ETV Bharat / bharat

ଜୁମ ୟୁଜର୍ସ ସାବଧାନ, ଏହି ତିନୋଟି ମେଲରୁ ହୁଅନ୍ତୁ ଡିସଟ୍ରାକ୍ଟ

ଲକଡାଉନ ସମୟରେ ବଢୁଛି ଜୁମ ଆପର ଚାହିଦା । ଅନ୍ୟପଟେ ବଢୁଥିବା ଡିମାଣ୍ଡ ସହ ବଢୁଛି ସାଇବର କ୍ରିମିନାଲଙ୍କ ଜୁମ ପ୍ରତି ପସନ୍ଦ ।

author img

By

Published : Apr 25, 2020, 11:58 PM IST

cyber crime through zoom app, hacking through mail, technology news, latest zoom app news, ଜୁମ ଆପ ଦ୍ବାରା ସାଇବର କ୍ରାଇମ, ମେଲରେ ହ୍ୟାକ, ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଜୁମ ଆପ ନ୍ୟୁଜ୍‌
ଜୁମ ୟୁଜର୍ସ ସାବଧାନ, ଏହି ତିନୋଟି ମେଲରୁ ହୁଅନ୍ତୁ ଡିସଟ୍ରାକ୍ଟ

ହାଇଦ୍ରାବାଦ: ଲକଡାଉନ ସମୟରେ ବଢୁଛି ଜୁମ ଆପର ଚାହିଦା । ଅନ୍ୟପଟେ ବଢୁଥିବା ଡିମାଣ୍ଡ ସହ ବଢୁଛି ସାଇବର କ୍ରିମିନାଲଙ୍କ ଜୁମ ପ୍ରତି ପସନ୍ଦ । ଏହି ଆପ ଉପରେ ବର୍ତ୍ତମାନ ଲକ୍ଷାଧିକ ଲୋକେ ନିର୍ଭରଶୀଳ ଥିବାରୁ ଏହା ମାଧ୍ୟମରେ ହ୍ୟାକିଂ, ସ୍ପୁଫିଂ ଓ ଫିସିଂ କରିବାକୁ ପଛାଉ ନାହାନ୍ତି ସାଇବର କ୍ରିମିନାଲ । ନିକଟରେ ଜୁମ ଆପ ସହ ଇମେଲ ଲିଙ୍କ ହେବା ପରେ ବଢିବାରେ ଲାଗିଛି ଏହି କ୍ରିମିନାଲଙ୍କ ଉତ୍ପାତ ।

ତେବେ ଏଥିପାଇଁ ଏହି କ୍ରିମିନାଲମାନେ ଇମେଲ ମାଧ୍ୟମରେ ୟୁଜର୍ସଙ୍କ ଆକର୍ଷିତ କରୁଛନ୍ତି । ଜୁମ ନାମରେ ବିଭିନ୍ନ ମେଲ କରି ଏମାନେ ୟୁଜର୍ସଙ୍କୁ ନିଜ ଜାଲରେ ଫସାଉଛନ୍ତି । ଆପଣ ବି ଯଦି ଜୁମ ଆପ ବ୍ୟବହାର କରୁଥାଆନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । ଯଦି ନିମ୍ନରେ ପ୍ରଦତ୍ତ ତିନୋଟି ମେଲ ମଧ୍ୟରୁ ଆପଣଙ୍କୁ କିଛି ବି ମେଲ ଆସିଥାଏ ତୁରନ୍ତ ନିକଟସ୍ଥ ସାଇବର ସେଲରେ ଖବର କରନ୍ତୁ ।

ଜୁମ ଆକାଉଣ୍ଟ

ମେଲର ସବଜେକ୍ଟ ବା ବିଷୟରେ ଏହା ଲେଖାଥିଲେ ଏହି ମେଲ ଏକ ସ୍ପାମ ବୋଲି ଜାଣନ୍ତୁ । ଫିସିଂ ପାଇଁ ଏହା ଏକ ସହଜ ଉପାୟ । ନୂଆ କରି ଜୁମ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିମାନେ ମୁଖ୍ୟତଃ ଏହାର ଶିକାର ହୋଇଥାଆନ୍ତି । ତେବେ ଏହି ମେଲରେ ଏକ ଆଡମିନ ମେଲ ରହିଥାଏ । ଯେଉଁଥିରେ ଆଟାଚ ହୋଇଥାଏ ନୂଆ ଜୁମ ଆକାଉଣ୍ଟ ଭେରିଫିକେସନ ବା ଆକ୍ଟିଭେସନ ପ୍ରୋସେସ ଲିଙ୍କ ।

