ETV Bharat / bharat

କର୍ଣ୍ଣାଟକ ସିଡି ସ୍କାଣ୍ଡାଲ ମାମଲା: ନିଜ ବୟାନ ବଦଳାଇଲେ ପୂର୍ବତନ ମନ୍ତ୍ରୀ

author img

By

Published : May 25, 2021, 1:33 PM IST

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୁଦ୍ଧରେ ହୋଇଥିବା ସିଡି ସ୍କାଣ୍ଡାଲ ମାମଲାରେ ନୂଆ ଟ୍ବିଷ୍ଟ । ପୂର୍ବରୁ ଦେଇଥିବା ବୟାନରେ ବଡ ପରିବତ୍ତନ କଲେ ରମେଶ । ଅଧିକ ପଢନ୍ତୁ....

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ବଡ ଟ୍ବିଷ୍ଟ, ନିଜ ବୟାନ ବଦଳାଇଲେ ରମେଶ

ବେଙ୍ଗାଲୁରୁ: କର୍ଣ୍ଣାଟକ ସିଡି ସ୍କାଣ୍ଡାଲ ମାମଲାରେ ବଡ ଟ୍ବିଷ୍ଟ । ମାମଲାରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଆଗରେ ବଡ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ରମେଶ ଜାରକିହୋଲି । ସିଡିରେ ଥିବା ମହିଳାଙ୍କ ସହ ମୁଁ ହିଁ ଥିଲି ବୋଲି କହିଲେ ରମେଶ ।

ସୂଚନାଥାଉ କି, ଏହି ସେକ୍ସ ସ୍କାଣ୍ଡାଲ ମାମଲା ସାମ୍ନାକୁ ଆସିବାର ପ୍ରଥମ ଦିନରୁ ହିଁ ସିଡିରେ ମହିଳାଙ୍କ ସହ ସେ ନଥିବା ପୂର୍ବତନ ମନ୍ତ୍ରୀ ରମେଶ ଦୃଢୋକ୍ତି ପ୍ରକାଶ କରିଥିଲେ । ରମେଶଙ୍କ ଅଭିଯୋଗ ଥିଲା, ଉକ୍ତ ମହିଳା ଏବଂ ତାଙ୍କ ଗ୍ୟାଙ୍ଗ ତାଙ୍କ ଫଟୋକୁ ବ୍ୟବହାର କରି ରାଜନୈତିକ ଅରାଜକତା ସୃଷ୍ଟି କରୁଛନ୍ତି । ଏନେଇ ସେ ସଦାଶିବନଗର ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ସିଡିରେ ଥିବା ମହିଳା ଜଣକ ରମେଶଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ମନ୍ତ୍ରୀ ରମେଶ ଚାକିରୀ ଦେବା ନାଁରେ ତାଙ୍କ ଯୌନ ଶୋଷଣ କରିଛନ୍ତି । ଏହାପରେ ଏସଆଇଟି ଉଭୟଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିଲା ।

ହେଲେ ପୂର୍ବତନ ମନ୍ତ୍ରୀ ରମେଶ ବର୍ତ୍ତମାନ ଏସଆଇଟି ଆଗରେ ନିଜ ବୟାନ ବଦଳାଇଛନ୍ତି । ତାଙ୍କ କହିବା ମୁତାବକ, 'ମୁଁ ଯେଉଁ ମହିଳାଙ୍କ ସହ ସିଡିରେ ଅଛି, ସେ ମୋର ପରିଚିତ । ମହିଳା ଜଣକ ଏକ ପ୍ରକଳ୍ପ କାର୍ଯ୍ୟରେ ମୋ ନିକଟକୁ ଆସିଥିଲେ । ଏହାପରେ ସେ ମୋ ଫୋନ ନମ୍ବର ନେବା ସହ ବାରମ୍ବାର କଲ୍ କରୁଥିଲେ । ଏକ ଜରୁରୀକାଳୀନ ପରିସ୍ଥିତିରେ ମୁଁ ତାଙ୍କୁ ମୋ ଆପାର୍ଟମେଣ୍ଟକୁ ଡାକିଥିଲି । ମୁଁ ଦୁଷ୍କର୍ମ କରିନି, ତାଙ୍କ ସମ୍ମତିକ୍ରମେ ହିଁ ସମ୍ପର୍କ ରଖିଥିଲି । ମାତ୍ର ଏହି ଭିଡିଓ କିପରି ତିଆରି ହେଲା ମୁଁ ଜାଣିନାହିଁ' ବୋଲି ରମେଶ କହିଛନ୍ତି । ଯାହା ସେ ଆଗରୁ ଦେଇଥିବା ବୟାନର ପୁରା ବିପରୀତ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.