ୱାଶିଂଟନ: ଆମେରିକାର COVID-19ର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୂତନ ପ୍ଲାନ ଷୋଘଣା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଏକ ବିବୃତ୍ତିରେ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି, ଆମେରିକା କୋଭିଡ ବିରୋଧୀ ଲଢେଇରେ ଅନେକ ସଫଳତା ପାଇଛି ଏବଂ ପୂର୍ବାପେକ୍ଷା ଏବେ ଅଧିକ ସକ୍ଷମ ।
ବର୍ତ୍ତମାନ ସମୟରେ ସଂକ୍ରମଣ ପରି ସ୍ଥିତି ଦେଖାଗଲେ ସ୍କୁଲ ଏବଂ ବ୍ୟବସାୟକୁ ବନ୍ଦ ନକରି ଏହି ଭୂତାଣୁ ସହିତ ଯୁଦ୍ଧ ଜାରି ରଖିବାକୁ ପଡିବ । ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଏହି କୋଭିଡ ବିରୋଧୀ ଲଢେଇ ଏବଂ ଅର୍ଥନୀତିକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ । ତେବେ ବର୍ତ୍ତମାନ ବିଶ୍ବରେ ନୂଆ ଭ୍ୟାରିଏଣ୍ଟ ଚିନ୍ତାର କାରଣ ପାଲଟିଥିବା ବେଳେ ଆମେରିକୀୟଙ୍କ ପାଇଁ ବୁଷ୍ଟର ପ୍ଲାନ ଆଣିଛନ୍ତି ରାଷ୍ଟ୍ରପତି ବାଇଡେନ ।
ଓମିକ୍ରନ୍ ଏବଂ ଡେଲଟା ପ୍ରକାରଗୁଡିକ ସହିତ ଲଢିବା ପାଇଁ ସମସ୍ତ ବୟସ୍କ ଓ ପିଲାମାନଙ୍କୁ ସୁରକ୍ଷା ଦେବା ଏବଂ ବିଦ୍ୟାଳୟଗୁଡ଼ିକୁ ଖୋଲା ରଖିବା ସହ ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବା, ଆମେରିକୀୟଙ୍କ ପାଇଁ ଘରେ ମାଗଣା ପରୀକ୍ଷଣ ଓ ସର୍ଭିଲାନ୍ସ ପ୍ରକ୍ରିୟା ପ୍ରମୁଖ ଜାରି ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସେହିପରି କୋଭିଡ ବିରୋଧୀ ଲଢେଇରେ ଅର୍ଥନୀତିକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ହେବ । କାର୍ଯ୍ୟକ୍ଷେତ୍ର ଓ ଆନ୍ତର୍ଜାତୀୟ ଭ୍ରମଣ କ୍ଷେତ୍ରରେ ମଧ୍ୟ ପ୍ରୋଟକଲ ସହ ପ୍ରକ୍ରିୟାକୁ ସ୍ବାଭବିକ ରଖିବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ହ୍ବାଇଟ ହାଉସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