ETV Bharat / bharat

UP Assembly Polls: ଯୋଗୀଙ୍କ ବିରୋଧରେ ଲଢିବେ ଭିମ୍‌ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର

author img

By

Published : Jan 20, 2022, 7:16 PM IST

ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜାନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

UP Polls: ଯୋଗୀଙ୍କ ବିରୋଧରେ ଲଢ଼ିବେ ଭିମ୍‌ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜାନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭିମ୍‌ ଆର୍ମୀର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୋରଖପୁର ସଦର ଆସନରୁ ଲଢ଼ିବେ ବୋଲି ଜଣାପଡ଼ିଛି । ବିଜେପି ପକ୍ଷରୁ ଏହି ଆସନରୁ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରତିଦ୍ବନ୍ଦିତା କରିବେ ।

ଏହାପୂର୍ବରୁ ସମାଜ ପାର୍ଟି ଓ ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟି ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା । ତେବେ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଯୋଗୀଙ୍କ ବିରୋଧରେ ଲଢ଼ିବେ ବୋଲି ଘୋଷଣା କରି ଏହି ଆଲୋଚନାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି । କୁହାଯାଉଛି ସମାଜ ପାର୍ଟି ଓ ସମାଜବାଦି ପାର୍ଟି ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ପରେ ସନ୍ତୁଷ୍ଟ ନଥିଲେ ଚନ୍ଦ୍ରଶେଖର । ଏଥିପାଇଁ ସେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ ।

ତେବେ ସେ ଯାହା ବି ହେଉ ସମାଜ ପାର୍ଟି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ବହୁ ବଡ଼ ବଡ଼ ଘୋଷଣା କରିଛି । ସେପଟେ ଗୋରଖପୁର ଆସନରେ ଯୋଗୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ସମାଜ ପାର୍ଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ତେବେ ଏହି ଆସନରୁ ବିଜୟୀ ହେବାକୁ ସମାଜ ପାର୍ଟି ପକ୍ଷରେ ସହଜ ହେବ ନାହିଁ ।

ଗତ ୩୩ ବର୍ଷ ହେଲା ଗୋରଖପୁର ସଦର ଆସନରୁ ଲଗାତାର ଭାବରେ ବିଜୟୀ ହୋଇ ଆସୁଛି ବିଜେପି । ଏହି ଆସନ ପାଇଁ ମୋଟ ସାଢ଼େ ୪ ଲକ୍ଷ୍ୟ ମତଦାତା ରହଛନ୍ତି । ତାହାରି ମଧ୍ୟରେ ଅଢ଼େଇ ଲକ୍ଷ ପୁରୁଷ ଭୋଟର ସାମିଲ ଥିବା ବେଳେ ଦୁଇ ଲକ୍ଷ ମହିଳା ଭୋଟର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.