ETV Bharat / bharat

Train tragedy: ନବୀନଙ୍କ ସହ କଥା ହେଲେ ବଘେଲ, ସହାୟତା ପାଇଁ ଦେଲେ ପ୍ରସ୍ତାବ

author img

By

Published : Jun 3, 2023, 1:11 PM IST

ନବୀନଙ୍କ ସହ କଥା ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସମସ୍ତ ପ୍ରକାର ସହଯୋଗ ପାଇଁ ଦେଲେ ପ୍ରସ୍ତାବ । ଧନ୍ୟବାଦ ଜଣାଇଲେ ନବୀନ । ମୃତ୍ୟୁସଂଖ୍ୟା 261କୁ ବୃଦ୍ଧି ନେଇ ଦକ୍ଷିଣ-ପୂର୍ବ ରେଳବାଇର ସୂଚନା । ଅଧିକ ପଢନ୍ତୁ

Train tragedy: ନବୀନଙ୍କ ସହ କଥା ହେଲେ ଭୂପେଶ ବଘେଲ, ସହାୟତା ପାଇଁ ଦେଲେ ପ୍ରସ୍ତାବ

ଭୁବନେଶ୍ବର: ବାଲେଶ୍ବର ବାହନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 261କୁ ବୃଦ୍ଧି ପାଇଛି । ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି ଏହି ଦୁର୍ଘଟଣା । ଗତକାଲି ରାତିରୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭାବେ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ଆଜି ଅପରାହ୍ନରେ ଓଡିଶାରେ ପହଞ୍ଚିବେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାସ୍ଥଳ ଗସ୍ତରେ ଥିବା ନବୀନଙ୍କ ସହ ଫୋନରେ କଥା ହୋଇଛନ୍ତି ବଘେଲ । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବା ନେଇ ବଘେଲ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବଘେଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗତାକାଲି ସଂଧ୍ୟାରୁ ଜାରି ରହିଥିବା ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଏବେ ମଧ୍ୟ ଶେଷ ହୋଇନି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 261 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ବର ବାହାନଗା ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର-ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ପାର୍ଶ୍ବବର୍ତ୍ତୀ ଟ୍ରାକରେ ପଡିଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଦୁର୍ଘଟଣାର କାରଣ ସମ୍ପର୍କରେ ଏପରି କିଛି ଅନୁମାନ କରାଯାଉଥିଲେ ସୁଦ୍ଧା ରେଳବାଇ ଦୁର୍ଘଟଣା ସମ୍ପର୍କରେ କିଛି ବୈଷୟିକ କାରଣ ସାମ୍ନାକୁ ଆଣିନି । ଗତକାଲି ରାତି ତମାମ ଓ ଆଜି ମଧ୍ୟ ରେସକ୍ୟୁ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ମୋଟ 261 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ଶେଷ ହେବା ପାଇଁ ଆଉ 3 ଘଣ୍ଟାରୁ ଅଧିକ ସମୟ ଲାଗିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.