ETV Bharat / bharat

ନକ୍ସଲଙ୍କ ବଡ଼ ଧରଣର ଷଡଯନ୍ତ୍ର ପଣ୍ଡ, ବିଜାପୁରରୁ ୩ଟି IED ଜବତ

author img

By ETV Bharat Odisha Team

Published : Nov 24, 2023, 8:41 PM IST

Conspiracy of Naxalites failed in Bijapur: ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ବଡ଼ ଧରଣର ଯୋଜନା ପଣ୍ଡ । ବିଜାପୁରରୁ ଜବତ ହେଲା ୩ଟି ଆଇଡି ବୋମା । ଅଧିକ ପଢନ୍ତୁ

conspiracy of Naxalites failed in Bijapur

ରାୟପୁର: ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ବଡ଼ ଧରଣର ଯୋଜନା ପଣ୍ଡ । ଉକ୍ତ ଅଞ୍ଚଳରୁ ୩ଟି ଆଇଇଡି ବୋମା ଜବତ କଲେ ସୁରକ୍ଷାକର୍ମୀ । ଯେଉଁଥିରୁ ୨ଟି ଆଇଡିର ଓଜନ ୨୫ କେଜି ରହିଥିବା ବେଳେ ଅନ୍ୟଟିର ଓଜନ ୫କେଜି ବୋଲି ଜଣାପଡ଼ିଛି । ଆଇଇଡି ବୋମା ଜବତ ହେବା ପରେ ନକ୍ସଲଙ୍କ ଷଡ଼ଯନ୍ତ୍ର ସଫଳ ହୋଇପାରିନାହିଁ । ତେବେ ଏହି ବୋମା ଗୁଡିକୁ ଜବତ କରିବା ପରେ ସଙ୍ଗେ ସଙ୍ଗେ ଏହାକୁ ନିଷ୍କ୍ରିୟ କରାଯାଇଛି । ନିର୍ବାଚନ ପରଠାରୁ ନକ୍ସଲମାନେ ମାତିଥିବା ବେଳେ ଆଜି କାଙ୍କେର ଜଙ୍ଗଲରେ ମଧ୍ୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ନକ୍ସଲମାନେ ଅରନପୁର କାଣ୍ଡ ଦୋହରାଇବା ଲାଗି ଯୋଜନା କରିଥିଲେ । ଏ ସମ୍ପର୍କରେ ଜଣେ ସୁରକ୍ଷାକର୍ମୀ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, " ୨ଟି ଆଇଇଡି ବୋମା ରାସ୍ତାର ତଳେ ଲଗାଯାଇଥିଲା । ଏହାକୁ ରାସ୍ତା ତଳେ ରଖିବା ଲାଗି ରାସ୍ତାକଡ଼ରୁ ଏକ ସୁଡଙ୍ଗ କରାଯାଇଥିଲା । ଗତ ଏପ୍ରିଲ ୨୬ ତାରିଖରେ ଦନ୍ତେୱାଡାରେ ଯେପରି ବିସ୍ଫୋରଣ ଘଟିଥିଲା ଠିକ ସେହିପରି ଏହାର ଯୋଜନା କରାଯାଇ ବୋମାଗୁଡ଼ିକୁ ଖଞ୍ଜା ଯାଇଥିଲା ।" ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରେ ଦନ୍ତେୱାଡାରେ ଘଟିଥିବା ନକ୍ସଲ ଆକ୍ରମଣରେ ଯବାନଙ୍କ ଗାଡ଼ି ଉପରେ ବିସ୍ଫୋରଣ ହୋଇଥିବା ବେଳେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ଗାଡ଼ି ଡ୍ରାଇଭର ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିଲା ।

ଏହା ବି ପଢନ୍ତୁ- ଛତିଶଗଡ଼ ଏନକାଉଣ୍ଟର: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି

୨୫ କେଜି ଓଜନର ୨ଟି ଲେଖାଏଁ ଆଇଇଡି ବିଜାପୁର ଅବାପଲ୍ଲୀ ବାସାଗୁଡ଼ା ରୋଡ ନିକଟରେ ଖଞ୍ଜା ଯାଇଥିଲା । ସୁରକ୍ଷା ବଳର ଯବାନଙ୍କୁ ଟାର୍ଗେଟ କରି ଏହାକୁ ରଖାଯାଇଥିଲା । ହେଲେ CRPF ୧୬୮ ବାଟାଲିୟନ ଟିମ ସମୟ ପୂର୍ବରୁ ଏହି ବୋମାକୁ ଜବତ କରିଥିଲା । ଏହାପରେ ସୁରକ୍ଷାକର୍ମୀ ସୁଡଙ୍ଗ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଥିଲେ । ଏହାପରେ ରାସ୍ତାକୁ ଖୋଳି ଏହି ଆଇଇଡିକୁ ଜବତ କରାଯାଇଥିଲା । ଏନେଇ ଜଣେ ଅଧିକାରୀ କହିଛନ୍ତି, " ପ୍ଲାଷ୍ଟିକ ଜରି ମଧ୍ୟରେ ବିସ୍ଫୋଟକ ସାମଗ୍ରୀକୁ ରାସ୍ତାର ୪ ଫୁଟ ତଳେ ରଖାଯାଇଥିଲା । ବୋମାକୁ ଏକ ଲମ୍ବା ତାର ଦ୍ବାରା କମାଣ୍ଡ ସ୍ବିଚ ସହିତ ସଂଯୋଗ କରାଯାଇଥିଲା ।"

ତୃତୀୟ ଆଇଇଡିର ଓଜନ ୫କେଜି ରହିଥିବା ବେଳେ ଏହାକୁ ଧର୍ମାରାମ ଗାଁ ନିକଟରୁ ଜବତ କରାଯାଇଥିଲା । ଏହାକୁ ସିଆରପିଏଫ ୧୫୧ ବାଟାଲିନ ଓ କୋବ୍ରାର ୨୦୪ ବାଟାଲିୟନ ଯବାନମାନେ ଜବତ କରିଥିଲେ । ସୂଚନା ଥାଉ କି ଆଜି ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ରଖାଯାଇଥିବା ପ୍ରେସର ଆଇଇଡି ବିସ୍ଫୋରଣରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ଅଛନ୍ତି । କାଙ୍କେର ଅମାବେଡାରେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ଯବାନଙ୍କ ପାଲଟା ଗୁଳି ଚାଳନାରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.