ନୂଆଦିଲ୍ଲୀ: ବିହାରର ବନ୍ୟା ଓ ପଶ୍ଚିମବଙ୍ଗରେ ଘଟିଥିବା ମେଟ୍ରୋ ଟ୍ରେନ ଦୁର୍ଘଟଣା ପାଇଁ ରାଜ୍ୟସଭାରେ ଜିରୋ ଆୱାର ନୋଟିସ ଆଗତ କରାଯାଇଛି । ବିହାର ବନ୍ୟା ପାଇଁ ଆର୍ଜେଡି ସାଂସଦ ମନୋଜ ଝା 15 ଜୁଲାଇ ପାଇଁ ଏହି ନୋଟିସ ଆଣିଛନ୍ତି ।
ସେହିପରି ପଶ୍ଚିମବଙ୍ଗରେ ଘଟିଥିବା ମେଟ୍ରୋ ଟ୍ରେନ ଦୁର୍ଘଟଣା ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତ ଛେତ୍ରୀ ଜିରୋ ଆୱାର ନୋଟିସ ଆଣିଛନ୍ତି । ବିହାରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି ।
ସେହିପରି ଶନିବାର ପାର୍କ ଷ୍ଟ୍ରିଟ ମେଟ୍ରୋ ଷ୍ଟେସନରେ ମେଟ୍ରୋ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।