ETV Bharat / bharat

ପ୍ରଥମ ଥର ଆମେରିକା ଧାର୍ମିକ ସ୍ବାଧୀନତାର ରାଷ୍ଟ୍ରଦୂତ ଭାବେ ଭାରତୀୟ ମୁସଲିମଙ୍କୁ ନିଯୁକ୍ତି - ଭାରତୀୟ ରଶଦ ହୁସେନ

ଭାରତୀୟ ବଂଶଦ୍ଭୋବ ରଶଦ ହୁସେନଙ୍କୁ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ରାଷ୍ଟ୍ରଦୂତ ଭାବେ ମନୋନିତ । ରାଷ୍ଟ୍ରପତି ଜୋ ବାଇଡେନ ରଶଦଙ୍କୁ ନିଯୁକ୍ତି ଦେଇଥିବା ନେଇ ସୂଚନା । ଅଧିକ ପଢନ୍ତୁ...

ପ୍ରଥମ କରି ଆମେରିକା ଧାର୍ମିକ ସ୍ବାଧୀନତାର ରାଷ୍ଟ୍ରଦୂତ ଭାବେ ଭାରତୀୟ ମୁସଲିମଙ୍କୁ ନିଯୁକ୍ତି

author img

By

Published : Jul 31, 2021, 10:22 AM IST

ୱାଶିଂଟନ: ଆମେରିକାରେ ଭାରତୀୟଙ୍କ ଚମକ । ଭାରତୀୟ ବଂଶଦ୍ଭୋବ ରଶଦ ହୁସେନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ରାଷ୍ଟ୍ରଦୂତ ଭାବେ ମନୋନିତ କରିଛନ୍ତି । ରଶଦ ପ୍ରଥମ ଭାରତୀୟ ମୁସଲିମ୍ ଭାବେ ଆମେରିକା ସରକାରଙ୍କ ଜଣେ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି ।

ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପାର୍ଟନରସିପ୍ ଏବଂ ଗ୍ଲୋବାଲ୍ ଏନଗେଜମେଣ୍ଟ ପାଇଁ ରଶଦ ହୁସେନ୍ ନିର୍ଦ୍ଦେଶକ ଭାବେ ଚୟନ ହୋଇଛନ୍ତି । ସେ ଏହା ପୂର୍ବରୁ ନ୍ୟାୟ ବିଭାଗର ଜାତୀୟ ସୁରକ୍ଷା ବିଭାଗରେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ ବୋଲି ହ୍ୱାଇଟ ହାଉସର ବିବୃତ୍ତିରେ କୁହାଯାଇଛି ।

ଆମେରିକା ପୂର୍ବତନ ପ୍ରଧାନମନ୍ତ୍ରୀ ବାରାକ୍ ଓବାମାଙ୍କ ଶାସନ ସମୟରେ, ରଶଦ ଆମେରିକାର ସ୍ବତନ୍ତ୍ର ଦୂତ ଭାବରେ ଇସଲାମିକ୍ ସହଯୋଗ (ଓଆଇସି), ଆତଙ୍କବାଦ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ତଥା ହ୍ବାଇଟ ହାଉସର ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । ସେ ଶିକ୍ଷା, ଉଦ୍ୟୋଗୀ, ସ୍ୱାସ୍ଥ୍ୟ, ଆନ୍ତର୍ଜାତୀୟ ସୁରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଭାଗିତା ବିସ୍ତାର କରିବାକୁ ଇସଲାମିକ୍ ସହଯୋଗ ସଙ୍ଗଠନ (ଓଆଇସି) ଏବଂ ମିଳିତ ଜାତିସଙ୍ଘ, ବୈଦେଶିକ ସରକାର ଏବଂ ନାଗରିକ ସମାଜ ସଙ୍ଗଠନ ଭଳି ବିଭିନ୍ନ ସଙ୍ଗଠନ ସହ କାର୍ଯ୍ୟ କରିଥିଲେ । ଆତଙ୍କବାଦୀ ମୁକାବିଲା ତଥା ମୁସଲମାନ ସଂଖ୍ୟାଲଘୁ ଦେଶରେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ରଶଦ ମଧ୍ୟ ଉଦ୍ୟମ କରିଥିଲେ ।

ଓବାମା ପ୍ରଶାସନରେ ଯୋଗଦେବା ପୂର୍ବରୁ ସେ ଷଷ୍ଠ ସର୍କିଟ ପାଇଁ ଆମେରିକାର ଅପିଲ୍ କୋର୍ଟରେ ଡେମନ୍ କେଥ୍ ପାଇଁ ନ୍ୟାୟିକ ଅଦାଲତର କିରାଣୀ ଭାବରେ କାର୍ଯ୍ୟ କରିବା ସହ ଓବାମା-ବିଡେନ ଟ୍ରାନ୍ସମିସନ ପ୍ରୋଜେକ୍ଟର ସହଯୋଗୀ ପରାମର୍ଶଦାତା ଭାବେ ରହିଥିଲେ । ରଶଦ ୟେଲ-ଲ ସ୍କୁଲରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି ଏବଂ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଆରବୀ ଏବଂ ଇସଲାମିକରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତେବେ ଆମେରିକୀୟ ଜେୱିସୀ କମିଟି (AJC) ରଶଦଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଥିବାରୁ AJC ସିଇଓ ଡାଭିଡ ହାରିଶ୍ ବିଡେନ ପ୍ରଶାସନକୁ ପ୍ରଶଂସା କରିଛନ୍ତି ।

ଡାଭିଡ କହିଛନ୍ତି ଯେ, 'ରଶଦ ହୁସେନ୍ ଧର୍ମ, ସ୍ୱାଧୀନତା କିମ୍ବା କୂଟନୈତିକ କ୍ଷେତ୍ରରେ ଜଣେ ପ୍ରଭାବଶାଳୀ ଓକିଲ ।'

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.