ETV Bharat / bharat

Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

author img

By ETV Bharat Odisha Team

Published : Oct 2, 2023, 4:54 PM IST

ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ରାଜ୍ୟର ଲୋକସଂଖ୍ୟା 13 କୋଟିରୁ ଅଧିକ । 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ ବର୍ଗର । ଅଧିକ ପଢନ୍ତୁ

Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ

ନୂଆଦିଲ୍ଲୀ/ପାଟନା: ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛି ବିହାର । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଥିବା ରିପୋର୍ଟରେ ସାମ୍ନାକୁ ଆସିଛି ।

  • आज गांधी जयंती के शुभ अवसर पर बिहार में कराई गई जाति आधारित गणना के आंकड़े प्रकाशित कर दिए गए हैं। जाति आधारित गणना के कार्य में लगी हुई पूरी टीम को बहुत-बहुत बधाई !

    जाति आधारित गणना के लिए सर्वसम्मति से विधानमंडल में प्रस्ताव पारित किया गया था।…

    — Nitish Kumar (@NitishKumar) October 2, 2023 " class="align-text-top noRightClick twitterSection" data=" ">

ତେବେ ସାଧାରଣ ବା ଅଣସଂରକ୍ଷିତ ବର୍ଗର ଲୋକଙ୍କ ଅନୁପାତ ମୋଟ ଲୋକସଂଖ୍ୟାର ପ୍ରାୟ 15.5 ପ୍ରତିଶତ । ସେହିପରି ଏହି ଜନଗଣନାରେ ରାଜ୍ୟର ମୋଟ ଲୋକସଂଖ୍ୟା 13.1 କୋଟି ବୋଲି ଜଣାପଡିଛି । ଆଜି ଏହି ତଥ୍ୟ ପ୍ରକାଶ ପାଇବା ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି ଯେ ଜାତିଭିତ୍ତିକ ଜନଗଣନା କେବଳ ଜାତିଭିତ୍ତିକ ତଥ୍ୟ ପ୍ରକାଶ କରିନାହିଁ ବରଂ ରାଜ୍ୟରେ ସମସ୍ତ ବର୍ଗର ଆର୍ଥିକ ଅବସ୍ଥା ବିଷୟରେ ମଧ୍ୟ ନୂତନ ସୂଚନା ସାମ୍ନାକୁ ଆଣିଛି ।

ଖୁସି ବ୍ୟକ୍ତ କଲେ ନୀତିଶ:-

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ୍ସରେ ଲେଖିଛନ୍ତି ଯେ,‘‘ ଆଜି ଗାନ୍ଧୀ ଜୟନ୍ତୀଙ୍କ ଶୁଭ ଅବସରରେ ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ତଥ୍ୟ ପ୍ରକାଶ ପାଇଛି । ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ଟିମ୍‌କୁ ଶୁଭେଚ୍ଛା । ଗତବର୍ଷ ଜୁନ 2 ତାରିଖରେ ବିହାରର ବିଧାନ ମଣ୍ଡଳରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିହାରର ସମସ୍ତ 9 ରାଜନୈତିକ ଦଳ ଏହି ନିଷ୍ପତ୍ତିକୁ ସହମତି ଦେଇଥିଲେ । ବିହାର ସରକାର ନିଜ ଖର୍ଚ୍ଚ ଓ ସମ୍ବଳରେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବେ ବୋଲି ସହମତି ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତାହା ଆଜି ପ୍ରକାଶ ପାଇଛି ।’’

ସର୍ଭେ ରିପୋର୍ଟରେ କେଉଁ ଜାତିର ଜନସଂଖ୍ୟା:-

ବିହାରରେ ଜାତିଭିତ୍ତିକ ସର୍ଭେରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ଜନସଂଖ୍ୟା ପ୍ରାୟ 13 କୋଟିରୁ ଅଧିକ । ଯେଉଁଥିରେ ଉଚ୍ଚଜାତି ବା ସବର୍ଣ୍ଣ ସମ୍ପ୍ରଦାୟର ଆନୁପାତିକ ସଂଖ୍ୟା 15.52 ପ୍ରତିଶତ । ଏଥିମଧ୍ୟରେ ଭୁମିହାର 2.89 ପ୍ରତିଶତ, ରାଜପୁତ 3.45 ପ୍ରତିଶତ, ବ୍ରାହ୍ମଣ 3.66 ପ୍ରତିଶତ ଏବଂ କାୟାସ୍ତ -0.60 ପ୍ରତିଶତ ରହିଛନ୍ତି । ସେହିପରି ରାଜ୍ୟର ମୋଟ ଜନସଂଖ୍ୟାର ସର୍ବାଧିକ 63 ପ୍ରତିଶତ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ । ଏହି ଓବିସି ବର୍ଗ ମଧ୍ୟରେ 24 ପ୍ରତିଶତ ପଛୁଆ ବର୍ଗ ଏବଂ 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଭାବେ ବର୍ଗୀକରଣ ହୋଇଛନ୍ତି । ସେହିପରି ଅନୁସୂଚୀତ ଜାତି (ଏସସି) ଜନସଂଖ୍ୟା 19 ପ୍ରତିଶତ, ଅନୁସୂଚୀତ ଜନଜାତି (ଏସଟି) ଜନସଂଖ୍ୟା 1.68 ପ୍ରତିଶତ ବୋଲି ରେକର୍ଡ କହୁଛି । ସେହିପରି ମୁସଲମାନମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ପ୍ରାୟ 17.7 ପ୍ରତିଶତ ।

ଏହା ମଧ୍ୟ ପଢନ୍ତୁ:- Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.