ETV Bharat / bharat

ଗୋଆରେ କଂଗ୍ରେସକୁ ଝଟକା, ବିଜେପିରେ ମିଶିଲେ ୮ ବିଧାୟକ - ବିଜେପିରେ ମିଶିଲେ ଗୋଆ କଂଗ୍ରେସ ବିଧାୟକ

ସତ ହେଲା ଚର୍ଚ୍ଚା । କଂଗ୍ରେସ ଛାଡି ବିଜେପିରେ ମିଶିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ୮ ବିଧାୟକ । ଅଧିକ ପଢନ୍ତୁ

ଗୋଆରେ କଂଗ୍ରେସକୁ ଝଟକା, ବିଜେପିରେ ମିଶିବେ ୮ ବିଧାୟକ

author img

By

Published : Sep 14, 2022, 11:43 AM IST

Updated : Sep 14, 2022, 1:15 PM IST

ପାନାଜୀ: ଗୋଆରେ କଂଗ୍ରେସକୁ ବଡ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ହାତ ଛାଡିଲେ ୮ ବିଧାୟକ । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସମସ୍ତ ଦଳୀୟ କର୍ମୀଙ୍କୁ ଯୋଡିବା ପାଇଁ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ଗୋଆରେ ମୋଟ ୧୧ ବିଧାୟକଙ୍କ ମଧ୍ୟରୁ ଏକାସାଙ୍ଗେ ୮ ଜଣ ବିଧାୟକ ଦଳକୁ ବାଏ ବାଏ କରିଛନ୍ତି । ସମସ୍ତ ୮ ବିଧାୟକ ଆଜି ଭାରତୀୟ ଜନତା ପାର୍ଟି(BJP)ରେ ସାମିଲ ହୋଇଥିବା ସୂଚନା ମିଳିଛି(Goa Congress MLAs Join Ruling BJP) ।

ଏହି ବିଧାୟକମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ(Digambar Kamat), ବରିଷ୍ଠ ନେତା ମାଇକେଲ ଲୋବୋ(Digambar Kamat), ଦେଲିଲାହ ଲୋବୋ(Delilah Lobo), ରାଜେଶ ଫଲଦେଶାଇ(Rajesh Phaldesai), ରୋଡୋଲ୍ଫ ଫର୍ଣ୍ଣାଡିଜ୍(Rodolfo Fernandes), କେଦାର ନାଇକ(Kedar Naik), ଆଲେକ୍ସୋ ସିକେରା(Aleixo Sequeira) ଏବଂ ସଂକଳ୍ପ ଅମୋନକର(Sankalp Amonkar) । ସେମାନେ ଆଜି ବିଜେପିରେ ଯୋଗ ଦେବାକୁ ବିଧାନସଭା ଅଭିମୁଖେ ଯାତ୍ରା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଗୋଆ ବିଧାନସଭା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆଜି ପୂର୍ବାହ୍ନ ସମୟରେ ଗୋଆର କଂଗ୍ରେସ ବିଧାୟକମାନେ ପଦ୍ମ ଧରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖେ ହିନ୍ଦୀ ଭାଷା: ଅମିତ ଶାହ

ତେବେ ଗୋଆ କଂଗ୍ରେସର ଏହି ବିଧାୟକମାନେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ଯାହାକି ଏବେ ସତ ହୋଇଛି । ଏହି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ଦୀର୍ଘ ଦିନ ହେଲା ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଥିଲେ । ସେହିପରି ୨୦ ଜଣ ଶାସକ ବିଜେପି ଦଳର ବିଧାୟକ ରହିଥିବା ବେଳେ ୨ ଏମଜିପି ଏବଂ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଦଳ ସରକାରରେ ରହିଛି ।

୨୦୨୪ରେ କେନ୍ଦ୍ରରୁ ବିଜେପି ସରକାରଙ୍କୁ ହଟାଇବାକୁ ବିରୋଧି ଦଳଗୁଡିକ ଏକାଠି ହୋଇ ବଳ ଗୋଟାଉଛନ୍ତି । ହେଲେ କଂଗ୍ରେସ ପତନାଭିମୁଖୀ ରହିଛି । ନିକଟରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜାଦ କଂଗ୍ରେସ ଛାଡିବା ପରେ ଜମ୍ମୁ କାଶ୍ମୀରରେ ପୂର୍ବତନ ମନ୍ତ୍ରୀ ଜିଏମ ଶରୁରିଙ୍କ ସମେତ ପ୍ରାୟ ୨୫ ଜଣ ନେତା ଇସ୍ତଫା ଦେଇଥିଲେ । ଯେଉଁଥିରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ଜଣ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦଙ୍କ ସମେତ ୯ ଜଣ ବିଧାୟକ ରହିଥିଲେ ।

Last Updated : Sep 14, 2022, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.