ETV Bharat / bharat

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ମହିଳାଙ୍କୁ 50% ବସ ଭଡା ରିହାତି, ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ

author img

By

Published : Apr 15, 2022, 10:49 PM IST

ହିମାଚଳ ପ୍ରଦେଶର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଦିନ ଚାମ୍ବାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ମହିଳାଙ୍କୁ ୫୦% ବସ ଭଡା ରିହାତି

ଶିମଲା: ହିମାଚଳ ପ୍ରଦେଶର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଦିନ ଚାମ୍ବାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।

  • हिमाचल दिवस के उपलक्ष्य पर प्रदेश की भाजपा सरकार का ऐतिहासिक फैसला

    हिमाचल के समस्त नागरिकों को अब मिलेगी 125 यूनिट निशुल्क बिजली। pic.twitter.com/qAUjdatGHR

    — BJP Himachal Pradesh (@BJP4Himachal) April 15, 2022 " class="align-text-top noRightClick twitterSection" data=" ">

ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ । ଏହା ଦ୍ବାରା ପ୍ରାୟ ୧୧ ଲକ୍ଷ ପରିବାର ଲୋକେ ଏହି ଯୋଜାନର ଉପକୃତ ହେବ । ତେବେ ଏହା ଏହା ପୂର୍ବରୁ ୬୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ।

ଏଥିସହ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କହିଛନ୍ତି ଯେ, ହିମାଚଳ ପ୍ରଦେଶର ଲୋକଙ୍କ ଠାରୁ ମିଳିଥିବା ପରାମର୍ଶ ପରେ ରାଜ୍ୟରେ ୦ରୁ ୧୨୫ ୟୁନିଟ୍ ବିଦ୍ୟୁତ୍ ପାଇଁ କୌଣସି ବିଲ ହେବ ନାହିଁ । ଫଳରେ ଏହା ଦ୍ବାରା ୧୧.୫୦ ଲକ୍ଷ ପରିବାର ପାଇଁ ଉପକୃତ ହେବ ବୋଲି ସେ କହିଛନ୍ତି । ଏହା ସହିତ ମହିଳାଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ପାଣି ବିଲ ମଧ୍ୟ ଛାଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଳଶକ୍ତି ବିଭାଗ ତଥ୍ୟ ହିସାବରେ ଗ୍ରାମାଞ୍ଚଳର ଜଳ ବିଲରୁ ୩୦ କୋଟି ଆୟ ହୋଇଥାଏ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.