ETV Bharat / bharat

ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଜିଡସ କ୍ୟାଡିଲାକୁ ମଞ୍ଜୁରୀ

ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଜିଡସ କ୍ୟାଡିଲାକୁ ଅନୁମତି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ର ସଫଳ ପରୀକ୍ଷଣ ପରେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ ।

author img

By

Published : Jan 4, 2021, 10:21 AM IST

Updated : Jan 4, 2021, 10:51 AM IST

ଜିଡସ କ୍ୟାଡିଲାକୁ ମଞ୍ଜୁରୀ
ଜିଡସ କ୍ୟାଡିଲାକୁ ମଞ୍ଜୁରୀ

ନୂଆଦିଲ୍ଲୀ: କୋଭିଡ-19 ବିରୁଦ୍ଧରେ ଭାରତର ଦ୍ବିତୀୟ କୋରୋନା ଟିକା zycoV-Dକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି । ଫାର୍ମାସ୍ୟୁଟିକାଲ ଫାର୍ମ ଜିଡସ କ୍ୟାଡିଲା ପକ୍ଷରୁ ପ୍ରସ୍ତୁତ ହେଉଥିବା କୋରୋନା ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଡିସିଜିଆଇ ।

ଭାରତର କୋଭିଡ-19 ବିରୁଦ୍ଧରେ ପ୍ରଥମ ଡିଏନଏ ଭ୍ୟାକସନକୁ zycoV-D କୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇ ଅନୁମତି ଦେଇଥିବା ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜିଡସ କ୍ୟାଡିଲା ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଏହି ଟିକାର ତିନୋଟି ଡୋଜ ନେଲେ ରୋଗପ୍ରତିରୋଧକ ଶକ୍ତି ବଢାଇ ପାରିବ । ସ୍ବଳ୍ପ ବ୍ୟବଧାନରେ ତିନୋଟି ଡୋଜ ନେବାକୁ ହେବ । ଏହି ପରୀକ୍ଷଣରେ 1000ରୁ ଅଧିକ ସ୍ବେଚ୍ଛାଚାରୀଙ୍କ ନିକଟରେ ଟିକାକରଣ ହୋଇଛି ।

କୋରୋନା ଟିକା ଉପରେ ସମୀକ୍ଷା କରୁଥିବା ବିଶେଷଜ୍ଞ କମିଟିଙ୍କ ନିକଟରେ ଏହି ତଥ୍ଯ ପ୍ରଦାନ କରାଯାଇଥିଲା । ଏହି ସଂସ୍ଥା ପକ୍ଷରୁ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରାଯାଇଛି । ଏଥିରେ 26 ହଜାର ଭାରତୀୟଙ୍କୁ ପରୀକ୍ଷାମୂଳକ ଭାବେ ଚିକା ଦେବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ରବିବାର ଡିସିଜିଆଇ 2ଟି କୋରୋନା ଟିକାକୁ ମଞ୍ଜୁରୀ ଦେଇଛନ୍ତି । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ସେରମ ଇନଷ୍ଟ୍ୟୁଚଟର କୋଭାସିଲ୍ଡକୁ ଜରୁରୀକାଳିନ ବ୍ୟବହାର କରିବାକୁ ଅନୁମୋଦନ ଦେଇଛନ୍ତି ।

@ANI

Last Updated : Jan 4, 2021, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.