ETV Bharat / bharat

ୟୁଟ୍ୟୁବ @15, ଜାଣନ୍ତୁ କ’ଣ ଥିଲା ପ୍ରଥମ ଭିଡିଓ

author img

By

Published : Apr 25, 2020, 11:22 PM IST

ଏପ୍ରିଲ 24, 2005 । ଏହି ଦିନ ଲଞ୍ଚ ହୋଇଥିଲା ବିଶ୍ବର ସର୍ବବୃହତ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ । ଯାହା ଏବେ 15 ବର୍ଷରେ ପାଦ ଥାପିଛି । ଏହି 15 ବର୍ଷ ଯାତ୍ରା ୟୁଟ୍ୟୁବ ଅନେକ ଲୋକଙ୍କ ଲୋକପ୍ରିୟ ପାଲଟିଥିବା ବେଳେ ଏଥିରେ ସେୟାର ହେଉଥିବା ଭିଡିଓ ଲୋକଙ୍କୁ ଶିଖାଇଛି ଅନେକ କିଛି ।

youtube at 15 years, youtube' birthday, 1st video on youtube, youtube revenue, youtube latest news, technology news, ୟୁଟ୍ୟୁବରୁ 15 ବର୍ଷ , ୟୁଟ୍ୟୁବର ଜନ୍ମଦିନ, ୟୁଟ୍ୟୁବରେ ପ୍ରଥମ ଭିଡିଓ, ୟୁଟ୍ୟୁବର ରେଭେନ୍ୟୁ, ୟୁଟ୍ୟୁବ ଲାଟେଷ୍ଟ ନ୍ୟୁଜ୍‌, ଟେକ୍ନୋଲୋଜି ନ୍ୟୁଜ୍‌
ୟୁଟ୍ୟୁବ @15, ଜାଣନ୍ତୁ କ’ଣ ଥିଲା ପ୍ରଥମ ଭିଡିଓ

ହାଇଦ୍ରାବାଦ: ଏପ୍ରିଲ 24, 2005 । ଏହି ଦିନ ଲଞ୍ଚ ହୋଇଥିଲା ବିଶ୍ବର ସର୍ବବୃହତ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ । ଯାହା ଏବେ 15 ବର୍ଷରେ ପାଦ ଥାପିଛି । ଏହି 15 ବର୍ଷ ଯାତ୍ରା ୟୁଟ୍ୟୁବ ଅନେକ ଲୋକଙ୍କ ଲୋକପ୍ରିୟ ପାଲଟିଥିବା ବେଳେ ଏଥିରେ ସେୟାର ହେଉଥିବା ଭିଡିଓ ଲୋକଙ୍କୁ ଶିଖାଇଛି ଅନେକ କିଛି । ଗୁଗୁଲର ସବସିଡି କୁହାଯାଉଥିବା ଏହି ପ୍ଲାଟଫର୍ମରେ ପ୍ରଥମ ଭିଡିଓ ରହିଥିଲା କୋ-ଫାଉଣ୍ଡର ଜାୱେଦ କରିମଙ୍କର । ଯିଏ କାଲିଫର୍ଣ୍ଣିଆର ଏକ ଚିଡିଆଖାନା ବାହାରେ ରହି ରେକର୍ଡ କରିଥିଲେ 18ସେକେଣ୍ଡର ଭିଡିଓ ।

ଏହି ଭିଡିଓରେ ସେ ହାତୀ ଓ ସେମାନଙ୍କ ଲମ୍ବା ଶୁଣ୍ଢ ବିଷୟରେ କହିଥିଲେ। ତେବେ 15 ବର୍ଷ ତଳେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 90 ମିଲିୟନ ଲୋକେ ଦେଖିସାରିଛନ୍ତି । ଅନ୍ୟପଟେ ପ୍ରକାଶିତ ରିପୋର୍ଟ ମୁତାବକ ଗୁଗୁଲକୁ ମିଳୁଥିବା ରେଭେନ୍ୟୁ ପଛରେ ବହୁତ ବଡ ହାତ ୟୁଟ୍ୟୁବର ରହିଥିବା ଜଣାପଡିଛି । ଗୁଗୁଲ ଅଧିନସ୍ଥ କମ୍ପାନୀ ଆଲଫାବେଟରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ୟୁଟ୍ୟୁବର ବାର୍ଷିକ ଆୟ ଦର୍ଶାଯାଇଥିଲା ।

2019ରେ ପ୍ରକାଶିତ ରିପୋର୍ଟ ମୁତାବକ ବର୍ଷ ତମାମ ୟୁଟ୍ୟୁବ ମୋଟ 15.15 ବିଲିୟନ ଡଲାରର ରେଭେନ୍ୟୁ ପାଇଥିବା ବେଳେ କେବଳ ଶେଷ ତିନି ମାସରେ ମିଳିଥିଲା 4.72 ବିଲିୟନ ଡଲାରର ରେଭେନ୍ୟୁ । ଯାହା ସମୁଦାୟ ପରିମାଣର 10 ପ୍ରତିଶତ । ତେବେ ଆଲଫାବେଟ ସିଇଓ ସୁନ୍ଦର ପିଚାଇଙ୍କ କହିବା ମୁତାବକ କେବଳ ବର୍ଷ 2019ରେ ହିଁ ଆଡ ମାଧ୍ୟମରେ ୟୁଟ୍ୟୁବ 36 ପ୍ରତିଶତ ଅଧିକ ରେଭେନ୍ୟୁ ପାଇପାରିଛି । ଏଥିସହିତ ବର୍ତ୍ତମାନ ୟୁଟ୍ୟୁବ୍‌ରେ ଯୋଡି ହୋଇଛନ୍ତି ପ୍ରାୟ 20 ମିଲିୟନ ପେଡ ସବସ୍କ୍ରାଇବର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.