ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 3 ମାସର ଦରମା ଦାନ କଲେ ଏହି ସାଂସଦ

author img

By

Published : Jul 20, 2020, 4:37 PM IST

ଆନ୍ଧ୍ରପ୍ରଦେଶ ନରସାପୁରମ୍ ନିର୍ବାଚନମଣ୍ଡଳୀରୁ ଲୋକସଭା ସଦସ୍ୟ କେ ରଘୁରାମକୃଷ୍ଣ ରାଜୁ ରାମ ଜନ୍ମଭୂମି ତୀର୍ଥକ୍ଷେତ ଟ୍ରଷ୍ଟକୁ 3.96 ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି ।

ରାମ ମନ୍ଦିର
ରାମ ମନ୍ଦିର

ଅମରାବତୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୋମବାର ନିଜର ତିନି ମାସର ଦରମା ଦାନ କଲେ ୱାଇଆରଏସ କଂଗ୍ରେସର ବିଦ୍ରୋହୀ ସାଂସଦ କେ ରଘୁରାମକୃଷ୍ଣ ରାଜୁ । ଆନ୍ଧ୍ରପ୍ରଦେଶ ନରସାପୁରମ୍ ନିର୍ବାଚନମଣ୍ଡଳୀରୁ ଲୋକସଭା ସଦସ୍ୟ ରାମ ଜନ୍ମଭୂମି ତୀର୍ଥକ୍ଷେତ ଟ୍ରଷ୍ଟକୁ 3.96 ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି ।

ତେବେ ଏନେଇ ସେ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି , ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦଶନ୍ଧି ପୁରୁଣା ସ୍ୱପ୍ନ ପୁରଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ରେ ମନ୍ଦିରର ମୂଳଦୁଆ ପକାଇ ମୋ ସ୍ବପ୍ନକୁ ସତରେ ପରିଣତ କରିବାକୁ ଯାଉଛନ୍ତି । ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଏହା ମୋର ତରଫରୁ ଏକ ଛୋଟ ଅବଦାନ । ମୁଁ ସଂସଦର ସଦସ୍ୟ ଭାବରେ ମୋର 3 ମାସ ବେତନକୁ ଦାନ କରୁଛି ।

ବିଶ୍ବର କୋଟି କୋଟି ହିନ୍ଦୁମାନଙ୍କ ସହ ଆମେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସ୍ମରଣୀୟ ଉତ୍ସବକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି ।

ତେବେ ୱାଇଆରଏସ କଂଗ୍ରେସର ବିଦ୍ରୋହୀ ସାଂସଦ କେ ରଘୁରାମକୃଷ୍ଣ ରାଜୁ ବିଜେପିର ନିକଟତର ହେବାକୁ ଯାଉଥିବା ଖବର ମଧ୍ୟରେ ତାଙ୍କର ଏଭଳି ପଦକ୍ଷେପ ଏହି ଆଶଙ୍କାକୁ ଆହୁରି ବଢାଇଦେଇଛି । ୱାଇଏସଆିସିପି ଚଳିତ ମାସ ଆରମ୍ଭରେ ଦଳ ବିରୋଧରେ ବିଦ୍ରୋହ ପାଇଁ ରାଜୁଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏନେଇ ଦଳୀୟ ନେତାଙ୍କ ଏକ ପ୍ରତିନିଧି ଦଳ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଆବେଦନ ପତ୍ର ମଧ୍ୟ ଦେଇଥିଲେ । ରାଜୁ ଦଳର ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ଭାବରେ ନିଜ କାର୍ଯ୍ୟ ଜାରି ରଖିବା ପାଇଁ ନୈତିକ ଅଧିକାର ହରାଇଛନ୍ତି । କାରଣ ସେ ଦଳ ବିରୁଦ୍ଧରେ ମତ ପ୍ରକାଶ କରୁଛନ୍ତି ଏବଂ ବିରୋଧୀ ଦଳର ନେତାଙ୍କ ସହ ନିକଟତର ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.