ଏହି ଲିଙ୍କକୁ କ୍ଲିକ କରିବା ଦ୍ବାରା ୟୁଜର୍ସ ଅଟୋମେଟିକାଲି ‘ଜେନେରିକ ୱେବମେଲ ଲ୍ୟାଣ୍ଡିଂ ପେଜ’ରେ ପହଞ୍ଚିଯାଆନ୍ତି । ଏଠାରେ ୟୁଜର୍ସଙ୍କୁ କିଛି ବ୍ୟକ୍ତିଗତ ଡାଟା ଦେବା ପାଇଁ ପଚରା ଯାଇଥାଏ । ଯାହା ପଞ୍ଚ କରିବା ମାତ୍ରେ ହ୍ୟାକ ହୁଏ ଆପଣଙ୍କ ଡାଟା । ମୁଖ୍ୟତଃ ୟୁଏସରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ମିସ୍ଡ ଜୁମ ମିଟିଂ

ମେଲରେ ସବଜେକ୍ଟରେ ଏହା ଲେଖାଥିଲେ ସାବଧାନ ହୁଅନ୍ତୁ । ଏହି ମେଲରେ ଏକ ଲିଙ୍କ ମେଲ ଥାଏ । ଯାହା ଆପଣଙ୍କୁ ମିସ କରିଥିବା କନଫରେନ୍ସର ଡିଟେଲ୍ସ ପାଇଁ ଡାଇରେକ୍ଟ କରିଥିବା ଦେଖାଇଥାଏ । ତେବେ ଏହା ଏକ ଫାସ । ଯେଉଁଥିରେ କ୍ଲିକ କରିବା ଦ୍ବାରା ୟୁଜର୍ସ ‘ସ୍ପୁଫ୍‌ଡ ଜୁମ ପେଜ ଆଣ୍ଡ ଆସ୍କ ଫର ଜୁମ କ୍ରେଡେନସିଆଲ୍ସ’ ପେଜକୁ ରିଡାଇରେକ୍ଟ ହୁଅନ୍ତି । ଏଠାରେ କିଛି ବ୍ୟକ୍ତିଗଡ ଡାଟା ପଞ୍ଚ କରି ୟୁଜର୍ସ ହ୍ୟାକରଙ୍କ ଜାଲରେ ଫସିଥାଆନ୍ତି ।

ମିଟିଂ କ୍ୟାନ୍ସେଲ୍‌ଡ- କୁଡ ୱି ଡୁ ଏ ଜୁମ କଲ ?

ସବଜେକ୍ଟ ଲାଇନରେ ଏପରି ଲେଖାଥିବା ମେସେଜ ଅତି ଚାଲାକ ହ୍ୟାକରଙ୍କ କାମ । ଏହି ମେଲ ଏକ ମାଲୱାର । ଯାହାକୁ କ୍ଲିକ କରିବା ମାତ୍ରେ ସର୍ଭଲୋଡର ବା ନେଟସପୋର୍ଟରେ ଟ୍ରୋଜାନ ଆକ୍ସେସ ପାଇଥାଏ । ଏହି ମେଲ ଖୋଲିବା ମାତ୍ରେ ଏକ ଥ୍ୟାଙ୍କ ୟୁ ମେସେଜ ବ୍ଲିଙ୍କ କରିବ । ଯାହା ଆପଣଙ୍କ ରେସ୍ପନ୍ସ ପାଇଁ ଆପଣଙ୍କ ଧନ୍ୟବାଦ ଜଣାଉଥିବା ଆପଣଙ୍କୁ ଲାଗିବ ।

ତେବେ ଆପଣ ଜାଣିବା ଦରକାର ଏପରି ମେଲକୁ ରେସ୍ପନ୍ସ ଦେବା ମାତ୍ରେ ଆପଣଙ୍କ ସର୍ଭରରେ କିଛି ମାକ୍ରୋ ଆକ୍ଟିଭେଟ ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ନେଟସପୋର୍ଟ ଓ ଡାଟା ହ୍ୟାକ କରି ଟଙ୍କା ପାଇବା ପାଇଁ ଆପଣଙ୍କୁ ଅନଲାଇନ ବିଭିନ୍ନ ଧମକ ଦେଇଥାଏ ।

ଜୁମ ଆପ ବର୍ତ୍ତମାନ ସମୟରେ ଲୋକପ୍ରିୟତା ସାଉଣ୍ଟିଥିବା ବେଳେ ଲୋକେ ଏହା ଗାଇଡଲାଇନ ଜାଣିବା ନିହାତି ଆବଶ୍ୟକ । କେଉଁ କ୍ଷେତ୍ରରେ ଏହା ମେଲ କରେ, କେଉଁ କ୍ଷେତ୍ରରେ ନୁହେଁ, ତାହା ମଧ୍ୟ ୟୁଜର୍ସ ସ୍ପଷ୍ଟ ଭାବେ ଜାଣିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.