ETV Bharat / bharat

ବିଜେପି ଜାରି କଲା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସାଂସଦ ଜଗନ୍ନାଥ ସରକାରଙ୍କୁ ମିଳିଲା ଟିକେଟ

ବିଜେପି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ 148 ଜଣଙ୍କ ନାଁ ହୋଇଛି ଘୋଷଣା । ମୁକୁଲ ରୟ, ତାଙ୍କ ପୁଅ ଶୁଭ୍ରାଂଶୁ ରୟ, ରାହୁଲ ସିହ୍ନା ଓ ସାଂସଦ ଜଗନ୍ନାଥ ସରକାରଙ୍କୁ ଟିକେଟ ଦେଇଛି ଦଳ । ଅଧିକ ପଢନ୍ତୁ...

author img

By

Published : Mar 18, 2021, 9:06 PM IST

ବିଜେପି ଜାରି କଲା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସାଂସଦ ଜଗନ୍ନାଥ ସରକାରଙ୍କୁ ମିଳିଲା ଟିକେଟ
ବିଜେପି ଜାରି କଲା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସାଂସଦ ଜଗନ୍ନାଥ ସରକାରଙ୍କୁ ମିଳିଲା ଟିକେଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ବିଜେପି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ 148 ଜଣଙ୍କ ନାଁ ହୋଇଛି ଘୋଷଣା । ମୁକୁଲ ରୟ, ତାଙ୍କ ପୁଅ ଶୁଭ୍ରାଂଶୁ ରୟ, ରାହୁଲ ସିହ୍ନା ଓ ସାଂସଦ ଜଗନ୍ନାଥ ସରକାରଙ୍କୁ ଟିକେଟ ଦେଇଛି ଦଳ ।

ଅଭିନେତ୍ରୀ ପାରନୋ ମିତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରୟ କୃଷ୍ଣାନଗର ଉତ୍ତର ଓ ତାଙ୍କ ପୁଅ ଶୁଭ୍ରାଂଶୁ ବିଜପୁରରୁ ଲଢିବେ ନିର୍ବାଚନ । ସେହିପରି ହାବ୍ରାରୁ ମୈଦାନରେ ରହିବେ ରାହୁଲ ସିହ୍ନା । ସାବିତ୍ରୀ ଚାଟାର୍ଜୀ ଓ ବୈଶାଳୀ ଡାଲମିଆଙ୍କୁ ମଧ୍ୟ ମିଳିଛି ଟିକେଟ ।

ଉତ୍ତର 24 ପ୍ରଗଣାର ବିଧାନନଗରରୁ ସବ୍ୟସାଚୀ ଦତ୍ତ, ପାଣ୍ଡେଶ୍ବରରୁ ଜିତେନ୍ଦ୍ର ତିୱାରୀ, ଆସାନସୋଲରୁ ଅଗ୍ନିମିତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ନିକଟରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ଜିତେନ୍ଦ୍ର ତିୱାରୀ ।

ବର୍ତ୍ତମାନସୁଦ୍ଧା 5 ଜଣ ସାଂସଦଙ୍କୁ ଟିକେଟ ଦେଇଛି ବିଜେପି । ଗତ ତାଲିକାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ହୁଗୁଳି ସାଂସଦ ଲକେଟ ଚାଟାର୍ଜୀ, କୁଚବିହାର ସାଂସଦ ନିସିଦ୍ଧ ପରମାଣିକ ଓ ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଟିକେଟ ଦେଇଥିଲା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.