM IST

ପାଟନା: ବିଧାନସଭାରେ ମନ୍ତବ୍ୟ ରଖିବା ବେଳେ ଆଗ ପଛ କିଛି ଭାବିଲେ ନାହିଁ । ଯାହା ପାଟିକୁ ଆସିଲା ତାହା କହି ଚାଲିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମୀର । ବିଭିନ୍ନ ମହଲରେ ନିନ୍ଦିତ ହେଲେ । ବିଭିନ୍ନ ମହଲରୁ ନିନ୍ଦା କରାଯିବାରୁ କ୍ଷମା ମାଗିଲେ । ବିହାର ବିଧାନସଭାରେ ଗତକାଲି (ମଙ୍ଗଳବାର) ରାଜ୍ୟ ସରକାରଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲି ଯାଇଥିଲେ ନୀତିଶ କୁମାର । ବିଧାନସଭାରେ ଆପତ୍ତିଜନକ ଶଦ୍ଦକୁ ନେଇ ବିବାଦକୁ ଆସିଥିବା ନୀତିଶ କୁମାର ଆଜି ଭୁଲ ମାରିବା ସହ କହିଥିବା ଶଦ୍ଦକୁ ଫେରାଇ ନେଉଛି ବୋଲି କହିଛନ୍ତି । ନୀତିଶ କ୍ଷମା ମାଗୁଥିବାବେଳେ ଗୃହରେ ବିରୋଧୀ ହଙ୍ଗମା କରିଥିବା ଦେଖିବାକୁ ମିଳିଥିଲା ।

'ମୁଁ କ୍ଷମା ମାଗୁଛି ମୋ ଶଦ୍ଦ ଫେରାଇ ନେଉଛି': ବିଧାନସଭାରେ ମହିଳାଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପରେ କ୍ଷମା ମାଗିଛନ୍ତି ନୀତିଶ କୁମାର । ବିଧାନସଭା ଯିବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମହିଳାମାନଙ୍କୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ ମହିଳାଙ୍କ ଶିକ୍ଷା କଥା କହିଥିଲି । ମୁଁ ଏମିତି ହିଁ ଏହି କଥା କହିଥିଲି । ଯଦି ଉକ୍ତ କଥା କାହାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି ।" ଏହାପରେ ବିଧାନସଭାରେ ମଧ୍ୟ ସେ କ୍ଷମା ମାଗିଛନ୍ତି । ଗୃହରେ ସେ କହିଛନ୍ତି, "ମୁଁ ମହିଳାଙ୍କ ଶିକ୍ଷା ଉପରେ କହୁଥିଲି । ଯଦି ମୋର କଥା କାହାକୁ କଷ୍ଟ ଦେଇଛି ତେବେ ମୁଁ ଏହି ଶଦ୍ଦକୁ ଫେରାଇ ନେଉଛି । ମୁଁ ମୋର ନିଜର ନିନ୍ଦା କରୁଛି ।"

ଏହା ବି ପଢନ୍ତୁ...Nitish Kumar Controversy: ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ, ଆପତ୍ତିଜନକ ଶବ୍ଦକୁ ନେଇ ବିବାଦ

ବିଧାନସଭାରେ କଣ କହିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ: ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମନ୍ତବ୍ୟ ରଖିଥିଲେ ନୀତିଶ କୁମାର । ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ ବୋଲି କହିବା ସହ ଏହି ସମୟରେ ସଞ୍ଜମତା ଭୁଲି ଯାଇଥିଲେ ନୀତିଶ କୁମାର । ବେପରୁଆ ଢଙ୍ଗରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଯାହା ମହିଳାଙ୍କ ଗରିମାକୁ କ୍ଷୂର୍ଣ୍ଣ ସମ ହୋଇଥିଲା । ସେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ଯାହା କହିବା ସମ୍ଭବ ହେଉନାହିଁ । ନୀତିଶଙ୍କର ଏପରି ମନ୍ତବ୍ୟରେ ଗୃହରେ ଅନ୍ୟ ସଦସ୍ୟମାନେ ମଧ୍ୟ ଲଜ୍ଜା ଅନୁଭବ କରିଥିଲେ । ନୀତିଶଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ବିଧାନସଭାରେ ନୀତିଶଙ୍କର ଭାଷାଶଦ୍ଧ ପ୍ରୟୋଗକୁ ତୀବ୍ର ନିନ୍ଦା କରାଯାଇଥିଲା ।

Last Updated : Nov 8, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.