ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଜିଡସ୍ କାଡିଲା (Zydus Cadila) ଗିଲିୟାଡ ସାଇନ୍ସ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରର ସବୁଠାରୁ ଶସ୍ତା ଜେନେରିକ ସଂକ୍ରମଣ ଲଞ୍ଚ କରିଛି । Zydus ୧୦୦ ମିଲିଗ୍ରାମ ଔଷଧର ମୂଲ୍ୟ ୨ ହଜାର ୮୦୦ ଟଙ୍କା ଧାର୍ଯ୍ୟ କରିଛି । ଦୁନିଆର ଅନେକ ଦେଶର ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ଯେ ରେମଡେସିଭିର କୋରୋନା ଲକ୍ଷଣର ଅବଧିକୁ ୧୫ ଦିନରୁ ୧୧ ଦିନ ହ୍ରାସ କରିପାରେ । ସେଥିପାଇଁ ରେମଡେସିଭିରର ଚାହିଦା ବଢିଯାଇଛି ।
ତେବେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଏହା କୌଣସି ପ୍ରଭାବୀ ଉପଚାର ନୁହେଁ । କିନ୍ତୁ କୋରୋନାର କୌଣସି ଔଷଧ ବାହାରିନଥିବାରୁ ଡାକ୍ତର କରୋନା ରୋଗୀଙ୍କୁ ଏହି ଔଷଧ ଦେଉଛନ୍ତି । ସେଥିପାଇଁ ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ସହରରେ ଏହି ଔଷଧରେ ଚାହିଦା ବଢିଯାଇଛି । ତେବେ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ସରକାରୀ ତଥା ବେସରକାରୀ ଡାକ୍ତରଖାନା ନିକଟରେ ଏହା ଉପଲବ୍ଧ । କ୍ୟାଡିଲା ହେଲଥ କେୟାରର ପରିଚାଳନା ନିର୍ଦ୍ଦେଶକ ଶାର୍ଭିଲ ପଟେଲଙ୍କ ଅନୁଯାୟୀ ସବୁଠାରୁ ସୁଲଭ ମୂଲ୍ୟର ରିମଡେସିଭର୍ ବ୍ରାଣ୍ଡ ଭାବରେ ରେମଡାକ୍ ରୋଗୀଙ୍କୁ କୋଭିଡ -19 ଚିକିତ୍ସାରେ ସାହାଯ୍ୟ କରିବ ।
ରେମଡେସିଭିରକୁ ଆମେରିକାର କମ୍ପାନୀ ତିଆରି କରିଛି । ଆମେରିକାରେ ସ୍ଥିତ ଗିଲିୟାଡ ସାଇନ୍ସେଜ ଇବୋଲା ଚିକିତ୍ସା ପାଇଁ ଏହି ଔଷଧ ତିଆରି କରିଥିଲା । ଏବେ ଏହାକୁ ଭାରତର ସିପଲା, ହେଟେରୋ ଡ୍ରଗ୍ସ, ଜୁବିଲିଏଣ୍ଟ ଲାଇଫ ଓ ମାଇଲାନକୁ ଏହି ଔଷଧ ତିଆରି କରିବାକୁ ଅନୁମତି ମିଳିଛି । ଫାର୍ମା କମ୍ପାନୀ ଜିଡସ୍ କାଡିଲା ସମ୍ଭାବିତ କୋଭିଡ-୧୯ ଭ୍ୟାକସିନ ZyCoV-D ର ମାନବ ପରୀକ୍ଷଣ ଆରମ୍ଭ କରିଛି । କମ୍ପାନୀ ଏକ ସୂଚନାରେ କହିଛି ଯେ ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ଭାଗରେ ହଜାରେ ଲୋକଙ୍କୁ ଏଥିପାଇଁ ଏନରୋଲ କରାଯାଇଛି ।